୬ରୁ ୧୨ ବର୍ଷ ପିଲା ନେଇ ପାରିବେ କୋଭାକ୍ସିନ, ଜରୁରୀକାଳିନ ବ୍ୟବହାର ପାଇଁ DCGIର ଅନୁମତି
୬ରୁ ୧୨ ବର୍ଷ ପିଲାଙ୍କୁ ଦିଆଯିବ କୋଭାକ୍ସିନ ଟିକା । ଟିକାର ଜରୁରୀକାଳିନ ବ୍ୟବହାର ପାଇଁ ଅନୁମତି ଦେଇଛି ଡ୍ରଗ୍ସ କଣ୍ଟ୍ରୋଲର ଜେନେରାଲ ଅଫ୍ ଇଣ୍ଡିଆ (ଡିସିଜିଆଇ)।
ନୂଆଦିଲ୍ଲୀ: ୬ରୁ ୧୨ ବର୍ଷ ପିଲାଙ୍କୁ ଦିଆଯିବ କୋଭାକ୍ସିନ ଟିକା । ଟିକାର ଜରୁରୀକାଳିନ ବ୍ୟବହାର ପାଇଁ ଅନୁମତି ଦେଇଛି ଡ୍ରଗ୍ସ କଣ୍ଟ୍ରୋଲର ଜେନେରାଲ ଅଫ୍ ଇଣ୍ଡିଆ (ଡିସିଜିଆଇ)। ଭାରତ ବାୟୋଟେକ ପକ୍ଷରୁ ପ୍ରସ୍ତୁତ ହେଉଛି କୋଭାକ୍ସିନ ଟିକା ।

କରୋନା ଏବେ କାୟା ବିସ୍ତାର କରୁଥିବା ବେଳେ ଦେଶରେ ମଧ୍ୟ କରୋନାର ଗ୍ରାଫ୍ ଏବେ ଉପରମୁହାଁ ହୋଇଛି । ଖାସକରି କୁନି ପିଲା ଏଥିରେ ଅଧିକ ମାତ୍ରାରେ ସଂକ୍ରମିତ ହେଉଛନ୍ତି । ତେଣୁ ଏହାକୁ ଦୃଷ୍ଟିରେ ରଖି କୋଭାକ୍ସିନ ଟିକା ଦେବାକୁ ନିଷ୍ପତ୍ତି ନିଆଯାଇଛି ।
ଡ୍ରଗ୍ସ କଣ୍ଟ୍ରୋଲର ଜେନେରାଲ ଅଫ୍ ଇଣ୍ଡିଆ (ଡିସିଜିଆଇ) ର ସବଜେକ୍ଟ ଏକ୍ସପର୍ଟ କମିଟି (ଏସଇସି) ପକ୍ଷରୁ ଭାରତ ବାୟୋଟେକ ନିର୍ମିତ ଏହି କୋଭିଡ୍ ଟିକାକୁ ଅନୁମତି ଦିଆଯାଇଛି ।ବର୍ତ୍ତମାନ କୋଭାକ୍ସିନ ଟିକା ୧୫-୧୮ ବର୍ଷୀୟ ପିଲାମାନଙ୍କୁ ପ୍ରଦାନ କରାଯାଉଛି।ଏନେଇ ଗତ ଗୁରୁବାର ଦିନ ଏସଇସି ପକ୍ଷରୁ ଏକ ବୈଠକ ବସିଥିଲା । କୋଭାକ୍ସିନ କୋଭିଡ-୧୯ ଟିକାର ଜରୁରୀକାଳୀନ ବ୍ୟବହାର ପାଇଁ ଭାରତ ବାୟୋଟେକ ଦ୍ୱାରା କରାଯାଇଥିବା ଆବେଦନକୁ ଉକ୍ତ ବୈଠକରେ ସମୀକ୍ଷା କରାଯାଇଥିଲା ।
ବର୍ତ୍ତମାନ ସୁଦ୍ଧା କେବଳ ୧୨ରୁ ୧୪ ବର୍ଷର କିଶୋରକିଶୋରୀଙ୍କୁ ୨.୭୦ କୋଟି ପ୍ରଥମ ଡୋଜ୍ ଟୀକାକରଣ କରାଯାଇଛି । ତା ସହିତ ୧୮ରୁ ୫୯ ବର୍ଷ ବୟସ ମଧ୍ୟରେ ବ୍ୟକ୍ତିବିଶେଷ ୪ ଲକ୍ଷ ୬୮ ହଜାର ୨୧୧ ପ୍ରିକସନ୍ ଡୋଜ୍ ଟିକା ନେଇ ସାରିଛନ୍ତି ।












Click it and Unblock the Notifications