ପୁଣି ଚିନ୍ତା ବଢାଉଛି କରୋନା, ଗତ ୨୪ ଘଣ୍ଟାରେ ଦେଶରେ ୧,୧୩୪ ଟି ନୂଆ ପଜିଟିଭ୍ ଚିହ୍ନଟ
ଗତ କିଛି ଦିନ ହେବ କରୋନା ମାମଲା ଅହେତୁକ ଭାବେ ବଢିବାରେ ଲାଗିଛି । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୧,୧୩୪ ଟି ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଯାହା ପରେ ଏପର୍ଯ୍ୟନ୍ତ ସଂକ୍ରମିତ ଲୋକଙ୍କ ସଂଖ୍ୟା ୪,୪୬,୯୮,୧୧୮କୁ ବୃଦ୍ଧି ପାଇଛି ।

Corona: ସାରା ଦେଶରେ କରୋନା ସଂକ୍ରମଣ ପୁଣି ବୃଦ୍ଧି ପାଉଛି । ଗତ କିଛି ଦିନ ହେବ କରୋନା ମାମଲା ଅହେତୁକ ଭାବେ ବଢିବାରେ ଲାଗିଛି । ଯାହାକୁ ନେଇ ଭୟବିତ ଲୋକେ । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୧,୧୩୪ ଟି ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଯାହା ପରେ ଏପର୍ଯ୍ୟନ୍ତ ସଂକ୍ରମିତ ଲୋକଙ୍କ ସଂଖ୍ୟା ୪,୪୬,୯୮,୧୧୮କୁ ବୃଦ୍ଧି ପାଇଛି । ଏଥି ସହିତ ଚିକିତ୍ସିତ ହେଉଥିବା ରୋଗୀଙ୍କ ସଂଖ୍ୟା ୭,୦୨୬କୁ ବୃଦ୍ଧି ପାଇଛି । କରୋନାର ମାମଲା ଲଗାତାର ବଢୁଥିବାରୁ ଉଭୟ ସରକାର ଏବଂ ବୈଜ୍ଞାନିକମାନଙ୍କ ପାଇଁ ଏହା ଚିନ୍ତାର କାରଣ ପାଲଟିଛି ।
କେନ୍ଦ୍ର ସରକାର ଦେଇଥିବା ସୂଚନା ଅନୁସାରେ, ଛତିଶଗଡ, ଦିଲ୍ଲୀ, ଗୁଜୁରାଟ ଏବଂ ମହାରାଷ୍ଟ୍ରରେ ଜଣେ ଲେଖା ରୋଗୀଙ୍କର କରୋନା ଜନିତ ମୃତ୍ୟୁ ହୋଇଛି । ଯାହା ପରେ ଦେଶରେ କରୋନା ମୃତ୍ୟୁ ସଂଖ୍ୟା ୫.୩୦.୮୧୩କୁ ବୃଦ୍ଧି ପାଇଛି । ରିପୋର୍ଟ ଅନୁସାରେ ଭାରତରେ ଦୈନିକ ସଂକ୍ରମଣ ହାର ୧.୦୯ ପ୍ରତିଶତ ଏବଂ ସାପ୍ତାହିକ ହାର ୦.୯୮ ପ୍ରତିଶତ ରହିଛି । ସେହିପରି ଦେଶରେ ବର୍ତ୍ତମାନ ୭.୦୨୬ ଲୋକ ଚିକିତ୍ସିତ ହେଉଛନ୍ତି । ଏପର୍ଯ୍ୟନ୍ତ ମୋଟ୍ ୪,୪୧,୬୦,୨୭୯ ଲୋକ ସଂକ୍ରମଣମୁକ୍ତ ହୋଇଥିବାବେଳେ କୋଭିଡ -୧୯ର ମୃତ୍ୟୁ ହାର ୧.୧୯ ପ୍ରତିଶତ ରହିଛି ସୂଚନାଅନୁସାରେ,ଗତକାଲି ସଂଧ୍ୟା ୬ଟା ସୁଦ୍ଧା ମୋଟ୍ ୨.୨୦.୬୫.୧୮୦ ହିତାଧିକାରୀଙ୍କୁ ଟିକା ଦିଆଯାଇଛି ।












Click it and Unblock the Notifications