ଥମୁନି କରୋନା:ଦେଶର ଦୈନିକ କୋଭିଡ୍-୧୯ ସଂକ୍ରମଣ ସଂଖ୍ୟା ୧୦ ହଜାର ଟପିଲା

ନୂଆଦିଲ୍ଲୀ:ଦେଶରେ ପୁଣି ବଢିଲା କରୋନା ସଂକ୍ରମଣ । ଯେଉଁଥିପାଇଁ କେନ୍ଦ୍ର ସମେତ ରାଜ୍ୟ ସରକାରଙ୍କ ଚିନ୍ତା ବଢିବାରେ ଲାଗିଛି । ଗତ ୨୪ ଘଣ୍ଟା ମଧ୍ୟରେ, ୧୦ ହଜାର ୭୫୩ଟି ନୂଆ ମାମଲା ରେକର୍ଡ କରାଯାଇଛି । ଦେଶରେ ସକ୍ରିୟ ମାମଲା ୫୩ ହଜାର ପାର୍ ହୋଇଛି ।

ଶୁକ୍ରବାର ଦିନ କରୋନା ମାମଲା ୧୧ ହଜାର ୧୦୯ ଥିଲା, ଯାହା ଆଜି କମ୍ ହୋଇ ୧୦ ହଜାର ୭୫୩ ରହିଛି । ହେଲେ ଗତକାଲି ତୁଳନାରେ ଆଜି ମୃତ୍ୟୁ ସଂଖ୍ୟା ଅଧିକ ରହିଛି । ଗତ ୨୪ ଘଣ୍ଟା ମଧ୍ୟରେ କରୋନା ଯୋଗୁଁ ୨୭ ଜଣଙ୍କର ମୃତ୍ୟୁ ହୋଇଛି । ରିପୋର୍ଟ ଅନୁସାରେ ମହାରାଷ୍ଟ୍ରରେ ସର୍ବାଧିକ ମୃତ୍ୟୁ ସଂଖ୍ୟା ରେକର୍ଡ କରାଯାଇଛି । ମହାରାଷ୍ଟ୍ରରେ ମୃତ୍ୟୁବରଣ କରିଥିବା ରୋଗୀଙ୍କ ସଂଖ୍ୟା ୪ ।

corona_update

୨୪ ଘଣ୍ଟାରେ ଚିହ୍ନଟ ହୋଇଥିବା ୧୦,୭୫୩ ନୂତନ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୪,୪୮,୦୮,୦୨୨ରେ ପହଞ୍ଚିଛି । ଦେଶରେ ଦୈନିକ କୋଭିଡ୍-୧୯ ପଜିଟିଭ୍ ହାର ୬.୭୮ ପ୍ରତିଶତ ବେଳେ ସାପ୍ତାହିକ ପଜିଟିଭ୍ ହାର ୪.୪୯ ପ୍ରତିଶତ ରହିଥିବା ନେଇ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୂଚନା ପ୍ରକାଶ ପାଇଛି । ଦେଶରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୫୩,୭୨୦କୁ ବୃଦ୍ଧି ପାଇଛି । ସେହିପରି ଗତକାଲି ସଂଧ୍ୟା ୬ଟା ସୁଦ୍ଧା ୨,୨୦,୬୬,୨୫,୫୧୭ ହିତାଧିକାରୀଙ୍କୁ ଟିକା ଦିଆଯାଇଛି ।

ଶୁକ୍ରବାର ଦିନ ଗୌତମ ବୁଦ୍ଧ ନଗର ଜିଲ୍ଲାରେ ୧୩୦ଟି ନୂଆ ମାମଲା ରେକର୍ଡ କରାଯାଇଛି । ଯାହା ଚଳିତ ବର୍ଷର ସର୍ବାଧିକ ସଂକ୍ରମିତ ସଂଖ୍ୟା । ଜିଲ୍ଲା ଭିଜିଲାନ୍ସ ଅଧିକାରୀ ଡକ୍ଟର ଅମିତ କୁମାରଙ୍କ ସୂଚନା ଅନୁସାରେ ଗତକାଲି ୧୮୭୨ ଜଣଙ୍କର ନମୁନା ପରୀକ୍ଷା କରାଯାଇଥିଲା ଯାହା ମଧ୍ୟରୁ ୧୩୦ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+