କରୋନା ମାମଲା : ଚଣ୍ଡିଗଡରେ ମାସ୍କ ବାଧ୍ୟତାମୂଳକ କଲେ ସରକାର
ନୂଆଦିଲ୍ଲୀ: କରୋନା ମହାମାରୀରୁ ଦେଶ ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ରୂପେ ମୁକୁଳି ପାରିନାହିଁ । ପୁଣି ଏବେ ନୂତନ ସବ୍-ଭାରିଆଣ୍ଟ JN.1 ଭୟ । କରୋନା ବଢ଼ୁଥିବା ମାମଲା ପୁଣି ଥରେ ଦେଶର ଚିନ୍ତାର କାରଣ ହୋଇଛି। କରୋନା ର ନୂତନ ଭାରିଆଣ୍ଟ JN.1 ର ମୋଟ 21 ଟି ମାମଲା ରିପୋର୍ଟ ହୋଇଛି ଏବଂ ସେଗୁଡ଼ିକ ଧୀରେ ଧୀରେ ବୃଦ୍ଧି ପାଉଛି । ଏହି କାରଣରୁ ବିଭିନ୍ନ ରାଜ୍ୟରେ ବିଭିନ୍ନ ନିୟମ କରାଯାଇଛି ।

କରୋନାର ନୂତନ ପ୍ରକାରକୁ ଦୃଷ୍ଟିରେ ରଖି ଚଣ୍ଡିଗଡ଼ ପ୍ରଶାସନ ଏକ ବଡ ନିଷ୍ପତ୍ତି ନେଇଛି। ପ୍ରଶାସନ ପୁଣି ଥରେ ମାସ୍କ ପିନ୍ଧିବାକୁ ନିର୍ଦ୍ଦେଶ ଦେଇଛି ଏବଂ ଜନଗହଳି ପୂର୍ଣ୍ଣ ଅଞ୍ଚଳରେ ଲୋକଙ୍କୁ ମାସ୍କ ପିନ୍ଧିବାକୁ ପରାମର୍ଶ ଦେଇଛି। ଏହା ବ୍ୟତୀତ ଜନଗହଳି ପୂର୍ଣ୍ଣ ସ୍ଥାନକୁ ନ ଯିବାକୁ ନିର୍ଦ୍ଦେଶ ମଧ୍ୟ ଦିଆଯାଇଛି।
କର୍ଣ୍ଣାଟକରେ କୋଭିଡ -19 ର 20 ଟି ନୂଆ ମାମଲା ରିପୋର୍ଟ ହୋଇଛି ଏବଂ ଏହି ମହାମାରୀ ଯୋଗୁଁ ଆଉ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି। ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ବୁଧବାର (ଡିସେମ୍ବର 20) ଏହି ସୂଚନା ପ୍ରଦାନ କରି ଗାଇଡ୍ଲାଇନ ଜାରି କରିଛି। ଗାଇଡଲାଇନ ଅନୁଯାୟୀ, ଡିସେମ୍ବର 16 ରେ ବେଙ୍ଗାଲୁରୁରେ ଜଣେ 44 ବର୍ଷୀୟ ରୋଗୀଙ୍କର ମୃତ୍ୟୁ ହୋଇଥିବାବେଳେ ଡିସେମ୍ବର 76 ରେ 76 ବର୍ଷିୟ ରୋଗୀର ମୃତ୍ୟୁ ଘଟିଛି।












Click it and Unblock the Notifications