ପିଲାମାନଙ୍କ ଉପରେ ଜୁନରୁ ଆରମ୍ଭ ହେବ କୋଭାକ୍ସିନ୍ ଟ୍ରାଏଲ୍
ଆସନ୍ତା ଜୁନ୍ ମାସରୁ ଭାରତ ବାୟୋଟେକ୍ ଛୋଟ ପିଲାମାନଙ୍କ ଉପରେ ଏକ କ୍ରିନିକାଲ୍ ଟ୍ରାଏଲ୍ ଆରମ୍ଭ କରିବ
ନୂଆଦିଲ୍ଲୀ: ବର୍ତ୍ତମାନ କରୋନାର ତୃତୀୟ ଲହରର ଦେଶବାସୀଙ୍କଠାରେ ଆଶଙ୍କା ରହିଛି । ତେବେ କୋଭାକ୍ସିନ ଟିକା ନିର୍ମାତା ଭାରତ ବାୟୋଟେକ ପକ୍ଷରୁ ଏକ ଭଲ ସୂଚନା ମିଳିଛି । ଆସନ୍ତା ଜୁନ୍ ମାସରୁ ଭାରତ ବାୟୋଟେକ୍ ଛୋଟ ପିଲାମାନଙ୍କ ଉପରେ ଏକ କ୍ରିନିକାଲ୍ ଟ୍ରାଏଲ୍ ଆରମ୍ଭ କରିବ। କମ୍ପାନୀ କୋଭାକ୍ସିନର ପିଡିଏଟ୍ରିକ ଟ୍ରାଏଲ୍ସ ଜୁନରୁ କରିପାରେ ବୋଲି କମ୍ପାନୀର ଅନ୍ତର୍ଜାତୀୟ ଆଡଭୋକେସି ହେଡ୍ ଡକ୍ଟର ରାଚେସ ଏଲା ପ୍ରକାଶ କରିଛନ୍ତି ।

ସେହିପରି ଭାରତ ବାୟୋଟେକ୍ 2ରୁ 18 ବର୍ଷ ପର୍ଯ୍ୟନ୍ତ ପିଲାଙ୍କ କ୍ଲିନିକାଲ ପରୀକ୍ଷା ପାଇଁ ଡ୍ରଗ କଣ୍ଟ୍ରୋଲର ଜେନେରାଲ ଅଫ ଇଣ୍ଡିଆର ଅନୁମୋଦନ ଲାଭ କରିଛି ।
ତେବେ ହାଇଦ୍ରାବାଦରେ ଅନୁଷ୍ଠିତ ଏକ ଭିଡିଓ କନଫରେନ୍ସିଂରେ ଡ. ଏଲା କହିଛନ୍ତି ଯେ, କମ୍ପାନୀ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ହୁ)ର ଅନୁମୋଦନ ଅପେକ୍ଷାରେ ରହିଛି। ଏହି ଟିକା ଭଲ କାମ କରୁଛି ଏବଂ ଲୋକଙ୍କ ଜୀବନ ବଞ୍ଚାଇବାରେ ସହାୟକ ହୋଇଛି। ସେଥିପାଇଁ ଚଳିତ ବର୍ଷ ଶେଷ ସୁଦ୍ଧା ଏହି ଭ୍ୟାକ୍ସିନର ଉତ୍ପାଦନ 70 ମିଲିୟନକୁ ବୃଦ୍ଧି କରାଯିବ ବୋଲି ଡ. ଏଲା କହିଥିଲେ।












Click it and Unblock the Notifications