• search
For Quick Alerts
Turn On Notification  
For Daily Alerts

ପ୍ରଥମ ଡୋଜ ପରେ ଦ୍ୱିତୀୟ ପାଇଁ କେତେଦିନ ରହିବ ଅନ୍ତର ? କୋଭିସିଲ୍ଡ ପାଇଁ ଜାରି ହେଲା ସାନି ଗାଇଡଲାଇନ୍

|

ନୂଆଦିଲ୍ଲୀ: କୋଭିସିଲ୍ଡ ଟିକାର ପ୍ରଥମ ଏବଂ ଦ୍ୱିତୀୟ ଡୋଜ୍ ମଧ୍ୟରେ ବ୍ୟବଧାନ ବୃଦ୍ଧି କରାଯାଇଥିଲା । ତେବେ ଏନେଇ ସାନି ଗାଇଡଲାଇନ୍ ଜାରି କରାଯାଇଛି । ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସବୁ ଜିଲ୍ଲାପାଳ, ସିଡିଏମଓ ମାନଙ୍କୁ ଗାଇଡଲାଇନ୍ ସମ୍ପର୍କରେ ଚିଠି କରାଯାଇଛି । ଚିଠିରେ ଉଲ୍ଲେଖ ରହିଛି ଯେ, ପ୍ରଥମ ଡୋଜ୍ ନେବାର ଅନ୍ୟୁନ 84 ଦିନ ହୋଇ ନଥିଲେ 2ୟ ଡୋଜ୍ ନେଇ ପାରିବେ ନାହିଁ ।

କରୋନା
ସେହିପରି 84 ଦିନ ପୂର୍ବରୁ 2ୟ ଡୋଜ୍ ପାଇଁ ଅନଲାଇନ ବୁକ୍ ବା ସାଇଟ୍ ବୁକିଂ ହୋଇ ପାରିବନାହିଁ । ଅନ୍ୟପଟେ ଯଦି 2ୟ ଡୋଜ୍ ପାଇଁ ଅନଲାଇନ୍ ବୁକିଂ ହୋଇ ସାରିଥିଲେ ତାକୁ ବାତିଲ କରିବନି କୋୱିନ୍ । ଏଭଳି କ୍ଷେତ୍ରରେ ପୁଣିଥରେ ନିଜ ପକ୍ଷରୁ ବୁକିଂ କରିବାକୁ ସ୍ୱାସ୍ଥ୍ୟ ବିଭାଗ ପରାମର୍ଶ ଦେଇଛନ୍ତି । ବର୍ତ୍ତମାନ ଏହି ନିୟମ ଲାଗୁ ହେବା ପରେ ଟିକାକରଣ କେନ୍ଦ୍ରରେ ଆଉ ଭିଡ ଜମା ହେବ ନାହିଁ । ତେଣୁ ଏହି ସମୟରେ ପ୍ରଥମ ଡୋଜ୍ କୁ ଅଗ୍ରାଧିକାର ଦେବାକୁ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
Coronavirus Vaccination Govt Panel Gap Two Covishield Doses Guidelines for Covishield Vaccine
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X