ଦେଶରେ ଡାକ୍ତର ଅଭାବ ସ୍ଥିତିକୁ ଦୃଷ୍ଟିରେ ରଖି ସୁପ୍ରିମକୋର୍ଟ ଦେଲେ ବଡ ନିର୍ଦ୍ଦେଶ, ତୁରନ୍ତ ସ୍ୱତନ୍ତ୍ର ପର୍ଯ୍ୟାୟ କାଉନସେଲିଂ...

ଦେଶରେ ଡାକ୍ତର ଅଭାବ ସ୍ଥିତିକୁ ଦୃଷ୍ଟିରେ ରଖି ସର୍ବୋଚ୍ଚ ନ୍ୟାୟାଳୟ' ଏମ୍‍.ବି.ବି.ଏସ୍‍ ପାଠ୍ୟକ୍ରମରେ ଖାଲି ପଡ଼ିଥିବା ସିଟ୍‍ ପୂରଣ କରିବା ଉଦ୍ଦେଶ୍ୟରେ ଏକ ସ୍ୱତନ୍ତ୍ର ପର୍ଯ୍ୟାୟ କାଉନସେଲିଂ କରାଇବାକୁ ମେଡିକାଲ କାଉନସେଲିଂ କମିଟି ନିର୍ଦ୍ଦେଶ ଦେଇଛନ୍ତି। ବିଚାରପତି ବି.ଆର୍‍.ଗାଭାଇ ଓ ବିଚାରପତି କେ.ଭି.ବିଶ୍ୱନାଥନ୍‍ଙ୍କୁ ନେଇ ଗଠିତ ବେଞ୍ଚ୍‍ ଆସନ୍ତା ୩୦ ତାରିଖ ସୁଦ୍ଧା ଏହି ସ୍ୱତନ୍ତ୍ର କାଉନସେଲିଂ ମାଧ୍ୟମରେ ନାମଲେଖା ପ୍ରକ୍ରିୟା ଶେଷ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ଜାତୀୟ ଯୋଗ୍ୟତା ପ୍ରବେଶିକା ପରୀକ୍ଷା-ନିଟ୍‍ ମାଧ୍ୟମରେ ଏହି ପାଠ୍ୟକ୍ରମ ଲାଗି ପାଞ୍ଚ ରାଉଣ୍ଡ କାଉନସେଲିଂ ପରେ ମଧ୍ୟ ସିଟ୍‍ ଖାଲି ପଡ଼ିଥିବାରୁ ଅଦାଲତ ଏଭଳି ନିଷ୍ପତ୍ତି ନେଇ କହିଛନ୍ତି, ଦେଶରେ ଯେତେବେଳେ ଡାକ୍ତରମାନଙ୍କର ଘୋର୍‍ ସମସ୍ୟା ଦେଖାଦେଉଛି ସେ ସମୟରେ ଏହି ଗୁରୁତ୍ୱପୂର୍ଣ୍ଣ ମେଡିକାଲ ସିଟ୍‍ଗୁଡ଼ିକ ନଷ୍ଟ ହେବା ଉଚିତ ନୁହେଁ।

supreme court

ପ୍ରବାସୀ ଭାରତୀୟ ସିଟ୍‍ଗୁଡ଼ିକୁ ସାଧାରଣ ବର୍ଗକୁ ପରିବର୍ତ୍ତନ କରାଯାଇ ରାଜ୍ୟ ନାମଲେଖା କର୍ତ୍ତୃପକ୍ଷଙ୍କ ମାଧ୍ୟମରେ ପୂରଣ କରିବାକୁ ଅଦାଲତ କହିଛନ୍ତି। ସୁପ୍ରିମକୋର୍ଟ କହିଛନ୍ତି, ସେହିଭଳି ସମ୍ପୃକ୍ତ ଖାଲିଥିବା ସିଟ୍‍ଗୁଡ଼ିକରେ କୌଣସି ମେଡିକାଲ କଲେଜ୍‍ ସିଧାସଳଖ ଛାତ୍ରଙ୍କୁ ଦାଖଲ କରିପାରିବେ ନାହିଁ। ଏହି ପ୍ରକ୍ରିୟା କେବଳ ରାଜ୍ୟ ନାମଲେଖା କର୍ତ୍ତୃପକ୍ଷଙ୍କ ମାଧ୍ୟମରେ ସମ୍ପନ୍ନ କରାଯିବ ବୋଲି ସର୍ବୋଚ୍ଚ ଅଦାଲତ ସ୍ପଷ୍ଟ କରିଛନ୍ତି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+