Get Updates
Get notified of breaking news, exclusive insights, and must-see stories!

ସ୍ପୁଟନିକ-ଭି ଟିକାର ଦର 948 ଟଙ୍କା : ଜାଣନ୍ତୁ ଜିଏସଟି ପରେ ଦେବାକୁ ପଡିବ କେତେ ଟଙ୍କା

ସ୍ପୁଟନିକ-ଭି ଡୋଜ୍ ପିଛା ଦର 948 ଟଙ୍କା ରଖାଯାଇଛି

ନୂଆଦିଲ୍ଲୀ: ରୁଷୀୟ ଟିକା ସ୍ପୁଟନିକ-ଭି ଟିକାର ଦର ପ୍ରକାଶ କରିଛି ଡ଼. ରେଡ୍ଡୀ ଲ୍ୟାବ୍ । ସ୍ପୁଟନିକ-ଭି ଡୋଜ୍ ପିଛା ଦର 948 ଟଙ୍କା ରଖାଯାଇଛି । 5 ପ୍ରତିଶତ ଜିଏସଟି ପରେ ଦର ପାଖାପାଖି 995 ଟଙ୍କା ପଡିବ ବୋଲି ସୂଚନା ମିଳିଛି । ଏଥିସହିତ ଡ଼. ରେଡ୍ଡୀ ଲ୍ୟାବ୍ ଏହି ସ୍ପୁଟନିକ-ଭିର ଟିକାକରଣ ମଧ୍ୟ ଆରମ୍ଭ କରିଛି । ହାଇଦ୍ରାବାଦ୍ ରେ ଏହାର ପ୍ରଥମ ଟିକା ଦିଆଯାଇଛି ।

ସ୍ପୁଟନିକ୍

ଏନେଇ ନୀତି ଆୟୋଗ ପକ୍ଷରୁ ଗୁରୁବାର ସୂଚନା ଦିଆଯାଇଥିଲା । ସୂଚନା ଅନୁସାରେ ସ୍ପୁଟନିକ-ଭି ଟିକା ଭାରତରେ ପହଞ୍ଚି ସାରିଛି । ଜୁଲାଇ ମାସରୁ ଭାରତରେ ସ୍ପୁଟନିକ-ଭିର ଉତ୍ପାଦନ ମଧ୍ୟ ଆରମ୍ଭ ହୋଇଯିବ ବୋଲି ନୀତି ଆୟୋଗର ସ୍ଵାସ୍ଥ୍ୟ କମିଟିର ସଦସ୍ୟ ଭିକେ ପଲ୍ କହିଥିଲେ । ସେହିପରି ଟିକାକରଣରେ ଭାରତ ତୃତୀୟ ସ୍ଥାନରେ ରହିଛି। ବର୍ତ୍ତମାନ ଦେଶରେ 18 ରୁ 44 ବର୍ଷର ଲୋକମାନଙ୍କୁ ଟିକା ଦିଆଯାଉଛି । ପୂର୍ବରୁ 45 ବର୍ଷରୁ ଉର୍ଦ୍ଧ୍ଵ ଲୋକଙ୍କୁ ଟିକା ଦିଆଯାଇଥିବା ବେଳେ ସେମାନଙ୍କୁ ଏବେ ଦ୍ୱିତୀୟ ଡୋଜ୍ ଟିକା ଦିଆଯାଉଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+