କରୋନା ମାମଲା ; ଆଜି ଦେଶରେ ୫୨୯ ଜଣ କରୋନା ରୋଗୀ ଚିହ୍ନଟ , ୩ ମୃତ
ନୂଆଦିଲ୍ଲୀ : ଦେଶରେ କରୋନା ଦ୍ରୁତ ଗତିରେ ବୃଦ୍ଧି ହେବାରେ ଲାଗିଛି | କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ, ଆଜି ଗୋଟିଏ ଦିନରେ ଦେଶରେରେ 529 ଟି ନୂଆ କରୋନା ମାମଲା ରୁଜୁ ହୋଇଥିବା ବେଳେ ମୋଟ ସକ୍ରିୟ ମାମଲା 4093 କୁ ପହଞ୍ଚିଛି । ତିନିଜଣ ସଂକ୍ରମିତ ଲୋକଙ୍କର ମଧ୍ୟ ମୃତ୍ୟୁ ଘଟିଛି, ସେଥିମଧ୍ୟରୁ ଦୁଇଜଣ କର୍ଣ୍ଣାଟକର ଏବଂ ଜଣେ ଗୁଜୁରାଟର ।

ଏହି ସମୟରେ କରୋନା ଜୀବାଣୁ ବୃଦ୍ଧି ପାଉଥିବା ବେଳେ କର୍ଣ୍ଣାଟକ ସରକାର ଏକ ନୂଆ ନିର୍ଦ୍ଦେଶ ନାମା ଜାରି କରିଛନ୍ତି। ଯାହା ଅଧୀନରେ ବର୍ତ୍ତମାନ ସଂକ୍ରମିତ ଲୋକଙ୍କୁ ସାତ ଦିନ ପାଇଁ ଘର ଭିତରେ ଅଲଗା ରହିବାକୁ ପଡ଼ିବ ବୋଲି ନିର୍ଦ୍ଦେଶ ଦିଆଯାଇଛି ।
ସାତଟି ରାଜ୍ୟରେ କରୋନା JN.1 ର ନୂତନ ସବ୍ ଭାରିଆଣ୍ଟ ବ୍ୟାପିବାରେ ଲାଗିଛି |
ଚିନ୍ତାର ବିଷୟ ହେଉଛି, କରୋନା, JN.1 ର ନୂଆ ଭାଇରସ ମଧ୍ୟ ଦ୍ରୁତ ଗତିରେ ବ୍ୟାପିଛି | ବର୍ତ୍ତମାନ ଏହା ଦେଶର 7 ଟି ରାଜ୍ୟରେ ଲୋକଙ୍କୁ ପ୍ରଭାବିତ କରିଛି ଏବଂ ନୂଆ ଭାଇରସ ସଂକ୍ରମିତ ରୋଗୀଙ୍କ ସଂଖ୍ୟା 83 କୁ ବୃଦ୍ଧି ପାଇଛି।
ତଥ୍ୟ ଅନୁଯାୟୀ, ଗୁଜୁରାଟରେ କରୋନାର ନୂତନ ପ୍ରକାରର ସର୍ବାଧିକ ପ୍ରଭାବ ଦେଖିବାକୁ ମିଳୁଛି। ଗୁଜୁରାଟରେ JN.1 34 ଟି ମାମଲା ଦେଖିବାକୁ ମିଳିଛି। ଏହା ବ୍ୟତୀତ ଗୋଆରୁ 18 ଟି, କର୍ଣ୍ଣାଟକର 8 ଟି, ମହାରାଷ୍ଟ୍ରର 7 ଜଣ, କେରଳ ଏବଂ ରାଜସ୍ଥାନର 5 ଟି, ତାମିଲନାଡୁର 4 ଟି ଏବଂ ତେଲେଙ୍ଗାନାରୁ 2 ଟି ସକାରାତ୍ମକ ମାମଲା ଦେଖିବାକୁ ମିଳିଛି ।












Click it and Unblock the Notifications