ଆପ୍ ନେତ୍ରୀ ଆତିଶୀଙ୍କୁ ଲାଗିଲା ବଡ଼ ଝଟକା, କୋର୍ଟରୁ ଆସିଲା ସମନ
ନୂଆଦିଲ୍ଲୀ: ଦେଶରେ ଶେଷ ପର୍ଯ୍ୟାୟ ଲୋକସଭା ନିର୍ବାଚନ ମଧ୍ୟରେ ଆପ୍ ନେତ୍ରୀ ତଥା ଦିଲ୍ଲୀ ଶିକ୍ଷା ମନ୍ତ୍ରୀ ଆତିଶୀଙ୍କୁ ଅଦାଲତରୁ ବଡ଼ ଝଟ୍କା ଲାଗିଛି । କୋର୍ଟ ଆତିଶୀଙ୍କୁ ସମନ କରିଛନ୍ତି । ଏଥିରେ କୋର୍ଟ ଆତିଶୀଙ୍କୁ ଜୁନ୍ ୨୯ରେ ହାଜର ହେବାକୁ ନିର୍ଦେଶ ଦେଇଛନ୍ତି । ବିଜେପି ମୁଖପାତ୍ର ପ୍ରବୀଣ ଶଙ୍କର କପୁରଙ୍କ ଦ୍ୱାରା ଦାଖଲ ହୋଇଥିବା ମାନହାନି ମାମଲାରେ କୋର୍ଟ ଏହି ସମନ ପଠାଇଛନ୍ତି । ବିଜେପି ଦିଲ୍ଲୀର କ୍ଷମତାସୀନ ଆପ୍ର କିଛି ବିଧାୟକଙ୍କୁ ଟଙ୍କା ଦେଇ କିଣିବାକୁ ଚେଷ୍ଟା କରୁଥିବା ଆତିଶୀ ଅଭିଯୋଗ କରିଥିଲେ । ଏନେଇ ତାଙ୍କ ପାଖରେ ଫୋନ କଲ ରେକର୍ଡ ରହିଥିବା ମଧ୍ୟ ସେ ଦାବି କରିଥିଲେ ।
ଆପ୍ର ଏପରି ଅଭିଯୋଗକୁ ବିଜେପି ଖଣ୍ଡନ କରିଥିଲା । ଦଳ ପକ୍ଷରୁ ପ୍ରମାଣ ଉପସ୍ଥାପନ କରିବାକୁ ଆପ୍କୁ ଚ୍ୟାଲେଞ୍ଜ ଦିଆଯାଇଥିଲା । ଏଥିସହ ପ୍ରବୀଣ ଶଙ୍କର କପୁର କୋର୍ଟରେ ପହଞ୍ଚି ଆତିଶୀଙ୍କ ବିରୋଧରେ ମାନହାନୀ କେସ୍ କରିଥିଲେ । ସେ ମାନହାନୀ କେସ୍ରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ନାଁ ମଧ୍ୟ ଉଲ୍ଲେଖ କରିଥିଲେ । ପ୍ରବୀଣ କହିଛନ୍ତି ଯେ ଆତିଶୀ ଓ ଆପର ଘୋଡ଼ା ବେପାର ଅଭିଯୋଗ ତାଙ୍କର ଓ ତାଙ୍କ ଦଳର ସମ୍ମାନକୁ କ୍ଷତି ପହଞ୍ଚାଇଛି । କୋର୍ଟ ଏହାର ବିଚାର କରି ଆତିଶୀଙ୍କୁ ଅଭିଯୁକ୍ତ ଭାବେ ବିବେଚନା କରିଛନ୍ତି ଓ ତାଙ୍କୁ ଜୁନ ୨୯ରେ ହାଜର ହେବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ଏପ୍ରିଲରେ ଏକ ସାମ୍ବାଦିକ ସମ୍ମିଳନୀରେ ଅତିଶୀ କହିଥିଲେ, 'ବିଜେପି ମୋତେ ଅତି ନିକଟରୁ ଯୋଗାଯୋଗ କରିଛି । ସେ ମୋତେ ବିଜେପିରେ ଯୋଗଦେବାକୁ କହିଛନ୍ତି ଏବଂ ଏହା ମୋର ରାଜନୈତିକ କ୍ୟାରିଅରକୁ ବଞ୍ଚାଇବ ବୋଲି କହିଛି । ସେ ଧମକ ଦେଇଛନ୍ତି ଯେ ଯଦି ମୁଁ ବିଜେପିରେ ଯୋଗ ନଦେବି, ତେବେ ଏକ ମାସ ମଧ୍ଯରେ ଇଡି ମୋତେ ଗିରଫ କରିବ












Click it and Unblock the Notifications