Chhattisgarh Election 2023: ଖୁବ୍ ଶୀଘ୍ର କଂଗ୍ରେସ ବିଦାୟ ନେବାକୁ ଯାଉଛି, ଛତିଶଗଡ଼ରେ ପିଏମ୍ ମୋଦିଙ୍କ ଦାବି
Chhattisgarh Election 2023: ଛତିଶଗଡ ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ରାଜ୍ୟର ମୁଙ୍ଗେଲିରେ ପହଞ୍ଚି କଂଗ୍ରେସକୁ ଟାର୍ଗେଟ୍ କରିଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି, ବର୍ତ୍ତମାନ କଂଗ୍ରେସକୁ ବିଦାୟ ଦେବାର ସମୟ ଆସିଛି, ନିଜେ ମୁଖ୍ୟ ଛତିଶଗଡରେ ହାରିବା ପାଇଁ ଯାଉଛନ୍ତି ।
କେବଳ ଏତିକି ନୁହେଁ ଡିସେମ୍ବର ୩ରେ ବିଜେପି ଏଠାକୁ ଆସିବ ବୋଲି ପ୍ରଧାନମନ୍ତ୍ରୀ ମୋଦି ଦାବି କରିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ପ୍ରତ୍ୟେକ ଘରେ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ କ୍ରୋଧ ଭରି ରହିଛି । କଂଗ୍ରେସ ନେତାମାନେ ଦିଲ୍ଲୀରୁ ଏଠିକି ଆସି ମିଥ୍ୟା କଥା, ପ୍ରଚାର କରୁଛନ୍ତି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଛତିଶଗଡର ମୁଙ୍ଗେଲିରେ କହିଛନ୍ତି ଯେ, ଦେବ ଦୀପାବଳିରେ କଂଗ୍ରେସ କୌଣସି ସ୍ଥାନରେ ଦେଖାଯିବ ନାହିଁ, ସିଏମଙ୍କ ପୁଅ ଜଣେ ସୁପର ସିଏମ। ଦିଲ୍ଲୀରୁ ଆସିଥିବା ସାମ୍ବାଦିକମାନେ ମୋତେ କହୁଛନ୍ତି ଛତିଶଗଡର ସିଏମ୍ ନିଜେ ନିର୍ବାଚନ ହାରିବା ପାଇଁ ଯାଉଛନ୍ତି ।
କେବଳ ଏତିକି ନୁହେଁ ପୁରାତନ କଂଗ୍ରେସ ନେତାଙ୍କ ପ୍ରତି ବିଶ୍ୱାସଘାତକତା କରାଯାଇଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଯେତେବେଳେ କଂଗ୍ରେସ ସରକାର ଗଠନ ହେଲା, ସେତେବେଳେ ମୁଖ୍ୟମନ୍ତ୍ରୀ ପଦ ପାଇଁ ଅଢେଇ ବର୍ଷର ଚୁକ୍ତି ହୋଇଥିଲା। ମୁଖ୍ୟମନ୍ତ୍ରୀ ଦିଲ୍ଲୀରେ ବସିଥିବା ସମସ୍ତ ନେତାଙ୍କୁ ଟଙ୍କା ଦେଇ କିଣିଥିଲେ ।
ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି ଯେ, ଛତିଶଗଡରେ କଂଗ୍ରେସ ସରକାରଙ୍କ ବାଦୟ ନେବା ସମୟ ଆସିଯାଇଛି । ବର୍ତ୍ତମାନ କ୍ଷଣିକ ପାଇଁ କଂଗ୍ରେସର ଆବଶ୍ୟକତା ନାହିଁ । ହେଲେ ଆମ ସରକାର ଏଠି ବିକାଶ ଆଣିବ ।
ଡିସେମ୍ବର 3 ରେ ବିଜେପି ଏଠାକୁ ଆସିବ ଏବଂ ଯୁବପିଢିଙ୍କ ପ୍ରତ୍ୟେକ ସ୍ୱପ୍ନ ପୂରଣ କରିବା ପାଇଁ ବାଟ କାଢିବ । ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଯେ, ଦିଲ୍ଲୀରୁ ଆସିଥିବା ସାମ୍ବାଦିକ ବନ୍ଧୁ ତଥା ରାଜନୈତିକ ବିଶ୍ଳେଷକମାନେ କହିଛନ୍ତି ଯେ ଛତିଶଗଡରେ ବିଜେପି ଆସିବ । ଛତିଶଗଡରେ ଘଟିଥିବା ମହାଦେବ ସ୍କାମରେ 508 କୋଟି ଟଙ୍କା ବଣ୍ଟନ କରାଯାଇଥିବା ଅଭିଯୋଗ ମଧ୍ୟ ହୋଇଛି ।












Click it and Unblock the Notifications