ଦେଶରେ ହୁ ହୁ ହୋଇ ବଢୁଛି କରୋନା ,ଗୁଜୁରାଟରେ ୧୦୦୦ ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା
କରୋନା ଆକ୍ରାନ୍ତ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି। ଆକ୍ଟିଭ କେସ୍ ୬୮୧୫ରେ ପହଞ୍ଚିଛି । କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ସୂଚନା ମୁତାବକ ଆଜି ସୁଦ୍ଧା ୬୮୧୫ କୋଭିଡ ଆକ୍ରାନ୍ତଙ୍କ ସଂଖ୍ୟା ଛୁଇଁଛି । ଗତ ୨୪ ଘଣ୍ଟାରେ ୩୨୪ଟି ନୂଆ ମାମଲା ଚିହ୍ନଟ ହୋଇଛି । ଆଜି ୩ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ସବୁଠାରୁ ଅଧିକ ସଂକ୍ରମିତ କେରଳରେ ଚିହ୍ନଟ ହୋଇଛନ୍ତି । କେରଳରେ ୨୦୫୩ କୋଭିଡ ପଜିଟିଭ ଆକ୍ରାନ୍ତ ରହିଛନ୍ତି ।

ସେହିପରି ଗୁଜରାଟରେ ୧୧୦୯, ଦିଲ୍ଲୀରେ ୬୯୧, ମହାରାଷ୍ଟ୍ରରେ ୬୧୩, ତାମିଲନାଡ଼ୁରେ ୨୦୭, ପଶ୍ଚିମବଙ୍ଗରେ ୭୪୭, ଛତିଶଗଡ଼ରେ ୪୪ ଏବଂ ଆନ୍ଧ୍ରପ୍ରଦେଶରେ ୮୬, କର୍ଣ୍ଣାଟକରେ ୫୫୯ ଆକ୍ରାନ୍ତ ରହିଛନ୍ତି । ଅରୁଣାଚଳ ପ୍ରଦେଶ, ମିଜୋରାମ ଏବଂ ମଣିପୁରରୁ ଏ ପର୍ଯ୍ୟନ୍ତ କୌଣସି ମାମଲା ଚିହ୍ନଟ ହୋଇନାହିଁ । କରୋନାକୁ ନେଇ ଲୋକମାନେ ସତର୍କତା ଅବଲମ୍ବନ କରନ୍ତୁ ବୋଲି କେନ୍ଦ୍ର ସରକାର ପରାମର୍ଶ ଦେଇଛି । ଯଦି କୌଣସି ଲକ୍ଷଣ ଦେଖାଯାଏ, ତେବେ ତୁରନ୍ତ ନିରୀକ୍ଷା କରିବାକୁ କୁହାଯାଇଛି ।












Click it and Unblock the Notifications