ବିଜେପି ସାଂସଦ ବାଂସୁରୀ ସ୍ୱରାଜଙ୍କୁ କୋର୍ଟଙ୍କ ମାନହାନି ନୋଟିସ୍

ବିଜେପି ସାଂସଦ ବାଂସୁରୀ ସ୍ୱରାଜଙ୍କୁ ନୋଟିସ୍ । ଦିଲ୍ଲୀର ରାଉସ୍ ଆଭେନ୍ୟୁ କୋର୍ଟ ତାଙ୍କୁ ଅପରାଧିକ ମାନହାନି ନୋଟିସ ଜାରି କରିଛନ୍ତି । ବାଂସୁରୀଙ୍କ ବିରୋଧରେ ଆମ୍ ଆଦମୀ ପାର୍ଟି ନେତା, ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ସତ୍ୟେନ୍ଦ୍ର ଜୈନ ଏହି ଆବେଦନ ଦାଖଲ କରିଥିଲେ । ଏହାପରେ କୋର୍ଟ ଏହି ବିଜ୍ଞପ୍ତି ଜାରି କରିଛନ୍ତି । ଜୈନ ଅଭିଯୋଗ କରିଛନ୍ତି ଯେ ବାଂସୁରୀ ସ୍ୱରାଜ ୨୦୨୩ ଅକ୍ଟୋବର ୫ରେ ଏକ ଟେଲିଭିଜନ ସାକ୍ଷାତକାରରେ ତାଙ୍କ ବିରୋଧରେ ଅପମାନଜନକ ମନ୍ତବ୍ୟ ଦେଇଥିଲେ । କୋର୍ଟ ବାଂସୁରୀଙ୍କୁ ଡିସେମ୍ବର ୨୦ରେ ହାଜର ହେବା ପାଇଁ ଡକାଇଛନ୍ତି । ବାଂସୁରୀ ସ୍ୱରାଜ ବ୍ୟକ୍ତିଗତ ଭାବରେ କିମ୍ବା ନିଜ ଓକିଲଙ୍କ ମାଧ୍ୟମରେ ହାଜର ହୋଇପାରନ୍ତି । ଏହି ତାରିଖରେ କୋର୍ଟ ସତ୍ୟେନ୍ଦ୍ର ଜୈନ ଏବଂ ତାଙ୍କର ଦୁଇ ସାକ୍ଷୀଙ୍କ ବିବୃତ୍ତି ରେକର୍ଡ କରିବେ ।

Bansuri Swaraj

ଜୈନ ନିଜ ଅଭିଯୋଗରେ ଉଲ୍ଲେଖ କରିଛନ୍ତି, ୨୦୨୩ ଅକ୍ଟୋବର ୫ରେ ଏକ ଟିଭି ଚ୍ୟାନେଲରେ ବାଂସୁରୀ ସ୍ୱରାଜ ସାକ୍ଷାତକାର ଦେଇଥିଲେ । ଏହି ସମୟରେ ସେ ତାଙ୍କ ବିରୋଧରେ ଅପମାନଜନକ ଟିପ୍ପଣୀ କରିଥିଲେ, ଯାହାକୁ ଲକ୍ଷ ଲକ୍ଷ ଲୋକ ଦେଖିଥିଲେ ।ସତ୍ୟେନ୍ଦ୍ର ଜୈନ ଦାବି କରିଛନ୍ତି କି, ତାଙ୍କୁ ବଦନାମ କରିବା ଏବଂ ଅନୁଚିତ୍ ଉପାୟରେ ରାଜନୈତିକ ସୁବିଧା ପାଇବା ପାଇଁ ଏଭଳି କରାଯାଇଥିଲା । ତାଙ୍କ ଘରୁ ୩ କୋଟି ଟଙ୍କା, ୧.୮ କିଲୋଗ୍ରାମ ସୁନା ଏବଂ ୧୩୩ ସୁନା ମୁଦ୍ରା ଜବତ ହୋଇଥିବା ନେଇ ବାଂସୁରୀ ସ୍ୱରାଜ ମିଥ୍ୟା ଦାବି କରିଛନ୍ତି ବୋଲି ଜୈନ କହିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+