Get Updates
Get notified of breaking news, exclusive insights, and must-see stories!

52 ବର୍ଷ ପରେ ପୁଣି ମିଶିଲା ମନ, ଏକାଠି ରହିଲେ ଦମ୍ପତ୍ତି

କର୍ଣ୍ଣାଟକର ଧରୱାଦରେ ଦେଖିବାକୁ ଏକ ଭିନ୍ନ ଘଟଣା । ବିବାହ ବିଚ୍ଛେଦର 52 ବର୍ଷ ପରେ ପୁଣି ଏକାଠି ହୋଇଛନ୍ତି ଦମ୍ପତି। ବର୍ତ୍ତମାନ ବାସପ୍ପା ଅଗାଡି ନାମ 85 ବର୍ଷୀୟ ବୃଦ୍ଧ ଜଣକ ପତ୍ନୀ କାଲ୍ଲାଭା ଅଗାଡିଙ୍କ ସହ ପୁଣି ଏକାଠି ରହିବାର ନିଷ୍ପତ୍ତି ନେଇଛନ୍ତି।

ବେଙ୍ଗାଲୁରୁ: ବର୍ତ୍ତମାନ ବୈବାହିକ ଜୀବନରେ ବିଚ୍ଛେଦ ସାଧାରଣ କଥା । ବିବାହ ବେଦୀରେ ସାତଜନ୍ମର ସାଥି ହେବା ପ୍ରତିଶ୍ରୁତି କାର୍ଯ୍ୟକାରୀ ହେଉନାହିଁ । କେଉଁ ବି ଛୋଟ କଥା ପାଇଁ ଦମ୍ପତ୍ତିଙ୍କର ହେଉଛି ମନମାଳିନ୍ୟ । ଆଉ ସଂପର୍କରେ ସୃଷ୍ଟି ହେଉଛି ଫାଟ। ଆଉ ଅଲଗା ରହିବାର ନିଷ୍ପତ୍ତି ନେଉଛନ୍ତି ଦୁହେଁ । କେବେ ଜୀବନରେ ପରସ୍ପରର ମୁହଁ ଦେଖିବାକୁ ମଧ୍ୟ ପସନ୍ଦ କରୁ ନାହାଁନ୍ତି ।

couple

କିନ୍ତୁ କର୍ଣ୍ଣାଟକର ଧରୱାଦରେ ଦେଖିବାକୁ ଏକ ଭିନ୍ନ ଘଟଣା । ବିବାହ ବିଚ୍ଛେଦର 52 ବର୍ଷ ପରେ ପୁଣି ଏକାଠି ହୋଇଛନ୍ତି ଦମ୍ପତି। ବର୍ତ୍ତମାନ ବାସପ୍ପା ଅଗାଡି ନାମ 85 ବର୍ଷୀୟ ବୃଦ୍ଧ ଜଣକ ପତ୍ନୀ କାଲ୍ଲାଭା ଅଗାଡିଙ୍କ ସହ ପୁଣି ଏକାଠି ରହିବାର ନିଷ୍ପତ୍ତି ନେଇଛନ୍ତି। ଜିନୁର ଗାଁର ବାସପ୍ପା ଅଗାଡି ଓ କାଲ୍ଲାଭା ଅଗାଡି 52 ବର୍ଷ ପୂର୍ବେ ପରସ୍ପରଠୁ ଅଲଗା ହୋଇଥିଲେ । ବାସପ୍ପା ଅଗାଡି ପତ୍ନୀ କାଲ୍ଲାଭା ଅଗାଡିଙ୍କୁ ପ୍ରତିମାସରେ ଭରଣପୋଷଣ ଦେବାକୁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ । କିଛି ମାସ ହେବ ବାସପ୍ପା ଅଗାଡି ସ୍ତ୍ରୀଙ୍କୁ ଭରଣପୋଷଣ ଦେବାକୁ ଅସମର୍ଥ ହୋଇଥିଲେ । ଯାହାକୁ ନେଇ ପୁଣି କୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ କାଲ୍ଲାଭା ।

ଦିୱାନୀ ଅଦାଲତ ଏହି ଘଟଣାକୁ ଗୁରୁତର ସହ ନେଇ ବାସପ୍ପାଙ୍କୁ ମଧ୍ୟ କୋର୍ଟ ହାଜିର ପାଇଁ ନିର୍ଦ୍ଦେଶ ହୋଇଥିଲା । ବୃଦ୍ଧ ଦମ୍ପତ୍ତିଙ୍କୁ କୋର୍ଟରେ ଦେଖି ବିଚାରପତି ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ଦମ୍ପତ୍ତିକୁ ଆପଷୋ ବୁଝାମାଣା କରିବାକୁ କହିଥିଲେ ଜଜ ଜିଆର ସେଟର । ଅନେକ ବୁଝାସୁଝା ପରେ ଭଭୟଙ୍କ ମନ ମିଶିଥିଲା । ସ୍ବାମୀ-ସ୍ତ୍ରୀଙ୍କ ଭାଙ୍ଗିଥିବା ସମ୍ପର୍କକୁ ଯୋଡିବାରେ ସଫଳ ହୋଇଥିଲେ କୋର୍ଟ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+