କେଜ୍ରିୱାଲଙ୍କ ମିଳିଲା ବଡ ଆଶ୍ୱସ୍ତି , ମୁଖ୍ୟମନ୍ତ୍ରୀ ପଦରୁ ହଟାଇବା ଆବେଦନକୁ ପ୍ରତ୍ୟାଖ୍ୟାନ କଲେ କୋର୍ଟ

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଆଉ ଏକ ଆରାମ ମିଳିଛି। ଦିଲ୍ଲୀ ହାଇକୋର୍ଟ ପରେ କେଜ୍ରିୱାଲଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ହଟାଇବାକୁ ଦାବି କରାଯାଇଥିବା ଆବେଦନକୁ ସୁପ୍ରିମକୋର୍ଟ ମଧ୍ୟ ପ୍ରତ୍ୟାଖ୍ୟାନ କରିଛନ୍ତି ।

Arvind Kejriwal

ସୋମବାର ସୁପ୍ରିମକୋର୍ଟ ଜେଲ ଯିବା ପରେ ମଧ୍ୟ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ପଦରେ ରହିଥିବା ଅରବିନ୍ଦ କେଜ୍ରିୱାଲଙ୍କ ବିରୋଧରେ ହୋଇଥିବା ଆବେଦନକୁ ଶୁଣିବାକୁ ମନା କରି ଦେଇଛନ୍ତି। ଆମେ ଏହା କରିପାରିବୁ ନାହିଁ। ଆମ ପାଖରେ ଏଭଳି କୌଣସି ଆଇନଗତ ଅଧିକାର ନାହିଁ ବୋଲି ସୁପ୍ରିମକୋର୍ଟ କହିଛନ୍ତି।

ଗିରଫ ହୋଇ ଜେଲ୍‌ ଯିବା ପରେ ବ୍ୟକ୍ତିଗତ ସ୍ୱାର୍ଥ ଯୋଗୁ ସିଏମ କେଜ୍ରିୱାଲ ଏହି ପଦ ଛାଡୁ ନାହାନ୍ତି। କେଜ୍ରିୱାଲଙ୍କ ଜେଲରେ ରହିବା କାରଣରୁ ଅନେକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ପ୍ରଭାବିତ ହେଉଛି ବୋଲି ଆବେଦନକାରୀ କହିଥିଲେ। ତେବେ ଏହି କାମକୁ ଦେଖିବା ଏଲଜିଙ୍କ ଅଧୀନରେ ଅଛି ବୋଲି ସୁପ୍ରିମକୋର୍ଟ କହିଛନ୍ତି। ଏହି ପଦବୀରୁ କାହାକୁ ହଟାଇବାକୁ କୋର୍ଟ ନିର୍ଦ୍ଦେଶ ଦେଇ ପାରିବେ ନାହିଁ ବୋଲି ଶୀର୍ଷ ଅଦାଲତ କହିଛନ୍ତି।

ସୂଚନାଯୋଗ୍ୟ, ଦିଲ୍ଲୀ ମଦ ଦୁର୍ନୀତି ସହ ଜଡିତ ମାମଲାରେ ଇଡି ଦ୍ୱାରା ଗିରଫ ହେବା ପରେ କେଜ୍ରିୱାଲଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ହଟାଇବାକୁ ଦାବି କରି କୋର୍ଟରେ ଆବେଦନ କରାଯାଇଥିଲା। ଏହା ପୂର୍ବରୁ ମାର୍ଚ୍ଚ ୨୮ ତାରିଖରେ ଏହି ଆବେଦନକୁ ଦିଲ୍ଲୀ ହାଇକୋର୍ଟ ଖାରଜ କରି ଦେଇଥିଲେ। ଏହା ରାଷ୍ଟ୍ରପତିଙ୍କ କାମ ଏଥିରେ କୋର୍ଟ ହସ୍ତକ୍ଷେପ କରିପାରିବ ନାହିଁ ବୋଲି ହାଇକୋର୍ଟ କହିଥିଲେ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+