Get Updates
Get notified of breaking news, exclusive insights, and must-see stories!

ମଧ୍ୟପ୍ରଦେଶରେ ଚିହ୍ନଟ ହୋଇଛି କରୋନା ନୂତନ ପ୍ରଜାତିର ଭୂତାଣୁ

ନୂଆଦିଲ୍ଲୀ: ମଧ୍ୟପ୍ରଦେଶରେ ଚିହ୍ନଟ ହୋଇଛି କରୋନା ନୂତନ ପ୍ରଜାତିର ଭୂତାଣୁ। ୟୁରୋପରେ ଦେଖାଦେଇଥିବା କରୋନାର ନୂଆ ପ୍ରଜାତି ଭୁତାଣୁ ଭାରତର ମଧ୍ୟପ୍ରଦେଶର ଇନ୍ଦୋରରେ ବ୍ୟାପିଛି। ୟୁରୋପରେ ଆତଙ୍କ ସୃଷ୍ଟି କରିଥିବା ଏହି ଭାରିଆଂଟ ହେଉଛି ଡେଲଟାର ଭୂତାଣୁର ନୂଆ ପ୍ରଜାତିର ଏକ ସବ୍ ଭାରିଆଂଟ । ଜାତୀୟ ରୋଗ ନିୟନ୍ତ୍ରଣ କେନ୍ଦ୍ର (ଏନସିଡିସି)ର ତଥ୍ୟ ଅନୁଯାୟୀ ମଧ୍ୟପ୍ରଦେଶରେ ଇନ୍ଦୋରରେ ୭ଜଣ ଏହି ନୂଆ ଏୱାଇ ୪.୨ ଭୁତାଣୁ ଦ୍ୱାରା ସଂକ୍ରମିତ ହୋଇଛନ୍ତି। ଏମାନଙ୍କ ମଧ୍ଯରେ ଅଛନ୍ତି ଦୁଇ ସେନା ଅଧିକାରୀଙ୍କ ସମେତ ୭ ଜଣ ନାଗରିକ।

Corona delta variant

ସେହିପରି ମହାରାଷ୍ଟ୍ରରେ ୧ ପ୍ରତିଶତ ନମୁନାରେ ଏୱାଇ.୪ ଚିହ୍ନଟ ହୋଇଛି । ଇନ୍ଦୋର ମୁଖ୍ୟ ମେଡିକାଲ ଓ ହେଲ୍‌ଥ ଅଫିସର ଡ. ବିଏସ୍ ସେତିୟାଙ୍କ କହିବା ଅନୁସାରେ ମହୁଁ କ୍ୟାଣ୍ଟନମେଣ୍ଟରେ ନିଯୁକ୍ତ ଦୁଇଜଣ ସେନା ଅଫିସର ଏହି ପ୍ରଜାତି ଦ୍ବାରା ସଂକ୍ରମିତ ହୋଇଥିଲେ ।ମହାରାଷ୍ଟ୍ରରେ ୧ ପ୍ରତିଶତ ନମୁନାରେ ଏୱାଇ.୪ କିସମ ଚିହ୍ନଟ ହୋଇଛି । ଏନ୍‌ସିଡିସି ରିପୋର୍ଟ ଅନୁସାରେ ଅଗଷ୍ଟ ମାସରେ କୋଭିଡ୍‌-୧୯ ସଂକ୍ରମଣ ୬୪ ପ୍ରତିଶତ ବୃଦ୍ଧି ପାଇଥିବା ବେଳେ ଡେଲ୍‌ଟାର ଏହି ଉପ-କିସମ ଯୋଗୁ ସେପ୍ଟେମ୍ବର ମାସରେ ଇନ୍ଦୋର ଜିଲ୍ଲାରେ ସଂକ୍ରମଣ ବୃଦ୍ଧି ପାଇଥିଲା । ସେପ୍ଟେମ୍ବର ୨୩ରୁ ୨୫ ଭିତରେ ମହୁଁ-ସ୍ଥିତ ଆର୍ମି ୱାର୍ କଲେଜରେ ପ୍ରାୟ ୩୦ ଜଣ ପ୍ରଶିକ୍ଷାର୍ଥୀ ପଜିଟିଭ୍ ଚିହ୍ନଟ ହୋଇଥିଲେ । କିନ୍ତୁ ସେମାନଙ୍କଠାରେ ରୋଗର କୌଣସି ଲକ୍ଷଣ ନ ଥିଲା ଏବଂ ସମସ୍ତେ ଦୁଇଟି ଡୋଜ୍ ଟିକା ନେଇଥିଲେ । ପରେ ସେମାନଙ୍କ ନମୁନା ଜିନୋମ୍ ସିକ୍ବେନ୍ସିଂ ପାଇଁ ପଠାଯାଇଥିଲା । ଏହାର ପ୍ରଥମ ରିପୋର୍ଟ ଅକ୍ଟୋବର ୧ରେ ବାହାରିଥିବା ବେଳେ ଦ୍ବିତୀୟ ରିପୋର୍ଟ ୧୬ରେ ପ୍ରକାଶ ପାଇଥିଲା । ଏମ୍‌ଜିଏମ୍ ମେଡିକାଲ କଲେଜର ମାଇକ୍ରୋବାୟୋଲୋଜି ବିଭାଗ ମୁଖ୍ୟ ଡ. ଅନୀତା ମୁଥା କହିଛନ୍ତି ଯେ, ଏୱାଇ.୪ ହେଉଛି ଡେଲ୍‌ଟା ଭାରିଆଣ୍ଟର ଏକ ଉପ-କିସମ। ଏହା ଡେଲ୍‌ଟା ନୁହେଁ କିମ୍ବା ଡେଲ୍‌ଟା ପ୍ଲସ୍ ବି ନୁହେଁ ।

ଭୂତାଣୁ କେତେ ମାରାତ୍ମକ ସେନେଇ ହେଉଛି ଗବେଷଣା:

ଏହି ନୂତନ ପ୍ରଜାତିର କରୋନା ଭୂତାଣୁ ୟୁରୋପରେ ଆତଙ୍କ ଖେଳାଇଛି। ତେବେ ଏହା ଭାରତରେ କେତେ ଘାତକ ହେବ ସେନେଇ ଚାଲିଛି ଗବେଷଣା। ଭାରତରେ ଏହି କିସମ ପ୍ରଥମେ ମହାରାଷ୍ଟ୍ରରେ ଗତବର୍ଷ ଅକ୍ଟୋବର ମାସରେ ଚିହ୍ନଟ ହୋଇଥିଲ । ଏହା ଅତ୍ୟଧିକ ଅସୁସ୍ଥତା ଓ ମୃତ୍ୟୁ ର କାରଣ ହୋଇପାରେ କି ନାହିଁ ତାହା ଏବେ ଠୁ କହିବା ସମ୍ଭବ ହେବ ନାହିଁ I ଚିହ୍ନଟ ନୂଆ ଭାରିଆଂଟ ଟି ଅଧିକ ଅନୁସନ୍ଧାନ ଅପେକ୍ଷାରେ ରହିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+