Coronavirus: ଦେଶରେ ବଢୁଛି ସଂକ୍ରମଣ, ଦିନକରେ 2593 ନୂଆ ମାମଲା ଚିହ୍ନଟ
ଦେଶରେ ଉପରମୁହାଁ କୋରୋନା ଗ୍ରାଫ୍ । ପୁଣି ବଢିବାରେ ଲାଗିଛି ସଂକ୍ରମଣ । ଗତ ୨୪ ଘଣ୍ଟା ମଧ୍ୟରେ 2,593 ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।
ନୂଆଦିଲ୍ଲୀ: ଦେଶରେ ଉପରମୁହାଁ କୋରୋନା ଗ୍ରାଫ୍ । ପୁଣି ବଢିବାରେ ଲାଗିଛି ସଂକ୍ରମଣ । ଗତ ୨୪ ଘଣ୍ଟା ମଧ୍ୟରେ 2,593 ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଦିନକରେ ଦେଶରେ 44 ଜଣ କୋରୋନା ସଂକ୍ରମିତଙ୍କ ମୃତ୍ୟୁ ଘଟିଥିବା ବେଳେ 1,755 ଜଣ ସୁସ୍ଥ ହୋଇଛନ୍ତି । କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି । ତେବେ ଦେଶରେ ଏବେ ଆରୋଗ୍ୟ ହାର ରହିଛି 98 ଦଶମିକ 75 ପ୍ରତିଶତ । ଗତକାଲି 2ହଜାର 527 ଆକ୍ରାନ୍ତ ଚିହ୍ନଟ ହୋଇଥିଲେ ।

ସେପଟେ, ଦିଲ୍ଲୀରେ କରୋନା ସଂକ୍ରମଣ ବଢିବା ସହ ବଢୁଛି ଆର ଭାଲ୍ୟୁ । ଚଳିତ ସପ୍ତାହରେ ଦିଲ୍ଲୀରେ ଆର ଭାଲ୍ୟୁ 2.1 ରହିଛି । ଏହାର ଅର୍ଥ ଦିଲ୍ଲୀରେ ଜଣେ ସଂକ୍ରମିତ ବ୍ୟକ୍ତି ଅନ୍ୟ 2 ଜଣଙ୍କୁ ସଂକ୍ରମିତ କରୁଛନ୍ତି । ଦିଲ୍ଲୀରେ ଗତ 24 ଘଣ୍ଟାରେ 1 ହଜାର 94 ନୂଆ ମାମଲା ସାମ୍ନାକୁ ଆସିଛି ।
ଆଜିର ନୂତନ ସଂକ୍ରମଣକୁ ମିଶାଇ ବର୍ତ୍ତମାନ ଦେଶରେ ମୋଟ ସକ୍ରିୟ ମାମଲା 15,873କୁ ବୃଦ୍ଧି ପାଇଛି । ଏଯାବତ୍ ସମୁଦାୟ 4,25,194,79 ସଂକ୍ରମିତ ସୁସ୍ଥ ହୋଇଛନ୍ତି ଏବଂ 5,22,193 ଜଣଙ୍କ ମୃତ୍ୟୁ ଘଟିଛି । ଦେଶବ୍ୟାପୀ ସମୁଦାୟ 187 କୋଟିରୁ ଅଧିକ ଡୋଜ୍ ଟୀକାକରଣ କରାଯାଇଛି । ଗତ ୨୪ ଘଣ୍ଟା ମଧ୍ୟରେ କେବଳ 19,05,347 ଡୋଜ୍ ଦିଆଯାଇଛି ।












Click it and Unblock the Notifications