ପୁଣି କରୋନା ଭୟ, ୨୪ ଘଣ୍ଟାରେ ୨୦୩ ନୂତନ ଆକ୍ରାନ୍ତ ଚିହ୍ନଟ
ଦେଶରେ ହୁ ହୁ ହୋଇ ବଢୁଛି କରୋନା ସଂକ୍ରମଣ। ନକୁ ଦିନ ବଢୁଛି କରୋନା ସଂକ୍ରମଣ ମାମଲା। ୫ ରାଜ୍ୟରେ ନିଜର ପ୍ରକୋପ ଦେଖାଉଛି କରୋନା। ଏବେ ସୁଦ୍ଧା ଆକ୍ରାନ୍ତଙ୍କ ସଂଖ୍ୟା ୩୯୬୧ରେ ପହଞ୍ଚିଛି।

କେରଳ ଏବେ ସାଜିଛି କରୋନା ରୋଗୀଙ୍କ ହଟସ୍ପଟ। କାରଣ କେରଳରୁ ହିଁ ସର୍ବାଧିକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। କେରଳରେ ସର୍ବାଧିକ କରୋନା ରୋଗୀ ସଂଖ୍ୟା ୧୪୩୫। ସେହିପରି ମହାରାଷ୍ଟ୍ରରେ ୫୦୬ଟି କରୋନା ମାମଲା ସାମ୍ନାକୁ ଆସିଛି।
ଏହାସହ ଏବେ ପୁଣିଥରେ କରୋନା ରୋଗୀ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ୧୦ ଦିନରେ ୧୫ ଗୁଣା ବଢ଼ିଛି ଆକ୍ରାନ୍ତଙ୍କ ସଂଖ୍ୟା। ସେପଟେ କରୋନା ମୃତ୍ୟୁ ସଂଖ୍ୟା ପହଞ୍ଚିଲାଣି ୩୨ରେ। ଗତ ୨୪ ଘଣ୍ଟାରେ ୨୦୩ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ, ୨୪ ଘଣ୍ଟାରେ ମଲେଣି ୪ ଜଣ।












Click it and Unblock the Notifications