୨ରୁ ୧୮ ବର୍ଷ ବୟସର ଶିଶୁ ଓ କିଶୋରମାନଙ୍କୁ ଦିଆଯିବ କୋଭିଡ୍ ଟିକା
ନୂଆଦିଲ୍ଲୀ: ପିଲାଙ୍କ ପାଇଁ କୋବିଡ ଟୀକାକୁ ମିଳିଲା ଅନୁମୋଦନ । ଦେଶରେ ୨ରୁ ୧୮ ବର୍ଷ ବୟସର ଶିଶୁ ଓ କିଶୋରମାନଙ୍କୁ ଦିଆଯିବ କୋଭିଡ୍ ଟିକା । ଏଥିପାଇଁ କୋଭାକ୍ସିନକୁ ଡିସିଜିଆଇ ଅନୁମତି ପ୍ରଦାନ କରିଛି। ଭରତ ବାୟୋଟେକ ଏବଂ ଆଇସିଏମଆର ମିଳିତ ଭାବେ କୋଭାକ୍ସିନ ଟିକା ପ୍ରସ୍ତୁତ କରିଛନ୍ତି । କୋଭାକ୍ସିନ ହେଉଛି ଭାରତୀୟ କରୋନା ଟିକା । କରୋନା ଭାଇରସ୍ ବିରୋଧରେ କ୍ଲିନିକାଲ୍ ପରୀକ୍ଷଣରେ କୋଭାକ୍ସିନ୍ ପ୍ରାୟ ୭୮ ପ୍ରତିଶତ ପ୍ରଭାବଶାଳୀ ବୋଲି ପ୍ରମାଣିତ ହୋଇଥିଲା ।

ପିଲାଙ୍କୁ ଟିକା ଦେବା ପାଇଁ କେନ୍ଦ୍ର ସରକାର ଖୁବ୍ ଶୀଘ୍ର ଗାଇଡଲାଇନ୍ ଜାରିକରିବେ। ଏହାପରେ ପିଲାମାନଙ୍କ ଟିକାକରଣ ଆରମ୍ଭ ହେବ ପିଲାମାନେ ମଧ୍ୟ ବୟସ୍କଙ୍କ ପରି କୋଭାକ୍ସିନର ଦୁଇଟି ଡୋଜ୍ ନେବେ ବୋଲି କୁହାଯାଉଛି । ଏପର୍ଯ୍ୟନ୍ତ ହୋଇଥିବା ପରୀକ୍ଷଣରେ କୋଭାକ୍ସିନ୍ ଟିକା ପିଲାଙ୍କ ପାଇଁ କୌଣସି କ୍ଷତି ଘଟାଇଥିବା ସୂଚନା ନାହିଁ। ଦେଶରେ କରୋନା ତୃତୀୟ ଲହର ସମୟରେ ପିଲାମାନଙ୍କ ପାଇଁ ଆଶଙ୍କା ସୃଷ୍ଟି ହୋଇଥିବା ବେଳେ ଟୀକା ପାଇଁ ଅନୁମୋଦନ ମିଳିବା ଯୋଗୁ ସଂକ୍ରମଣ ରୋକିବାରେ ଏହା ସହାୟକ ହେବ ବୋଲି ଆଶା କରାଯାଉଛି।












Click it and Unblock the Notifications