ଅକ୍ସିଜେନ ପାଇଁ ହାହାକାର : ହସ୍ପିଟାଲ ନା ଯମପୁରି ? 4 ଦିନରେ 74 ମୃତ
ଅକ୍ସିଜେନ ଅଭାବରୁ ଗୋଆରେ 13 ଜଣଙ୍କର ମୃତ୍ୟୁ ଘଟିଛି
ନୂଆଦିଲ୍ଲୀ: ଅକ୍ସିଜେନର ଅଭାବ ନେଇ ପ୍ରତ୍ୟକ ଦିନ ସାରା ଦେଶରୁ ଆସୁଛି ଭିନ୍ନଭିନ୍ନ ଦୃଶ୍ୟ । ପରିସ୍ଥିତି ଏପରି ହୋଇଛି ଯେ, ଅକ୍ସିଜେନ ଅଭାବ ରୋଗୀଙ୍କର ମୃତ୍ୟୁର କାରଣ ସାଜିଛି । ଅକ୍ସିଜେନ ଅଭାବରୁ ଗୋଆରେ 13 ଜଣଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଛି । ଗୋଆ ମେଡିକାଲ କଲେଜ ହସ୍ପିଟାଲରେ ରାତି 2ଟାରୁ ସକାଳ 6ଟା ମଧ୍ୟରେ 13 ଜଣ ରୋଗୀଙ୍କର ମୃତ୍ୟୁ ଘଟିଛି ।

ପୂର୍ବରୁ ଏହି ହସ୍ପିଟାଲରେ ଅକ୍ସିଜେନ ଅଭାବରୁ ଅନେକ ରୋଗୀଙ୍କର ମୃତ୍ୟୁ ସାରିଛି । ଏହି ହସ୍ପିଟାଲରେ ମଙ୍ଗଳବାର 26, ବୁଧବାର 20, ଗୁରୁବାର 15 ଓ ଶୁକ୍ରବାର ଦିନ 13 ଜଣଙ୍କ ମୃତ୍ୟୁ ହୋଇଛି । ତେବେ ସମୁଦାୟ 74 ଜଣଙ୍କ ମୃତ୍ୟୁ ହୋଇଥିବା ରେକର୍ଡ କରାଯାଇଛି ।
ଏଥିସହିତ ସରକାର ଏହି ମେଡିକାଲ କଲେଜକୁ ଅକ୍ସିଜେନ ସପ୍ଲାଇ ନେଇ ଏକ କମିଟି ଗଠନ କରିଛନ୍ତି । ହସ୍ପିଟାଲକୁ ଯୋଗାଣ ହେଉଥିବା ସମସ୍ତ ଅକ୍ସିଜେନ ଉପରେ ନଜର ରଖିବା ସହ ଅକ୍ସିଜେନର ସମସ୍ୟା ବିଷୟରେ ଜଣାଇବାକୁ କମିଟିକୁ ଦାୟିତ୍ୱ ଦିଆଯାଇଛି। ତିନି ଦିନ ମଧ୍ୟରେ ଉକ୍ତ କମିଟି ରିପୋର୍ଟ ପ୍ରଦାନ କରିବ। ଦେଶରେ କରୋନା ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇବା କାରଣରୁ ଅକ୍ସିଜେନର ଚାହିଦା ବଢ଼ିଯାଇଛି।












Click it and Unblock the Notifications