କୋର୍ଟ ଦେଲେ ମଞ୍ଜୁରୀ,ମେହୁଲ ଚୋକସିଙ୍କୁ ଅଣାଯିବ ଭାରତ
ପିଏନବି ଠକେଇ ମାମଲାର ଅଭିଯୁକ୍ତ ପଳାତକ ବ୍ୟବସାୟୀ ମେହୁଲ ଚୋକସିଙ୍କୁ ଭାରତ ଆଣିବା ପାଇଁ ଚେଷ୍ଟା ଚାଲିଛି। ଏଥିପାଇଁ ଭାରତ ସରକାର ମୁମ୍ବାଇର ଆର୍ଥର ରୋଡ୍ ଜେଲର ସରକାରୀ ଫଟୋଗ୍ରାଫ୍ ବେଲଜିୟମ୍ କର୍ତ୍ତୃପକ୍ଷଙ୍କୁ ହସ୍ତାନ୍ତର କରିଛନ୍ତି। ଏହି ଫଟୋଗ୍ରାଫ୍ ଚୋକସିଙ୍କୁ ପ୍ରତ୍ୟର୍ପଣ ସମୟରେ କେଉଁ ସୁବିଧା ମିଳିବ ତାହା ଦର୍ଶାଉଛି। ବୁଧବାର ଏକ ଶୁଣାଣି ସମୟରେ, ବେଲଜିୟମ୍ କୋର୍ଟ ରାୟ ଦେଇଛନ୍ତି ଯେ ଚୋକସିଙ୍କ ବିରୋଧରେ ଅଭିଯୋଗ ହୋଇଥିବା ଅପରାଧ ଭାରତ ଏବଂ ବେଲଜିୟମ୍ ଉଭୟର ଆଇନ ଅନୁଯାୟୀ ପ୍ରତ୍ୟର୍ପଣଯୋଗ୍ୟ। ଚୋକସିଙ୍କୁ ପ୍ରତ୍ୟର୍ପଣ କରାଯାଇପାରେ।

ଅକ୍ଟୋବର ୧୭ ତାରିଖରେ, ବେଲଜିୟମ୍ ର ଆଣ୍ଟୱର୍ପର ସହରର ଏକ କୋର୍ଟ ପଳାତକ ହୀରା ବ୍ୟବସାୟୀ ମେହୁଲ ଚୋକସିଙ୍କ ପ୍ରତ୍ୟର୍ପଣକୁ ମଞ୍ଜୁରୀ ଦେଇଥିଲେ। କୋର୍ଟ ଭାରତୀୟ ଏଜେନ୍ସିଗୁଡ଼ିକର ଅନୁରୋଧରେ ବେଲଜିୟମ୍ ପୋଲିସ ଦ୍ୱାରା ଚୋକସିଙ୍କ ଗିରଫଦାରୀକୁ ଆଇନଗତ ବୋଲି ଦର୍ଶାଇଥିଲେ।କୋର୍ଟ କହିଛନ୍ତି, ଚୋକସିଙ୍କ ପ୍ରତ୍ୟର୍ପଣରେ କୌଣସି ଆଇନଗତ କଟକ ନାହିଁ, କାରଣ ସେ ବେଲଜିୟମର ନାଗରିକ ନୁହଁନ୍ତି ଏବଂ ତାଙ୍କ ବିରୁଦ୍ଧରେ ଗମ୍ଭୀର ଅଭିଯୋଗ ରହିଛି। କୋର୍ଟ ଚୋକସିଙ୍କ ଅପହରଣ ଏବଂ ରାଜନୈତିକ ନିର୍ଯାତନା ଦାବିକୁ ମଧ୍ୟ ଖାରଜ କରିଦେଇଛନ୍ତି।
ଭାରତ ସରକାର ମୁମ୍ବାଇର ଆର୍ଥର ରୋଡ୍ ଜେଲ୍ର ବାରାକ୍ ନମ୍ବର ୧୨ର ଫଟୋ ବେଲଜିୟମ୍ ଅଧିକାରୀଙ୍କୁ ପଠାଇଛନ୍ତି। କୁହାଯାଉଛି ଯେ, ପ୍ରତ୍ୟର୍ପଣ ପରେ ଚୋକସିଙ୍କୁ ଏଠାରେ ରଖିବାର ପ୍ରସ୍ତୁତି ଚାଲିଛି। ବ୍ୟାରକଟି ୪୬ ବର୍ଗ ମିଟର ପର୍ଯ୍ୟନ୍ତ ବ୍ୟାପି ରହିଛି। ଏଥିରେ ଦୁଇଟି ସେଲ ଅଛି। ବ୍ୟକ୍ତିଗତ ଶୌଚାଳୟ ଓ ମୌଳିକ ସୁବିଧା ରହିଛି। ଭାରତ ଏହି ଫଟୋ ଚୋକସିଙ୍କ ଦାବିକୁ ଖଣ୍ଡନ କରିବାକୁ ଦେଇଛି, ଯେଉଁଥିରେ କୁହାଯାଇଥିଲା ଭାରତୀୟ ଜେଲ୍ ଭିଡ ଭାଡ ଓ ଅସୁରକ୍ଷିତ। ସେଠାରେ ମାନବାଧିକାର ଉଲଂଘନ ହୋଇଥାଏ। ଦସ୍ତାବିଜ ଅନୁସାରେ, ଚୋକସିଙ୍କୁ ମୁମ୍ବାଇର ଆର୍ଥର ରୋଡ୍ ଜେଲ୍ର ବାରାକ୍ ନମ୍ବର ୧୨ରେ ରଖାଯିବ। ଏହା ହେଉଛି ହାଇ-ସିକ୍ୟୁରିଟି ଜେଲ୍, ଯେଉଁଠି ପୂର୍ବରୁ ୨୬/୧୧ ଆକ୍ରମଣ ଘଟଣାର ଆତଙ୍କବାଦୀ ଅଜମଲ୍ କସାବକୁ ରଖାଯାଇଥିଲା।












Click it and Unblock the Notifications