ପୁଣି ଦେଶରେ ଫେରିଲା କରୋନା ଭୟ; ମୁମ୍ବାଇରେ ୨ ଆକ୍ରାନ୍ତ ମୃତ
ପୁଣି ଫେରିଲା କରୋନା ଡର । ଖାଲି ଙ୍ଗାପୁର ଏବଂ ହଂକଂରେ ବଢ଼ୁଛି କୋଭିଡ ସଂକ୍ରମଣ ବଢୁଛି ତାହା ନୁହେଁ । ଭାରତରେ ମଧ୍ୟ କାୟା ବିସ୍ତାର କରୁଛି । ଯାହାକୁ ନେଇ ସାରା ଦେଶରେ ପୁଣି ଥରେ ଚିନ୍ତା ବଢିଛି । ମୁମ୍ବାଇରେ ୨ ଆକ୍ରାନ୍ତ ମୃତ । ମୁମ୍ବାଇର KEM ହସ୍ପିଟାଲ୍ରେ ୨ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ୨ ମୃତକ ଗୁରୁତର ରୋଗରେ ପୀଡ଼ିତ ହୋଇ ଚିକିତ୍ସିତ ଥିଲେ ।

ଅନ୍ୟପକ୍ଷରେ ସ୍ଥିତି ଉପରେ ଭାରତ ସରକାର ନଜର ରଖିଥିବା କହିଛନ୍ତି। ସେହିପରି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି ଯେ, ଦେଶରେ କୋଭିଡ ସ୍ଥିତି ସମ୍ପୂର୍ଣ୍ଣ ନିୟନ୍ତ୍ରିତ ହୋଇ ରହିଛି। ଦେଶରେ କୋଭିଡ ସ୍ଥିତି ନେଇ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ମଧ୍ୟ ଅନୁଷ୍ଠିତ ହୋଇଯାଇଛି ।
ଗତକାଲି ସୁଦ୍ଧା ସାରା ଦେଶରେ ୨୫୭ଟି ଅତି ସାଧାରଣ କୋଭିଡ୍ କେସ ଥିବା ବେଳେ ଏହି ସଂଖ୍ୟା ଭାରତର ଜନସଂଖ୍ୟା ଅନୁସାରେ ନଗଣ୍ୟ । ସ୍ଥିତି ସେତେ ଖରାପ ନାହିଁ, ହସ୍ପିଟାଲରେ ଭର୍ତ୍ତି ହେବାର କୌଣସି ଆବଶ୍ୟକ ନାହିଁ ବୋଲି କୁହାଯାଇଛି।ହଂକଂ ଓ ସିଙ୍ଗାପୁରରେ କାହିଁକି ହଠାତ୍ ବଢ଼ିଲା କୋଭିଡ ଆକ୍ରାନ୍ତଙ୍କ ସଂଖ୍ୟା ତାହା ଜଣାପଡିନାହିଁ । ହଂକଂସ୍ଥିତ ହେଲ୍ଥ ପ୍ରୋଟେକସନ୍ ସେଣ୍ଟରର କମୁନିକେବଲ୍ ଡିଜିଜ୍ ବ୍ରାଞ୍ଚର ମୁଖ୍ୟ ଆଲବର୍ଟ ଆଉ (Albert Au) କହିଛନ୍ତି, କୋଭିଡ -୧୯ କେସ୍ ସଂଖ୍ୟା ଏବେ ସହରରେ ବହୁତ ବଢ଼ିଯାଇଛି । ଗଳାରୁ ନମୂନା ନିଆଯାଇ କରାଯାଇଥିବା ପରୀକ୍ଷଣରୁ ଅଧିକାଂଶ ପଜିଟିଭ୍ ବାହାରିଛି ।ଗତ ବର୍ଷ ତୁଳନାରେ ଏହି ସଂଖ୍ୟା ଢେର୍ ଅଧିକ । ଗୁରୁତର ରୋଗୀ ଓ ମୃତକଙ୍କ ସଂଖ୍ୟା ମଧ୍ୟ ବଢିଥିବାର କହିଛନ୍ତି ହଂକଂର ଜଣେ ଅଧିକାରୀ । ଏହି ଭୂତାଣୁ ଏବେ ବ୍ୟାପୁଥିବାର ଲକ୍ଷ୍ୟ କରାଯାଉଛି । ଡାକ୍ତରଖାନାକୁ ଏହି ରୋଗର ଲକ୍ଷଣ ଥିବା ଅଧିକରୁ ଅଧିକ ରୋଗୀ ଆସୁଛନ୍ତି । ଏହି ରୋଗ ୫ ବର୍ଷ ତଳେ ସାରା ବିଶ୍ୱରେ ଆତଙ୍କ ଖେଳାଇ ଦେଇଥିଲା ।କେବଳ ହଂକଂ ନୁହେଁ ଏସିଆର ଅନ୍ୟତମ ସହର ସିଙ୍ଗାପୁରରେ କୋଭିଡ -୧୯ ବଢ଼ୁଥିବା ରିପୋର୍ଟ ଆସୁଛି












Click it and Unblock the Notifications