For Quick Alerts
Turn On Notification  
For Daily Alerts
Oneindia App Download

ସ୍ପୁଟନିକ-ଭି ଟିକାର ଦର 948 ଟଙ୍କା : ଜାଣନ୍ତୁ ଜିଏସଟି ପରେ ଦେବାକୁ ପଡିବ କେତେ ଟଙ୍କା

ସ୍ପୁଟନିକ-ଭି ଡୋଜ୍ ପିଛା ଦର 948 ଟଙ୍କା ରଖାଯାଇଛି

|

ନୂଆଦିଲ୍ଲୀ: ରୁଷୀୟ ଟିକା ସ୍ପୁଟନିକ-ଭି ଟିକାର ଦର ପ୍ରକାଶ କରିଛି ଡ଼. ରେଡ୍ଡୀ ଲ୍ୟାବ୍ । ସ୍ପୁଟନିକ-ଭି ଡୋଜ୍ ପିଛା ଦର 948 ଟଙ୍କା ରଖାଯାଇଛି । 5 ପ୍ରତିଶତ ଜିଏସଟି ପରେ ଦର ପାଖାପାଖି 995 ଟଙ୍କା ପଡିବ ବୋଲି ସୂଚନା ମିଳିଛି । ଏଥିସହିତ ଡ଼. ରେଡ୍ଡୀ ଲ୍ୟାବ୍ ଏହି ସ୍ପୁଟନିକ-ଭିର ଟିକାକରଣ ମଧ୍ୟ ଆରମ୍ଭ କରିଛି । ହାଇଦ୍ରାବାଦ୍ ରେ ଏହାର ପ୍ରଥମ ଟିକା ଦିଆଯାଇଛି ।

ସ୍ପୁଟନିକ୍

ଏନେଇ ନୀତି ଆୟୋଗ ପକ୍ଷରୁ ଗୁରୁବାର ସୂଚନା ଦିଆଯାଇଥିଲା । ସୂଚନା ଅନୁସାରେ ସ୍ପୁଟନିକ-ଭି ଟିକା ଭାରତରେ ପହଞ୍ଚି ସାରିଛି । ଜୁଲାଇ ମାସରୁ ଭାରତରେ ସ୍ପୁଟନିକ-ଭିର ଉତ୍ପାଦନ ମଧ୍ୟ ଆରମ୍ଭ ହୋଇଯିବ ବୋଲି ନୀତି ଆୟୋଗର ସ୍ଵାସ୍ଥ୍ୟ କମିଟିର ସଦସ୍ୟ ଭିକେ ପଲ୍ କହିଥିଲେ । ସେହିପରି ଟିକାକରଣରେ ଭାରତ ତୃତୀୟ ସ୍ଥାନରେ ରହିଛି। ବର୍ତ୍ତମାନ ଦେଶରେ 18 ରୁ 44 ବର୍ଷର ଲୋକମାନଙ୍କୁ ଟିକା ଦିଆଯାଉଛି । ପୂର୍ବରୁ 45 ବର୍ଷରୁ ଉର୍ଦ୍ଧ୍ଵ ଲୋକଙ୍କୁ ଟିକା ଦିଆଯାଇଥିବା ବେଳେ ସେମାନଙ୍କୁ ଏବେ ଦ୍ୱିତୀୟ ଡୋଜ୍ ଟିକା ଦିଆଯାଉଛି।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
Dr Reddy's rolls out Sputnik V Covid-19 vaccine in India at arround Rs 995 per dose
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X