ଜାଣନ୍ତୁ କରୋନାର ନୂଆ ଭାରିଏଣ୍ଟ JN.1ର ଲକ୍ଷଣ ବିଷୟରେ
Covid New Variant: ସାରା ଦେଶରେ କରୋନା ଭ୍ୟାରିଏଣ୍ଟ ଭୟ ଏବେ ସମ୍ପୁର୍ଣ୍ଣ ଶେଷ ହୋଇନାହିଁ । ବର୍ଷ ବିତିବା ସହିତ ଏହି ଭାଇରସ୍ ନୂଆ ନୂଆ ରୂପ ନେବାରେ ଲାଗିଛି ।
ପ୍ରତିଦିନ ଆମେ ନୂଆ ନୂଆ ଭାରିଏଣ୍ଟ ବିଷୟରେ ଜାଣିବାକୁ ପାଉ । ବର୍ତ୍ତମାନ ପୁଣି ଥରେ Covidର ନୂଆ ଭାରିଏଣ୍ଟ JN.1କୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ଯାହା ଏବେ ପୁଣି ଥରେ ବୈଜ୍ଞାନିକମାନଙ୍କ ପାଇଁ ଚିନ୍ତା ବଢାଇବାରେ ଲାଗିଛି ।

ବୌଜ୍ଞାନିକମାନେ କରୋନାର ନୂଆ ଭ୍ୟାରିଏଣ୍ଟ JN.1କୁ ନେଇ ଚିନ୍ତିତ କାରଣ ଏହା ଅନ୍ୟ ଭ୍ୟାରିଏଣ୍ଟ ଅପେକ୍ଷା ଅଧିକ ସଂକ୍ରାମକ କେବଳ ଏତିକି ନୁହେଁ, ଏହା ଆମର ରୋଗ ପ୍ରତିରୋଧକ ଶକ୍ତି ପାଇଁ ମଧ୍ୟ ଅତ୍ୟନ୍ତ ବିପଜ୍ଜନକ ଅଟେ।
JN.1 ହେଉଛି କରୋନାର ଏକ ନୂଆ ଭ୍ୟାରିଏଣ୍ଟ । ଯାହା XBB.1.5 ଏବଂ HV.1 ର ପ୍ରକାର ଅପେକ୍ଷା ଅନେକ ଗୁଣ ଅଧିକ ବିପଜ୍ଜନକ । SARS-CoV-2 ପ୍ରକାର JN.1 ଇଂଲଣ୍ଡ, ଫ୍ରାନ୍ସ, ଆଇସଲ୍ୟାଣ୍ଡ ଏବଂ ଆମେରିକା ଭଳି ଦେଶରେ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି । କରୋନାର ଏହି ନୂଆ ଭ୍ୟାରିଏଣ୍ଟ ପ୍ରଥମେ 25 ଅଗଷ୍ଟରେ ଲକ୍ସେମବର୍ଗରେ ଚିହ୍ନଟ ହୋଇଥିଲା । ଯାହା ପରେ ଏହାର ଷ୍ଟ୍ରେନ୍ ଅନ୍ୟ ଦେଶରେ ମଧ୍ୟ ଦେଖିବାକୁ ମିଳିଥିଲା ।
ସବୁଠାରୁ ଚିନ୍ତାର ବିଷୟ ହେଉଛି, ଯେଉଁ ଲୋକମାନେ ନୂଆ ପ୍ରକାରର ଶିକାର ହେଉଛନ୍ତି, ସେମାନଙ୍କ ଦେହରେ କୋଭିଡ ଟୀକାକରଣର କୌଣସି ପ୍ରଭାବ ପଡୁହାଁନ୍ତି । ଏପର୍ଯ୍ୟନ୍ତ ଭାରତରେ ଏହି ଭ୍ୟାରିଏଣ୍ଟ ଗୋଟିଏ ବି ମାମଲା ଚିହ୍ନଟ ହୋଇନାହିଁ ।
JN.1 ଭ୍ୟାରିଏଣ୍ଟ ଅଧିକ ସଂକ୍ରାମକ ବୋଲି ବିବେଚନା କରାଯାଉଛି । ନୂଆ କୋଭିଡ୍ ଭ୍ୟାରିଏଣ୍ଟ BA.2.86 ପରିବାରରୁ ଚିହ୍ନଟ ହୋଇଛି । JN.1 ପ୍ରକାରର ସ୍ପାଇକ୍ ପ୍ରୋଟିନ୍ 41 ଟି ପରିବର୍ତ୍ତନ ହୋଇଛି । ଏପର୍ଯ୍ୟନ୍ତ କୌଣସି ଭ୍ୟାରିଏଣ୍ଟରେ ଏତେ ପରିବର୍ତ୍ତନ ଦେଖିବାକୁ ମିଳିନାହିଁ ।
JN.1 ପ୍ରକାରର ଲକ୍ଷଣ
- JN.1 ଭାରିଏଣ୍ଟର ଲକ୍ଷଣ ପୁରୁଣା ଭାରିଏଣ୍ଟ ସହ ମିଶିଥାଏ ।
- ଥଣ୍ଡା-ଜ୍ୱର ଲାଗିରହିଥାଏ ।
- ଛାତିରେ ଯନ୍ତ୍ରଣା
- ଶ୍ୱାସ ନେବାରେ ଯନ୍ତ୍ରଣା ଅନୁଭବ ହୋଇଥାଏ ।
- ଗଳାରେ, ମୁଣ୍ଡବିନ୍ଧା ଏବଂ ଶରୀରରେ ଯନ୍ତ୍ରଣା
- ଝାଡ଼ା ଏବଂ ବାନ୍ତି ଲାଗିରହିବା
- ସ୍ୱାଦ କିମ୍ବା ଗନ୍ଧ ହରାଇବା ।












Click it and Unblock the Notifications