କରୋନା ଅପଡେଟ୍: 9 ହଜାର ଛୁଇଁବ ଦୈନିକ ସଂକ୍ରମଣ
ଦୈନିକ ସଂକ୍ରମଣ 9 ହଜାର ମୁହାଁ ହୋଇଛି । ଗତ 24 ଘଣ୍ଟା ମଧ୍ୟରେ ଦେଶରୁ ମୋଟ 8,582 ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ହେଲେ ସଂକ୍ରମଣ ଅନୁପାତରେ ମୃତ୍ୟୁସଂଖ୍ୟା କମ୍ ରହିଛି ।
ନୂଆଦିଲ୍ଲୀ: ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ବଢୁଛି ମହାମାରୀ କରୋନା ସଂକ୍ରମଣ । ଦୈନିକ ସଂକ୍ରମଣ 9 ହଜାର ମୁହାଁ ହୋଇଛି । ଗତ 24 ଘଣ୍ଟା ମଧ୍ୟରେ ଦେଶରୁ ମୋଟ 8,582 ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ହେଲେ ସଂକ୍ରମଣ ଅନୁପାତରେ ମୃତ୍ୟୁସଂଖ୍ୟା କମ୍ ରହିଛି । 24 ଘଣ୍ଟା ମଧ୍ୟରେ କେବଳ 4 ଜଣଙ୍କ କୋରୋନାରେ ମୃତ୍ୟୁ ଘଟିଥିବା ବେଳେ 4,435 ଜଣ ସଂକ୍ରମିତ ସୁସ୍ଥ ହୋଇଛନ୍ତି । କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି ।
ବର୍ତ୍ତମାନ ଦେଶରେ ସକ୍ରିୟ ମାମଲା 40 ହଜାର ପାର୍ କରିଛି । ଆଜିର ନୂଆ ସଂକ୍ରମଣକୁ ମିଶାଇ ମୋଟ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା 44,513ରେ ପହଞ୍ଚିଛି । ଦେଶରେ ବର୍ତ୍ତମାନ ପର୍ଯ୍ୟନ୍ତ 4,26,52,743 ସଂକ୍ରମିତ ସୁସ୍ଥ ହୋଇଛନ୍ତି । ଏପର୍ଯ୍ୟନ୍ତ ମୋଟ 5,24,761 ଜଣଙ୍କ ମୃତ୍ୟୁ ଘଟିଛି । ଦେଶବ୍ୟାପୀ ସମୁଦାୟ 195 କୋଟିରୁ ଅଧିକ ଡୋଜ୍ ଟୀକାକରଣ କରାଯାଇଛି ।












Click it and Unblock the Notifications