Get Updates
Get notified of breaking news, exclusive insights, and must-see stories!

କରୋନା କହର: ଗତ 24 ଘଣ୍ଟାରେ ଦେଶରେ ତିନି ଲକ୍ଷରୁ ଅଧିକ ନୂଆ ମାମଲା ଚିହ୍ନଟ, 2767 ମୃତ

ଗତ 24 ଘଣ୍ଟା ମଧ୍ୟରେ ଦେଶରେ 3,49,691 ଟି ନୂଆ କରୋନା ମାମଲା ଚିହ୍ନଟ ହୋଇଛି । ଯାହା ଦିନକୁ ବହୁତ ସଂଖ୍ୟାରେ ବଢିବାରେ ଲାଗିଛି ।

ନୂଆଦିଲ୍ଲୀ: କରୋନା ଭୂତାଣୁ ଦେଶରେ ହଇଚଇ ସୃଷ୍ଟି କରିବାରେ ଲାଗିଛି । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ରବିବାର ପ୍ରକାଶିତ ତଥ୍ୟ ଅନୁଯାୟୀ ଗତ 24 ଘଣ୍ଟା ମଧ୍ୟରେ ଦେଶରେ 3,49,691 ଟି ନୂଆ କରୋନା ମାମଲା ଚିହ୍ନଟ ହୋଇଛି । ଯାହା ଦିନକୁ ବହୁତ ସଂଖ୍ୟାରେ ବଢିବାରେ ଲାଗିଛି । ନୂତନ ମାମଲା ପରେ ଦେଶରେ ମୋଟ ସଂକ୍ରମିତ ଲୋକଙ୍କ ସଂଖ୍ୟା 1,69,60,172 କୁ ବୃଦ୍ଧି ପାଇଥିବାବେଳେ 24 ଘଣ୍ଟା ମଧ୍ୟରେ କରୋନା 2,767 ଜଣଙ୍କ ମୃତ୍ୟୁ ଘଟିଛି । ମୋଟ ମୃତ୍ୟୁ ସଂଖ୍ୟା ଏବେ 1,92,311 ରେ ପହଞ୍ଚିଛି ।

coronavirus

ବର୍ତ୍ତମାନ ଭାରତରେ 26,82,751 ସକ୍ରିୟ ମାମଲା ଥିବାବେଳେ 1,40,85,110 ଲୋକ ସୁସ୍ଥ ହୋଇ ଡାକ୍ତରଖାନାରୁ ଘରକୁ ଫେରିଛନ୍ତି । ଦେଶରେ ଏପର୍ଯ୍ୟନ୍ତ 14,09,16,417 ଲୋକ କରୋନା ଟିକା ଗ୍ରହଣ କରିଛନ୍ତି। ଗତ 24 ଘଣ୍ଟା ମଧ୍ୟରେ 25,36,612 ଲୋକଙ୍କୁ ଟିକା ଦିଆଯାଇଛି।

ତେବେ ଦେଶରେ ପ୍ରାୟ 3 ଲକ୍ଷ ମାମଲା ପ୍ରତିଦିନ ରିପୋର୍ଟ ହେଉଛି। ଏତେ ସଂଖ୍ୟକ ପଜିଟିଭ କେସ ଯୋଗୁଁ ସ୍ୱାସ୍ଥ୍ୟ ବ୍ୟବସ୍ଥା ଭୁଶୁଡି ପଡିଛି । ଔଷଧ ଏବଂ ଅମ୍ଳଜାନ ଡାକ୍ତରଖାନାରେ ଶଯ୍ୟା ଅଭାବ, ଇତ୍ୟାଦି ଦିନକୁ ଦିନ ଦେଖିବାକୁ ମିଳୁଛି ।

ଦେଶରେ କରୋନାର ସ୍ଥିତି ?

ମୋଟ କରୋନା ସଂକ୍ରମଣ ମାମଲା- ୧ କୋଟି ୬୯ ଲକ୍ଷ ୬୦ ହଜାର ୧୭୨

ମୋଟ ସୁସ୍ଥ- ୧ କୋଟି ୪୦ ଲକ୍ଷ ୮୫ ହଜାର ୧୧୦

ମୋଟ ସକ୍ରିୟ ମାମଲା- ୨୬ ଲକ୍ଷ ୮୨ ହଜାର ୭୫୧

ମୋଟ ମୃତ୍ୟୁ- ୧ ଲକ୍ଷ ୯୨ ହଜାର ୩୧୧

ମୋଟ ଟିକାକରଣ- ୧୪ କୋଟି ୯ ଲକ୍ଷ ୧୬ ହଜାର ୪୧୭ ଡୋଜ୍

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+