ପଶ୍ଚିମବଙ୍ଗରେ ଲକଡାଉନ୍ ବୃଦ୍ଧି : ଏସବୁ ସେବା ରହିବ ବନ୍ଦ

ପଶ୍ଚିମବଙ୍ଗରେ ଆସନ୍ତା 30 ତାରିଖ ପର୍ଯ୍ୟନ୍ତ ଲକଡାଉନ ଅବଧି ବୃଦ୍ଧି କରାଯାଇଥିବା ନେଇ ଘୋଷଣା କରାଯାଇଛି

କୋଲକାତା: ପଶ୍ଚିମବଙ୍ଗରେ ବଢ଼ିଲା ଲକଡାଉନ୍। କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସରକାର ଲକଡାଉନ ଅବଧିକୁ ବୃଦ୍ଧି କରିଛନ୍ତି। ଆସନ୍ତା 30 ତାରିଖ ପର୍ଯ୍ୟନ୍ତ ଲକଡାଉନ ଅବଧି ବୃଦ୍ଧି କରାଯାଇଥିବା ନେଇ ଘୋଷଣା କରାଯାଇଛି ।
ତେବେ ଲକଡାଉନ ସମୟରେ ସ୍କୁଲ, କଲେଜ, ଅଙ୍ଗନବାଡ଼ି ସେଣ୍ଟରଗୁଡ଼ିକ ବନ୍ଦ ରହିବ। ଏଥିସହ ସମସ୍ତ ସରକାରୀ ଓ ବେସରକାରୀ ଅଫିସ ଖୋଲିବାକୁ ଅନୁମତି ଦିଆଯାଇ ନାହିଁ। କେବଳ ଜରୁରୀକାଳୀନ ସେବାକୁ ଅନୁମତି ଦିଆଯାଇଛି । ଦୋକାନ, ବଜାର, ମଲ, ରେଷ୍ଟୁରାଣ୍ଟ, ସେଲୁନ, ଜିମ୍, ଇମିଂ ପୁଲ, ପାର୍କ ଓ ପ୍ରାଣୀ ଉଦ୍ୟାନ ବନ୍ଦ ରହିବ। ଖୁଚୁରା ଦୋକାନଗୁଡ଼ିକ ସକାଳ 7ଟାରୁ 10ଟା ପର୍ଯ୍ୟନ୍ତ ଖୋଲିବ ।

ପଶ୍ଚିମବଙ୍ଗ

ମିଠା ଓ ମାଛ ଦୋକାନଗୁଡ଼ିକ ସକାଳ 10ଟାରୁ ଅପରାହ୍ଣ 5ଟା ପର୍ଯ୍ୟନ୍ତ ଖୋଲା ରହିବ । ମେଡିସିନ ଦୋକାନ ଓ ଚଷମା ଦୋକାମାନ ପୂର୍ବ ପରି ଖୋଲା ରହିବ ।
ସେହିପରି ମେଟ୍ରୋ ସେବା, ଲୋକାଲ ଟ୍ରେନ, ବସଗୁଡ଼ିକ ବନ୍ଦ ରହିବ। ପ୍ରାଇଭେଟ କାର, ଟ୍ୟାକ୍ସି ଆଦି ଜରୁରୀକାଳୀନ ସେବାରେ ରହିବ ନାହିଁ। ସମସ୍ତ ରାଜନୀତି, ମନୋରାଞ୍ଜନ, ସାଂସ୍କୃତିକ, ଧାର୍ମିକ ଉତ୍ସବକୁ ନିଷେଧ କରାଯାଇଛି। ଫୁଡ୍ ଓ ମେଡିସିନ ଜାତୀୟ ସାମଗ୍ରୀ ଯୋଗାଣକୁ ଛାଡ଼ିଦେଲେ ଅନ୍ୟ ସମସ୍ତ ଶିଳ୍ପ ଉତ୍ପାଦନ ସଂସ୍ଥାଗୁଡ଼ିକ ବନ୍ଦ ରହିବ ବୋଲି କୁହାଯାଇଛି। ରାତି 9ଟାରୁ ସକାଳ 5ଟା ମଧ୍ୟରେ କୌଣସି ଯାନବାହାନକୁ ଅନୁମତି ନାହିଁ। ବ୍ୟାଙ୍କ ସକାଳ 10ଟାରୁ ଅପରାହ୍ଣ 2ଟା ପର୍ଯ୍ୟନ୍ତ ଖୋଲା ରହିବ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+