ତାମିଲନାଡୁରେ ପୁଣି ବଢିଲା ଲକଡାଉନ୍ : କଟକଣାରେ ହେଲା କିଛିଟା କୋହଳ
ତାମିଲନାଡୁରେ କଟକଣା କୋହଳ ସହିତ ପୁଣି ବୃଦ୍ଧି ହେଲା ଲକଡାଉନ। ଜୁନ୍ 14 ପର୍ଯ୍ୟନ୍ତ ଏହି ଲକଡାଉନ ବଳବତ୍ତର ରହିବ
ଚେନ୍ନାଇ: ତାମିଲନାଡୁରେ ପୁଣି ବୃଦ୍ଧି ହେଲା ଲକଡାଉନ। ଜୁନ୍ 14 ପର୍ଯ୍ୟନ୍ତ ଏହି ଲକଡାଉନ ବଳବତ୍ତର ରହିବ । ହେଲେ କଟକଣାରେ କିଛିଟା କୋହଳ ରହିବ ବୋଲି ସରକାରଙ୍କ ପକ୍ଷରୁ ଏକ ବିବୃତ୍ତିରେ ଘୋଷଣା କରାଯଇଛି । ପନିପରିବା ଏବଂ ମାଛ, ମାଂସ ଦୋକାନକୁ ସକାଳ 6 ରୁ ସନ୍ଧ୍ୟା 5ଟା ଯାଏଁ ଖୋଲିବାକୁ ଅନୁମତି ଦେଇଛନ୍ତି ସରକାର ।
ସେହିପରି ସରକାରୀ କାର୍ଯ୍ୟାଳୟଗୁଡିକରେ 30 ପ୍ରତିଶତ କର୍ମଚାରୀଙ୍କ ଉପସ୍ଥିତିରେ କାର୍ଯ୍ୟ ଚାଲିବ। ଏହାଛଡା ଯେଉଁଠାରେ ଅଧିକ କୋଭିଡ -19 ମାମଲା ରହିଛି ସେଠାରେ କଟକଣାକୁ କୋହଳ କରାଯିବ ନାହିଁ ।

କୋଏମ୍ବାଟୁର, ନୀଳଗିରିସ୍, ତିରୁପୁର, ଏରୋଡ, ସାଲେମ, କରୁର, ନମକକାଲ, ଥାନଜାଭୁର, ତିରୁଭରୁର, ନାଗାପାଟ୍ଟିନାମ, ଏବଂ ମାୟିଲାଡୁଥୁରାଇ ଆଦି 11ଟି ଜିଲ୍ଲା କଟକଣା କୋହଳ କରାଯାଇନାହିଁ।
ତାମିଲନାଡୁରେ ମେ 10ରେ ଲକଡାଉନ ଘୋଷଣା ହୋଇଥିଲା। କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ତାମିଲନାଡୁ ସରକାର ମେ 10ରୁ ଦୁଇ ସପ୍ତାହ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଲକଡାଉନ ଲାଗୁ କରିଥିଲେ। ବନ୍ଦ ସମୟରେ ଓୌଷଧ ଦୋକାନ, ପ୍ରାଣୀ ଚିକିତ୍ସା, ଦୁଗ୍ଧ ଯୋଗାଣ, ପାନୀୟ ଜଳ ଏବଂ ଦୈନିକ ଖବରକାଗଜ ବଣ୍ଟନ ଇତ୍ୟାଦିକୁ ବାଦ୍ ଦିଆଯାଇଥିଲା ।












Click it and Unblock the Notifications