Get Updates
Get notified of breaking news, exclusive insights, and must-see stories!

ଦିଲ୍ଲୀ ଅବକାରୀ ନୀତି ମାମଲା: ଅକ୍ଟୋବର ୨୭ ତାରିଖ ପର୍ଯ୍ୟନ୍ତ ବଢିଲା ନ୍ୟାୟିକ ହେପାଜତ ଅବଧି

Delhi Excise Policy Case: ଦିଲ୍ଲୀ ଏକ୍ସାଇଜ୍ ପଲିସି ସହ ଜଡିତ ଅର୍ଥ ହେରଫେର ମାମଲାରେ ଆମ ଆଦମୀ ପାର୍ଟି (ଏଏପି) ରାଜ୍ୟସଭା ସାଂସଦ ସଞ୍ଜୟ ସିଂଙ୍କୁ ଅକ୍ଟୋବର ୨୭ ପର୍ଯ୍ୟନ୍ତ ନ୍ୟାୟିକ ହେପାଜତକୁ ପଠାଇଛନ୍ତି କୋର୍ଟ । ତେବେ ସଞ୍ଜୟ ସିଂ ଜଣେ ମଧୁମେହ ରୋଗୀ ହୋଇଥିବାରୁ ଔଷଧ ପାଇଁ ଭିନ୍ନ ଭାବେ ଏକ ଆପ୍ଲିକେଶନ ଫାଇଲ୍ କରାଯାଇଥିଲା ।

Sanjay Singh

ଅକ୍ଟୋବର ୧୦ରେ ଦିଲ୍ଲୀ ମଦ ଦୁର୍ନିତି ନୀତି ମାମଲାରେ ଗିରଫ ହୋଇଥିବା ସଞ୍ଜୟ ସିଂଙ୍କୁ ଅକ୍ଟୋବର ୧୩ ପର୍ଯ୍ୟନ୍ତ ଇଡି ହେପାଜତକୁ ପଠାଯାଇଛି । ହେପାଜତର ଅବଧି ଶେଷ ହେବା ପରେ ତାଙ୍କୁ ଆଜି କୋର୍ଟରେ ହାଜର କରାଯାଇଥିଲା। ତେବେ ଦିଲ୍ଲୀ ଏକ୍ସାଇଜ୍ ପଲିସିରେ ଅନିୟମିତତା ହୋଇଥିବା ଇଡି ଅଭିଯୋଗ କରିଛି। ହେପାଜତ ଅବଧି ସମାପ୍ତ ହେବା ପରେ ତାଙ୍କୁ ପୁଣି କୋର୍ଟରେ ହାଜର କରାଯିବ ।


ଅନ୍ୟପକ୍ଷରେ ଗିରଫଦାରୀକୁ ଚ୍ୟାଲେଞ୍ଜ କରି ହାଇକୋର୍ଟ ଦ୍ୱାରସ୍ଥ ହୋଇଛନ୍ତି ସଞ୍ଜୟ ସିଂ । 2021-22 ଅବକାରୀ ନୀତିରେ ଅର୍ଥ ଘୋଟାଲା ମାମଲାରେ ଗିରଫ ହୋଇଥିବା ଆପ୍ ରାଜ୍ୟ ସଭା ସାଂସଦ ଆଜି ଦିଲ୍ଲୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି । ତେବେ ଇଡି କରିଥିବା ଗିରଫଦାରୀକୁ ହାଇକୋର୍ଟରେ ଚ୍ୟାଲେଞ୍ଜ କରିଛନ୍ତି ସାଂସଗ ସଞ୍ଜୟ ସିଂହ । ସେହିପରି ଟ୍ରାଏଲ କୋର୍ଟ ରିମାଣ୍ତକୁ ମଧ୍ୟ ସେ ଚ୍ୟାଲେଞ୍ଜ କରିଛନ୍ତି ।

ସୂଚନାଥାଉ ଯେ, ଆପ୍ ରାଜ୍ୟସଭା ସାଂସଦ ସଞ୍ଜୟ ସିଂହ ଅକ୍ଟୋବର 4 ତାରିଖରେ ଗିରଫ ହୋଇଛନ୍ତି । । ଇଡି ତାଙ୍କୁ ଆର୍ଥିକ ହେରଫେର ମାମଲାରେ ଗିରଫ କରିଛି । ବରିଷ୍ଠ ନେତା ତଥା ରାଜ୍ୟସଭା ସାଂସଦ ସଞ୍ଜୟ ସିଂଙ୍କ ଘରେ ଇଡି ଚଢାଉ କରିବା ପରେ ତାଙ୍କୁ ଗିରଫ କରାଯାଇଥିଲା ।

ଲିକର୍ ପଲିସି ମାମଲାରେ ଅଭିଯୁକ୍ତ ଦିନେଶ ଆରୋରା ସଞ୍ଜୟ ସିଂହଙ୍କ ନାଁ ନେବା ପରେ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଥିଲା । ଗଣମାଧ୍ୟମ ରିପୋର୍ଟ ଅନୁସାରେ ଅରୋରା କହିଥିଲେ ଯେ, ସଞ୍ଜୟ ତାଙ୍କୁ ମନିଶ ସିସୋଦିଆଙ୍କ ସହ ଯୋଗାଯୋଗ କରାଇଥିଲେ । ତେବେ ଲିକର୍ ଘୋଟାଲା ସମୟରେ ସିସୋଦିଆ ଅବକାରୀ ମନ୍ତ୍ରୀ ଥିଲେ ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+