ପୁଣି ଘାରିଲାଣି କରୋନା ଚିନ୍ତା, ଆଜି ସମୀକ୍ଷା କରିବେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ
ନୂଆଦିଲ୍ଲୀ:କରୋନା ସଂକ୍ରମଣ ବୃଦ୍ଧିକୁ ନେଇ ଆଜି ବସିବ ଗୁରୁତ୍ୱପୂର୍ଣ୍ଣ ବୈଠକ । ସମସ୍ତ ରାଜ୍ୟର ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିବେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ତଭ୍ୟା । ଭିଡିଓ କନଫରେନ୍ସିଂ ଜରିଆରେ କରିବେ ସମୀକ୍ଷା । ବୈଠକରେ ସ୍ୱାସ୍ଥ୍ୟ ବିଭାଗ, NTAGI ଅଧିକାରୀ ମଧ୍ୟ ସାମିଲ ହେବେ । ଗତକାଲି ଦିନକରେ ୫୩୩୫ କରୋନା ଆକ୍ରନ୍ତ ଚିହ୍ନଟ ହୋଇଥିଲେ ।

ଆଜି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭ୍ୟା ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସହ କୋଭିଡ -19ର ସ୍ଥିତିକୁ ନେଇ ଆଲୋଚନା କରିବେ । ସ୍ୱାସ୍ଥ୍ୟ ବିଭାଗର ଅଧିକାରୀ, NITI ଆୟୋଗ, NTAGI ମଧ୍ୟ ଏହି ଭର୍ଚୁଆଲ୍ ବୈଠକରେ ଅଂଶଗ୍ରହଣ କରିବେ । କୋଭିଡ -19 ପରିସ୍ଥିତି ବିଷୟରେ ମନସୁଖ ମାଣ୍ତଭ୍ୟା କହିଛନ୍ତି ଯେ, ଆମକୁ ସତର୍କ ରହିବା ପାଇଁ ପଡିବ, କିନ୍ତୁ ଭୟଭୀତ ହେବାର ଆବଶ୍ୟକତା ନାହିଁ। ସମ୍ପ୍ରତି ଦେଶରେ ଓମିକ୍ରନ୍ ର ସବ୍-ଭାରିଆଣ୍ଟର ଲହରି ଯାରି ରହିଛି, ହେଲେ ଡାକ୍ତରଖାନାରେ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଉନାହିଁ ।
କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁସାରେ, ଗତ କାଲି ଦେଶରେ ୫,୩୩୫ ନୂତନ ମାମଲା ରେକର୍ଡ କରାଯାଇଛି । ଯାହା ଚଳିତ ସପ୍ତାହ ବୁଧବାର ରିପୋର୍ଟ ହୋଇଥିବା ମାମଲା ତୁଳନାରେ ପ୍ରାୟ ୨୦ ପ୍ରତିଶତ ଅଧିକ । ଗତ ୧୯୫ ଦିନ ମଧ୍ୟରେ ଏହା ହେଉଛି ସର୍ବାଧିକ ଦୈନିକ ମାମଲା । ଏହାପୂର୍ବରୁ ଗତ ବର୍ଷ ସେପ୍ଟେମ୍ବର ୨୩ରେ ୫,୩୮୩ଟି କରୋନା ମାମଲା ରୁଜୁ ହୋଇଥିଲା ।












Click it and Unblock the Notifications