Get Updates
Get notified of breaking news, exclusive insights, and must-see stories!

ଗୁଜୁରାଟରେ କାୟା ମେଲାଉଛି ବ୍ଲାକ୍ ଫଙ୍ଗସ୍ : ସରକାର ଘୋଷଣା କଲେ ସ୍ୱତନ୍ତ୍ର ଓ୍ୱାର୍ଡ

ଗୁଜରାଟରେ ୧୦୦ରୁ ଅଧିକ ଲୋକଙ୍କ ଠାରେ ବ୍ଲାକ ଫଙ୍ଗସ୍ ଚିହ୍ନଟ ହୋଇଛି

ଗୁଜୁରାଟ : କରୋନା ମହାମାରୀର ଏବେ ନୂଆ ଷ୍ଟ୍ରେନ୍ ଦେଖିବାକୁ ମିଳିଛି। ଯାହା ଏବେ ସମସ୍ତଙ୍କ ପାଇଁ ଚିନ୍ତାର କାରଣ ପାଲିଟିଛି। ଏପରିକି ସୁସ୍ଥ ହେବାରେ ମଧ୍ୟ ଏହି ମାରାତ୍ମକ ଭାଇରସ୍ ପିଛା ଛାଡୁନି । କିଛି ଦିନ ହେବ ରାଜ୍ୟରେ ଆଉ ନୂଆ ଷ୍ଟ୍ରେନ୍ ଚି଼ହ୍ନଟ ହୋଇଛି । ତାହା ହେଉଛି ବ୍ଲାକ୍ ଫଙ୍ଗସ୍ । ବିଭିନ୍ନ ରାଜ୍ୟରେ ଏହା ଦ୍ୱାରା ସଂକ୍ରମିତ ରୋଗୀ ଚିହ୍ନଟ ହେଉଥିବା ବେଳେ ଗୁଜରାଟରେ ୧୦୦ରୁ ଅଧିକ ଲୋକଙ୍କ ଠାରେ ବ୍ଲାକ ଫଙ୍ଗସ୍ ଚିହ୍ନଟ ହୋଇଛି।
ତେବେ ସରକାର ସେମାନଙ୍କର ଚିକିତ୍ସା ପାଇଁ 5 ହଜାର ଇଞ୍ଜେକ୍ସନ ବରାଦ କରିଛନ୍ତି । ଏହି ଆଣ୍ଟିଫଙ୍ଗାଲ ଇଞ୍ଜେକ୍ସନ ଆମ୍ଫୋଟେରିସିନ-ବି 5 ହଜାର ଆଣିବାକୁ ସରକାର 3.12 କୋଟି ଟଙ୍କା ଦେବେ ବୋଲି ସୂଚନା ମିଳିଛି । ଯାହା ଏହି ସଂକ୍ରମଣ ଚିକିତ୍ସାରେ ବ୍ୟବହାର କରାଯିବ।

ବ୍ଲାକ ଫଙ୍ଗସ

ସୂଚନା ଅନୁସାରେ, ବ୍ଲାକ୍ ଫଙ୍ଗସ୍ ବିଶେଷ କରି କୋଭିଡ୍ ରୋଗୀଙ୍କ ଠାରେ ଦେଖାଯାଏ। ଯେଉଁମାନଙ୍କ ରୋଗ ପ୍ରତିରୋଧକ ଶକ୍ତି କମ୍ ଥାଏ ସେହି ମାନଙ୍କୁ ଏହା ଶୀଘ୍ର ପ୍ରଭାବିତ କରିଥାଏ। ଏଥିସହିତ ଯେଉଁମାନଙ୍କ ଶରୀରରେ ମଧୁମେହ ନିୟନ୍ତ୍ରଣ ସ୍ଥିତିରେ ନାହିଁ, ସେମାନଙ୍କ ଠାରେ ଏହି ସଂକ୍ରମଣ ଆଶଙ୍କା ବୃଦ୍ଧିପାଉଛି ।
ରାଜ୍ୟ ମୁଖ୍ୟମନ୍ତ୍ରୀ ବିଜୟ ରୂପାନି ଶନିବାର ଘୋଷଣା କରିଛନ୍ତି ଯେ ଏଭଳି ସଂକ୍ରମଣ ଅଧିକ ଦେଖାଯାଉଥିବା ଅହମଦାବାଦ, ବଡୋଦରା, ସୁରଟ, ରାଜକୋଟ, ଭାବନଗର, ଜାମନଗରସ୍ଥିତ ସମସ୍ତ ସରକାରୀ ସିଭିଲ ଡାକ୍ତରଖାନାରେ ଏହିଭଳି ରୋଗୀଙ୍କର ଚିକିତ୍ସା ପାଇଁ ପୃଥକ ୱାର୍ଡ ସ୍ଥାପନ କରାଯିବ। ଇତିମଧ୍ୟରେ ରାଜ୍ୟରେ 1000 ରୁ ଅଧିକ ବ୍ଲକ ଫଙ୍ଗସ ବା ମ୍ୟୁକୋମାୟିକୋସିସ୍ ରୋଗୀଙ୍କୁ ଚିହ୍ନଟ କରାଯାଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+