କରୋନା ମାମଲା : ଦେଶରେ ୭୫୨ ନୂଆ ରୋଗୀ ଚିହ୍ନଟ , ୪ ମୃତ
ନୂଆଦିଲ୍ଲୀ : ଦେଶରେ ପୁଣି ଉପର ମୁହାଁ କରୋନା । ଆଜି ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୭୫୨ ଟି ନୂଆ ରୋଗୀ ଚିହ୍ନଟ । ଯାହା ସକ୍ରିୟ ରୋଗୀଙ୍କ ସଂଖ୍ୟା ୩୪୨୦କୁ ବୃଦ୍ଧି ପାଇଛି । ୨୧ ମେ ୨୦୨୩ ପରଠାରୁ ଦେଶରେ ଗୋଟିଏ ଦିନରେ କରୋନାଭାଇରସ୍ ସଂକ୍ରମଣର ଏହା ସର୍ବାଧିକ ସଂଖ୍ୟକ । କେନ୍ଦ୍ର ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଦ୍ୱାରା ପ୍ରକାଶିତ ତଥ୍ୟ ଅନୁଯାୟୀ ଦେଶରେ ଏପର୍ଯ୍ୟନ୍ତ ରିପୋର୍ଟ ହୋଇଥିବା ମୋଟ କରୋନା ମାମଲା ୪.୫୦ କୋଟି ଅର୍ଥାତ୍ ୪,୫୦,୦୭,୯୬୪ ଅଟେ । ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ସଂକ୍ରମଣ ହେତୁ ଚାରି ଜଣଙ୍କ ମୃତ୍ୟୁ ହୋଇଛି । ଏହି ମହାମାରୀ ହେତୁ ମୃତ୍ୟୁ ସଂଖ୍ୟା ୫,୩୩,୩୩୨ କୁ ବୃଦ୍ଧି ପାଇଛି।













Click it and Unblock the Notifications