ଚିନ୍ତା ବଢାଉଛି କେରଳ: ବଢୁଛି କରୋନା ସଂକ୍ରମିତଙ୍କ ସଂଖ୍ୟା
Corona News:ଗତ ୨୪ ଘଣ୍ଟା ମଧ୍ୟରେ, କେରଳରେ ୧୮୦୧ଟି ନୂଆ କରୋନା ମାମଲା ରେକର୍ଡ କରାଯାଇଛି । କେରଳର ସ୍ୱାସ୍ଥ୍ୟମନ୍ତ୍ରୀ ଭୀନା ଜର୍ଜଙ୍କ କହିବାନୁସାରେ, ଏର୍ନାକୁଲମ୍, ଥିରୁବନନ୍ତପୁରମ୍ ଏବଂ କୋଟାୟାମ ଜିଲ୍ଲାରେ ସର୍ବାଧିକ କୋଭିଡ୍ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଯାହା ପରେ ପୁଣି ରାଜ୍ୟର ସରକାର କରୋନାକୁ ନେଇ ସତର୍କ ହୋଇଛନ୍ତି ।
କେରଳରେ ଟେଷ୍ଟିଂ ବୃଦ୍ଧି କରାଯାଇଛି । ଅନ୍ୟପକ୍ଷରେ ବର୍ତ୍ତମାନ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା କମ୍ ରହିଛି । ମୋଟ ରୋଗୀଙ୍କ ମଧ୍ୟରୁ କେବଳ ୦.୮ ପ୍ରତିଶତ ଆକ୍ରାନ୍ତଙ୍କୁ ଅକ୍ସିଜେନ୍ ବେଡ୍ ଏବଂ ୧.୨ ପ୍ରତିଶତ ଆକ୍ରାନ୍ତ ଗୁରୁତର ହୋଇପଡିଥିବାରୁ ଆଇସିୟୁରେ ଅଛନ୍ତି ।

କୋଭିଡ ସ୍ଥିତିକୁ ଅନୁଧ୍ୟାନ କରିବା ପାଇଁ ସ୍ୱାସ୍ଥ୍ୟମନ୍ତ୍ରୀ ଭୀନା ଜର୍ଜଙ୍କ ନେତୃତ୍ୱରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଯେଉଁଥିରେ କରୋନା ମୁକାବିଲା କରିବା ପାଇଁ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ୬୦ ବର୍ଷରୁ ଅଧିକ ବୟସର ଲୋକ, ମଧୁମେହ, ଉଚ୍ଚ ରକ୍ତଚାପରେ ଆକ୍ରାନ୍ତ ରୋଗୀଙ୍କ ମୃତ୍ୟୁ କୋଭିଡ୍-୧୯ କରାଣୁ ହେଉଥିବା ନେଇ ସୂଚନା ରହିଛି । ସେହିପରି ଜିନୋମ ସିକ୍ୱୋସିଂ ପାଇଁ ପଠାଯାଇଥିବା ଅଧିକାଂଶ ନମୁନାରେ ଓମିକ୍ରନ୍ ଭ୍ୟାରିଏଣ୍ଟ ଚିହ୍ନଟ ହୋଇଛି ।
ସେହିପରି କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ମକ୍ ଡ୍ରିଲ୍ କରାଯାଉଛି ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି । ବୃଦ୍ଧ, ଗୁରୁତର ଅସୁସ୍ଥ ବ୍ୟକ୍ତି ଏବଂ ଗର୍ଭବତୀ ମହିଳାଙ୍କ ପାଇଁ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି ।












Click it and Unblock the Notifications