କୋଭିଡର ଓମିକ୍ରନ୍ ଭାରିଏଣ୍ଟ BF.7 ବଢାଇଲା ଚିନ୍ତା, ଗୁଜରାଟରେ ୨ ଏବଂ ଓଡ଼ିଶାରେ ଜଣେ ଆକ୍ରାନ୍ତ ଚିହ୍ନଟ
କୋଭିଡର ଓମିକ୍ରନ୍ ଭାରିଏଣ୍ଟ BF.7 ବଢାଇଲା ଚିନ୍ତା, ଗୁଜରାଟରେ ୨ ଏବଂ ଓଡ଼ିଶାରେ ଜଣେ ଆକ୍ରାନ୍ତ ଚିହ୍ନଟ
Covid-19: କରୋନାର ବିପଦକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାରଙ୍କ ସହ ରାଜ୍ୟ ସରକାର ମଧ୍ୟ ସତର୍କତା ଅବଲମ୍ବନ କରିବା ଆରମ୍ଭ କରିଛନ୍ତି । ଚୀନ୍, ଜାପାନ, ଆମେରିକା ଭଳି ଦେଶରେ କରୋନା ମାମଲା ବୃଦ୍ଧି ପାଇବା ପରେ ଭାରତ ସରକାର ଆରମ୍ଭ କରିଦେଇଛନ୍ତି ପ୍ରସ୍ତୁତି । କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମାନସୁଖ ମାଣ୍ଡଭିଆଙ୍କ ଅଧ୍ୟକ୍ଷତାରେ ଆଜି ଏକ ଉଚ୍ଚସ୍ତରୀୟ ବୈଠକର ଅନୁଷ୍ଠିତ ହୋଇ ଯାଇଛି । ଏହି ସମୟରେ ସେ କରୋନା ରୋକିବା ପାଇଁ ଅନେକ ନିର୍ଦ୍ଦେଶନାମା ଜାରି କରିଛନ୍ତି ।
ଚାଇନାରେ ଚହଳ ସୃଷ୍ଟି କରିଥିବା ଓମିକ୍ରନ୍ ର ସବ୍-ଭାରିଆଣ୍ଟ୍ BF.7 (BF.7 Omicron Variant)ର ଚାରୋଟି ମାମଲା ଭାରତରେ ମଧ୍ୟ ଆଜି ଦେଖିବା ପାଇଁ ମିଳିଛି । ଗୁଜୁରାଟ ଏବଂ ଓଡ଼ିଶାରୁ ଏହି ମାମଲା ସାମ୍ନାକୁ ଆସିଛି। ଏହି ରୋଗୀଙ୍କ ମଧ୍ୟରୁ ଦୁଇଜଣ ସୁସ୍ଥ ଅଛନ୍ତି । ଗୁଜରାଟରେ ୨ ଏବଂ ଓଡ଼ିଶାରେ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ଗୁଜୁରାଟର ସ୍ୱାସ୍ଥ୍ୟ ବିଭାଗ କହିଛି ଯେ ଜୁଲାଇ-ଅକ୍ଟୋବର-ନଭେମ୍ବର -୨୦୨୨ରେ ଓମିକ୍ରନର BF.7 ଏବଂ BF.12 ଭାରିଆଣ୍ଟର ଦୁଇ ଜଣ ରୋଗୀ ଚିହ୍ନଟ ହୋଇଛନ୍ତି । ଏହି ରୋଗୀଙ୍କୁ ବର୍ତ୍ତମାନ ହୋମ୍ ଆଇସୋଲେସନରେ ରଖାଯାଇଛି ଏବଂ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି । କରୋନାର ବଢୁଥିବା ମାମଲାକୁ ଦୃଷ୍ଟିରେ ରଖି କର୍ଣ୍ଣାଟକ, ମହାରାଷ୍ଟ୍ର, ୟୁପି, ବିହାର ସମେତ ଅନେକ ରାଜ୍ୟ ଏବେ କରୋନା ମୁକାବିଲା ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି ।
କର୍ଣ୍ଣାଟକ ସରକାର ବେଙ୍ଗାଲୁରୁ ବିମାନବନ୍ଦରରେ ଅନ୍ତର୍ଜାତୀୟ ଯାତ୍ରୀଙ୍କର ସ୍କ୍ରିନିଂ ଆରମ୍ଭ କରିଦେଇଛନ୍ତି। କର୍ଣ୍ଣାଟକ ସ୍ୱାସ୍ଥ୍ୟମନ୍ତ୍ରୀ କେ. ସୁଧାକର କହିଛନ୍ତି ଯେ, ବିଶ୍ୱର ସ୍ଥିତିକୁ ନଜରରେ ରଖି ଆମକୁ ସଜାଗ ରହିବା ପାଇଁ ପଡିବ । ଆମେ ବାହରୁ ଆସୁଥିବା ଯାତ୍ରୀଙ୍କର ଯାଞ୍ଚ କରିବା ଆରମ୍ଭ କରିଦେଇଛୁ । ସେପଟେ ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍ କହିଛନ୍ତି ଯେ, ପରିସ୍ଥିତି ଅନୁଧ୍ୟାନ କରିବା ପାଇଁ ରାଜ୍ୟ ସରକାର ଖୁବ ଶିଘ୍ର ଏକ ଟାସ୍କଫୋର୍ସ କିମ୍ବା କମିଟି ଗଠନ କରିବେ ।












Click it and Unblock the Notifications