ଦେଶରେ ପୁଣି କାୟା ବିସ୍ତାର କରୁଛି ମହାମାରୀ କରୋନା, ୩,୮୨୩ ନୂଆ ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ: ଦେଶରେ ପୁଣି କାୟା ବିସ୍ତାର କରୁଛି କରୋନା । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସୂଚନା ଅନୁସାରେ, ଗତ ୨୪ ଘଣ୍ଟା ମଧ୍ୟରେ ୩,୮୨୩ ନୂଆ କୋଭିଡ୍ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଦେଶରେ ଆକ୍ଟିଭ୍ କେସ୍ ସଂଖ୍ୟା ୧୮, ୩୮୯କୁ ବୃଦ୍ଧି ପାଇଛି । ଯାହା ପୂର୍ବ ଦିନ ତୁଳନାରେ ୨୮ ପ୍ରତିଶତ ଅଧିକ । ଶନିବାର ଦିନ ୨୯୯୫ ମାମଲା ରିପୋର୍ଟ ହୋଇଥିବାବେଳେ ଶୁକ୍ରବାର ଦିନ ୩,୦୯୫ଟି ନୂଆ ମାମଲା ରେକର୍ଡ କରାଯାଇଥିଲା ।
ସୂଚନା ଅନୁସାରେ, ଦେଶରେ ଆକ୍ଟିଭ୍ କେସ୍ ସଂଖ୍ୟା ୧୮, ୩୮୯କୁ ବୃଦ୍ଧି ପାଇଛି , ଯାହା ମୋଟ ସଂକ୍ରମଣର ୦.୦୪ ପ୍ରତିଶତ । କରୋନା ମହାମାରୀ ପରଠାରୁ ଦେଶରେ ଏପର୍ଯ୍ୟନ୍ତ ୪,୪୭,୨୨,୬୦୫ ମାମଲା ରେକର୍ଡ କରାଯାଇଛି । ୪,୪୧,୭୩,୩୩୫ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି । ଏହିପରି ପୁନରୁଦ୍ଧାର ହାର ହେଉଛି ୯୮.୭୭ ପ୍ରତିଶତ । କରୋନା ମହାମାରୀ ପାଇଁ ଏପର୍ଯ୍ୟନ୍ତ ୫,୩୦,୮୮୧ ଜଣଙ୍କର ମୃତ୍ୟୁ ହୋଇଛି ।
ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ୱେବସାଇଟରେ ଦିଆଯାଇଥିବା ସୂଚନା ଅନୁଯାୟୀ, ଦେଶବ୍ୟାପୀ ଟୀକାକରଣ ଅଭିଯାନ ଅଧୀନରେ ଦୁଇ ବର୍ଷ ମଧ୍ୟରେ ୨.୨ ବିଲିୟନରୁ ଅଧିକ କୋଭିଡ ଟିକା ଦିଆଯାଇଛି । ଗତ ୨୪ ଘଣ୍ଟା ମଧ୍ୟରେ ୨,୭୦୦ ଜଣ ଟିକା ନେଇଛନ୍ତି ।
ଦେଶର ରାଜଧାନୀ ଦିଲ୍ଲୀରେ କରୋନା ମାମଲା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଶନିବାର ଦିନ ଜାତୀୟ ରାଜଧାନୀରେ ୪୧୬ ଟି ନୂଆ ମାମଲା ରେକର୍ଡ କରାଯାଇଛି । ଯାହା ଗତ ୭ ମାସ ମଧ୍ୟରେ ସର୍ବାଧିକ ଦୈନିକ ସଂକ୍ରମଣ । ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁସାରେ ସହରରେ ସଂକ୍ରମଣ ହାର ୧୪.୩୭ ପ୍ରତିଶତକୁ ବୃଦ୍ଧି ପାଇଛି।












Click it and Unblock the Notifications