୫ ଦିନିଆ ରିମାଣ୍ଡରେ ଗଲେ ସୋରେନ୍‌

ନୂଆଦିଲ୍ଲୀ: ଝାଡ଼ଖଣ୍ଡ ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ରିମାଣ୍ଡ । ହେମନ୍ତଙ୍କୁ ୫ ଦିନ ରିମାଣ୍ଡରେ ନେବ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ମନି ଲଣ୍ଡରିଂ ମାମଲାରେ ଅଧିକ ପଚରାଉଚରା କରିବ ଇଡି । ପିମଏମଏଲ ଏ କୋର୍ଟ ଝାଡଖଣ୍ଡର ପୂର୍ବତନ ସିଏମ ହେମନ୍ତ ସୋରେନଙ୍କୁ ୫ ଦିନ ରିମାଣ୍ଡରେ ପଠାଇଛନ୍ତି ।

ହେମନ୍ତ ସୋରେନଙ୍କୁ ଦଶ ଦିନ ରିମାଣ୍ଡରେ ନେବାକୁ ଇଡି ଦାବି କରିଥିଲା । ହେଲେ କୋର୍ଟ ଇଡିକୁ ୫ ଦିନ ରିମାଣ୍ଡରେ ନେବାକୁ ଅନୁମତି ଦେଇଛନ୍ତି । ଯାହା ଫଳରେ ଇଡିର ୫ ଦିନିଆ ରିମାଣ୍ଡରେ ଗଲେ ଝାଡଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ । ଜମି ଦୁର୍ନୀତି ସହ ଜଡିତ ଅର୍ଥ ହେରଫେର ମାମଲାରେ ଦୀର୍ଘ ଦିନ ଧରି ପଚରାଉଚରା ପରେ ହେମନ୍ତ ସୋରେନଙ୍କୁ ବୁଧବାର ଇଡି ଗିରଫ କରିଥିଲା । ଏହି ସମୟରେ ସୋରେନ ରାଜ ଭବନରେ ଇଡି ହେପାଜତରେ ପହଞ୍ଚି ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ ।

 hemant soren

ଅନ୍ୟପଟେ ଆଜି ଝାଡ଼ଖଣ୍ଡରେ ଝାଡ଼ଖଣ୍ଡର ନୂଆ ମୁଖ୍ୟମନ୍ତ୍ରୀ ହେଲେ ଚମ୍ପଇ ସୋରେନ୍ । ପଦ ଓ ଗୋପନୀୟତାର ଶପଥ କରାଇଲେ ରାଜ୍ୟପାଳ । ସହଯୋଗୀ କଂଗ୍ରେସର ଆଲମଗିରି ଆଲାମ ବି ଶପଥ ନେଇଛନ୍ତି । ଆରଜେଡିର ସତ୍ୟାନନ୍ଦ ଭୋକ୍ତା ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । ରାଜଭବନରେ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି ରାଜ୍ୟପାଳ ସି.ପି. ରାଧାକ୍ରୀଷ୍ଣନ । ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ଇଡି ଗିରଫ କରିବା ପରେ ଚମ୍ପାଇ ସୋରେନ ଝାଡ଼ଖଣ୍ଡ ନୂଆ ମୁଖ୍ୟମନ୍ତ୍ରୀ ହୋଇଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+