Covid 19:ବଢୁଛି କି କରୋନା ଆକ୍ରାନ୍ତଙ୍କ ସଂଖ୍ୟା, ଜାଣନ୍ତୁ ଦେଶରେ କ 'ଣ ରହିଛି କରୋନା ସ୍ଥିତି
Covid 19:ବଢୁଛି କି କରୋନା ଆକ୍ରାନ୍ତଙ୍କ ସଂଖ୍ୟା, ଜାଣନ୍ତୁ ଦେଶରେ କ 'ଣ ରହିଛି କରୋନା ସ୍ଥିତି
Corona News: ଦିନକୁ ଦିନ ପୁଣି କାୟା ବିସ୍ତାର କରିବାରେ ଲାଗିଛି କରୋନା । ଚାଇନା, ଦକ୍ଷିଣ କୋରିଆ, ଆମେରିକା ଏବଂ ଜାପାନ ସମେତ ଅନେକ ଦେଶରେ କରୋନା ମାମଲା କ୍ରମାଗତ ଭାବେ ବୃଦ୍ଧି ପାଇବାରେ ଲାଗିଛି । ବିଶ୍ୱରେ ବଢୁଥିବା କରୋନା ମାମଲାକୁ ଦୃଷ୍ଟିରେ ରଖି ଭାରତ ସରକାର ମଧ୍ୟ ସଜାଗ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ପ୍ରକାଶିତ ତଥ୍ୟ ଅନୁଯାୟୀ ଗୁରୁବାର ଅର୍ଥାତ୍ ଆଜି ଦେଶରେ କୋଭିଡ -19 ର 188ଟି ନୂଆ ମାମଲା ରେକର୍ଡ ହୋଇଛି । ଏହା ସହିତ, ବର୍ତ୍ତମାନ ସକ୍ରିୟ ମାମଲା ସଂଖ୍ୟା 2,554 କୁ ବୃଦ୍ଧି ପାଇଛି । ଭାରତରେ ଗତ 24 ଘଣ୍ଟା ମଧ୍ୟରେ 201 ଲୋକ ସୁସ୍ଥ ହୋଇଛନ୍ତି । ଯାହା ପରେ ମୋଟ୍ ସୁସ୍ଥ ଲୋକଙ୍କ ସଂଖ୍ୟା 4,41,46,055 କୁ ବୃଦ୍ଧି ପାଇଛି ।

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସୂଚନା ଅନୁସାରେ, ଦୈନିକ ପଜିଟିଭ୍ ହାର 0.10% ରେକର୍ଡ ହୋଇଥିବାବେଳେ ସାପ୍ତାହିକ ପଜିଟିଭ୍ ହାର 0.12% ରହିଛି । ସୂଚନାନୁସାରେ, ଦେଶରେ ମୋଟ 91.15 କୋଟି ଟେଷ୍ଟିଂ କରାଯାଇଛି । ଏଥି ସହିତ, ଗତ 24 ଘଣ୍ଟା ମଧ୍ୟରେ 1,93,051 ଟେଷ୍ଟିଂ କରାଯାଇଛି । ଏହା ବ୍ୟତିତ ଗତ 24 ଘଣ୍ଟା ମଧ୍ୟରେ ଦେଶବ୍ୟାପୀ ଟୀକାକରଣ ଅଭିଯାନ ଅଧୀନରେ 61,828 ଡୋଜ ଦିଆଯାଇଛି। ବର୍ତ୍ତମାନ ପର୍ଯ୍ୟନ୍ତ ମୋଟ୍ 220.11 କୋଟି ଟିକାକରଣ ସରିଛି । ଯେଉଁଥିରେ 95.13 କୋଟି ଦ୍ୱିତୀୟ ଡୋଜ ଏବଂ 22.42 କୋଟି ବୁଷ୍ଟର ଡୋଜ ଦିଆଯାଇଛି । କରୋନାର ନୂଆ ଭାଇଏଣ୍ଟକୁ ଦୃଷ୍ଟିରେ ରଖି କେନ୍ଦ୍ର ସହିତ ରାଜ୍ୟ ସରକାରମାନେ ମଧ୍ୟ ସକ୍ରିୟ ଅଛନ୍ତି। ବିମାନବନ୍ଦରରେ ଲଗାତାର କୋଭିଡ ଟେଷ୍ଟ୍ କରାଯାଉଛି ।












Click it and Unblock the Notifications