ସ୍ୱାତୀ ମାଲିୱାଲ ମାମଲାରେ ବୈଭବ କୁମାରଙ୍କୁ ଲାଗିଲା ବଡ଼ ଝଟକା
ନୂଆଦିଲ୍ଲୀ : ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ସହଯୋଗୀ ବୈଭବ କୁମାରଙ୍କ ଆମ୍ ଆଦମୀ ପାର୍ଟି ରାଜ୍ୟସଭା ସାଂସଦ ସ୍ୱାତୀ ମାଲିୱାଲଙ୍କୁ ଆକ୍ରମଣ କରିଥିବା ଅଭିଯୋଗରେ ନ୍ୟାୟିକ ହେପାଜତ ୨୨ ଜୁନ୍ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ସେ ମେ ୧୩ ରେ କେଜ୍ରିୱାଲଙ୍କ ବାସଭବନରେ ସ୍ୱାତୀ ମାଲିୱାଲଙ୍କୁ ଅତି ନିର୍ମମ ଭାବେ ଆକ୍ରମଣ କରିଥିବା ଅଭିଯୋଗ ହୋଇଥିଲା । ଏହା ପରେ ଦିଲ୍ଲୀ ପୋଲିସ ତାଙ୍କୁ ଗିରଫ କରିଥିଲା ।
ଭିଡିଓ କନଫରେନ୍ସିଂ ମାଧ୍ୟମରେ ଡ୍ୟୁଟି ମହାନଗର ନିଗମର ମାଜିଷ୍ଟ୍ରେଟଙ୍କ ଆଗରେ ବିବଭ କୁମାରଙ୍କୁ ହାଜର କରାଯାଇଥିଲା । ଶୁଣାଣି ପରେ କୋର୍ଟ ତାଙ୍କ ନ୍ୟାୟିକ ହେପାଜତକୁ ବଢ଼ାଇ ଦେଇଛନ୍ତି । ଏହା ସହିତ ଦିଲ୍ଲୀ ପୋଲିସ ତାଙ୍କୁ ଜୁନ୍ ୨୨ ରେ କୋର୍ଟରେ ହାଜର କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଶୁକ୍ରବାର ଦିନ କୋର୍ଟରେ ସାକ୍ଷୀ ହାଜର ନ ହେବା କାରଣରୁ ବୈଭବ କୁମାରଙ୍କ ହେପାଜତ ଅବଧୀ ଗୋଟିଏ ଦିନ ବୃଦ୍ଧି କରାଯାଇଥିଲା ।

ଏହା ପୂର୍ବରୁ ଜୁନ ୧୪ ତାରିଖରେ ଦିଲ୍ଲୀ ହାଇକୋର୍ଟ ବୈଭବ କୁମାରଙ୍କ ଜାମିନ ଆବେଦନ ଉପରେ ଦିଲ୍ଲୀ ପୋଲିସକୁ ନୋଟିସ ଜାରି କରିଥିଲା । ବୈଭବ କୁମାର ଟ୍ରାଏଲ କୋର୍ଟରେ ଏହି ଆଦେଶକୁ ଚ୍ୟାଲେଞ୍ଜ କରିଛନ୍ତି । ଯେଉଁଥିରେ ତାଙ୍କୁ ଜାମିନ ଦେବାକୁ ମନା କରାଯାଇଥିଲା । ଜାମିନ ଆବେଦନରେ ବୈଭକ କୁମାର କହିଛନ୍ତି କି, ତାଙ୍କୁ ବେଆଇନ ଭାବେ ଗିରଫ କରାଯାଇ ଜେଲରେ ରଖାଯାଇଛି ।












Click it and Unblock the Notifications