H3N2 ଇନଫ୍ଲୁଏଞ୍ଜା ସହ ଚିନ୍ତା ବଢାଉଛି କରୋନା, ଦେଶରେ ବଢୁଛି କୋଭିଡ୍ ପଜିଟିଭଙ୍କ ସଂଖ୍ୟା

ଦେଶରେ ୫୨୪ଟି କରୋନା ମାମଲା ପଞ୍ଜିକୃତ ହୋଇଛି । ୧୧୩ ଦିନ ପରେ ଏତେ ସଂଖ୍ୟକ ମାମଲା ରୁଜୁ ହୋଇଛି। ସକ୍ରିୟ ମାମଲା ସଂଖ୍ୟା ବର୍ତ୍ତମାନ ୩,୬୧୮କୁ ବୃଦ୍ଧି ପାଇଛି ।

CORONA VIRUS

Coronavirus:ଭାରତରେ ପୁଣି ବୃଦ୍ଧି ପାଇବାରେ ଲାଗିଛି କରୋନା ମାମଲା । ବିଭିନ୍ନ ରାଜ୍ୟରେ ବଢୁଛି ପଜିଟିଭଙ୍କ ସଂଖ୍ୟା । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ରିପୋର୍ଟ ଅନୁସାରେ, ରବିବାର ଦିନ ସାରା ଦେଶରେ ୫୨୪ଟି କରୋନା ମାମଲା ପଞ୍ଜିକୃତ ହୋଇଛି । ୧୧୩ ଦିନ ପରେ ଏତେ ସଂଖ୍ୟକ ମାମଲା ରୁଜୁ ହୋଇଛି। ସକ୍ରିୟ ମାମଲା ସଂଖ୍ୟା ବର୍ତ୍ତମାନ ୩,୬୧୮କୁ ବୃଦ୍ଧି ପାଇଛି ।

ସେହିପରି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସୂଚନା ଅନୁସାରେ, କେରଳରେ କରୋନାରେ ଜଣେ ରୋଗୀଙ୍କର ମୃତ୍ୟୁ ହୋଇଛି, ଏହା ପରେ ମୋଟ ମୃତ୍ୟୁ ସଂଖ୍ୟା ୫,୩୦,୭୮୨କୁ ବୃଦ୍ଧି ପାଇଛି । ସଂକ୍ରମଣର ମୋଟ ସଂଖ୍ୟା ୪.୪୬ କୋଟି (4,46,90,492) କୁ ବୃଦ୍ଧି ପାଇଛି । ୯୮.୮୦ ପ୍ରତିଶତ ଲୋକ କରୋନାରୁ ସୁସ୍ଥ ହୋଇଛନ୍ତି । ଏହି ରୋଗରୁ ସୁସ୍ଥ ହେଉଥିବା ଲୋକଙ୍କ ସଂଖ୍ୟା ୪,୪୧,୫୬,୦୯୩କୁ ବୃଦ୍ଧି ପାଇଥିବାବେଳେ ମୃତ୍ୟୁ ହାର ୧.୧୯ ପ୍ରତିଶତ ରେକର୍ଡ କରାଯାଇଛି ।

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ୱେବସାଇଟ୍ ଅନୁସାରେ, କରୋନା ଟିକା ଅଭିଯାନ ଅଧୀନରେ ଏପର୍ଯ୍ୟନ୍ତ ୨୨୦.୬୪ କୋଟି ଡୋଜ ଦିଆଯାଇଛି। କେତେକ ରାଜ୍ୟରେ କରୋନା ପଜିଟିଭିଟି ହାରରେ ଧୀରେ ଧୀରେ ବୃଦ୍ଧି ନେଇ କେନ୍ଦ୍ର ଉଦ୍ବେଗ ପ୍ରକାଶ କରିଛି ଏବଂ ଏହାକୁ ତୁରନ୍ତ ନିୟନ୍ତ୍ରଣ କରାଯିବା ଆବଶ୍ୟକ ବୋଲି କହିଛି। ପୂର୍ବରୁ ସଜାଗ ରହିବାକୁ ପ୍ରଶାସନ ପକ୍ଷରୁ ସୂଚନା ଜାରି କରିଛି ।

ପ୍ରତ୍ୟେକ ରାଜ୍ୟଗୁଡିକୁ ଚିଠି ଲେଖିଲେ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ । ମୁକାବିଲାର ୫ ସୂତ୍ରୀ ଗାଇଡଲାଇନ ପାଳନ କରିବାକୁ ପରାମର୍ଶ ଦିଆଯାଇଛି ।ଟିକାକରଣ, ମେଡିସିନ୍, ଅକସିଜେନ, ଡାକ୍ତରଖାନା ପ୍ରସ୍ତୁତ ରଖିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ସେହିପରି ଟେଷ୍ଟ୍, ଟ୍ରାକ, ଟ୍ରିଟ୍, ଭ୍ୟାକସିନେସନ, କୋଭିଡ ନିୟମ ପାଳନ ପାଇଁ ମଧ୍ୟ ନିର୍ଦ୍ଦେଶ ଜାରି କରାଯାଇଛି । ବୟସ୍କ ଏବଂ ଗର୍ଭବତୀଙ୍କ ପ୍ରତି ଅଧିକ ଧ୍ୟାନ ଦେବାକୁ ଦିଆଯାଇଛି ପରାମର୍ଶ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+