କୋଭିଡ୍ର ନୂଆ ଭାରିଆଣ୍ଟ JN.1ର ୨୧ଟି ମାମଲା ଚିହ୍ନଟ, ଜାଣନ୍ତୁ ଏହାର ଲକ୍ଷଣ
Corona variant jn.1: ଦେଶରେ କରୋନାର ନୂଆ ଭାରିଏଣ୍ଟ ପୁଣି ଥରେ ଚିନ୍ତା ବଢାଇବାରେ ଲାଗିଛି । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଜାରି କରାଯାଇଥିବା ସୂଚନା ଅନୁସାରେ, ଏପର୍ଯ୍ୟନ୍ତ କରୋନାର ନୂତନ ସବ୍-ଭାରିଆଣ୍ଟ JN.1 ର 21 ଟି ମାମଲା ଚିହ୍ନଟ କରାଯାଇଛି । ସବ୍ ଭାରିଆଣ୍ଟ JN.1 ପ୍ରଥମେ ବିଦେଶରୁ ଆରମ୍ଭ ହୋଇଥିଲା ଏବଂ ଏହାର ପ୍ରଥମ ମାମଲା Luxembourg ଚିହ୍ନଟ କରାଯାଇଥିଲା ।

ଇଣ୍ତିଆନ ସାର୍ସ କୋଭିଡ୍ ଜେନୋମିକ୍ସ କନସୋଟିୟମ୍-INSACOG ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, କେରଳରେ ଜାରି ରହିଥିବା ସର୍ଭେଲାନ୍ସରୁ ଜଣେ ରୋଗୀଙ୍କ ନମୂନାରୁ ଏଗି ସବ୍ ଭାରିଆଣ୍ଟ JN.1 ଚିହ୍ନଟ ହୋଇଥିଲା । ନଭେମ୍ବର ୧୮ ତାରିଖରେ ଥିରୁବନନ୍ତପୁରମ କାରାକୁଲମର ସଂପୃକ୍ତ ରୋଗୀଙ୍କ ଠାରୁ ନମୂନା ସଂଗ୍ରହ କରି RT-PCR ଟେଷ୍ଟ ପାଇଁ ପଠାଯାଇଥିଲା ଯାହା ପରେ JN.1 ଭାରିଆଣ୍ଟ ବୋଲି ଚିହ୍ନଟ କରାଯାଇଥିଲା ।
JN.1 ଭାରିଆଣ୍ଟ ଲକ୍ଷଣ
JN.1 ଭାରିଆଣ୍ଟ ଲକ୍ଷଣ ହେଉଛି ରୋଗୀକୁ ଜ୍ୱର, ନାକରୁ ପାଣି ବାହାରିବାସ ତଣ୍ଟି ଦରଜ ହେବା ସହ ମୁଣ୍ତ ବିନ୍ଧା ଲାଗିରହିବା ଏହାର ଲକ୍ଷଣ । ଏହା ସହ ନିଶ୍ୱାସ ପ୍ରଶ୍ୱାସ ନେବାରେ ମଧ୍ୟ କଷ୍ଟ ଅନୁଭବ ହେବ । ଗୁରୁତ୍ୱପୂର୍ଣ୍ଣ କଥା ହେଲା ଏହା 4ରୁ 5 ଦିନ ମଧ୍ୟରେ ଠିକ୍ ଯାଇଥାଏ ।
ଗତ 24 ଘଣ୍ଟା ମଧ୍ୟରେ କରୋନା କାରଣରୁ କେରଳରେ ତିନି ଜଣଙ୍କର ମୃତ୍ୟୁ ଘଟିଛି। ପଡୋଶୀ ରାଜ୍ୟରେ କ୍ରମାଗତ ଭାବେ ବୃଦ୍ଧି ପାଉଥିବା ମାମଲାକୁ ଦୃଷ୍ଟିରେ ରଖି କର୍ଣ୍ଣାଟକ ସରକାର ଅତିରିକ୍ତ ସତର୍କତା ଅବଲମ୍ବନ କରିବା ଆରମ୍ଭ କରିଥିଲେ। ବୃଦ୍ଧ ଏବଂ କୋମୋରବିଡିଟିସ୍ ସଂକ୍ରମିତ ଲୋକଙ୍କୁ ମାସ୍କ ପିନ୍ଧିବାକୁ ପରାମର୍ଶ ଦିଆଯାଇଛି।












Click it and Unblock the Notifications