Get Updates
Get notified of breaking news, exclusive insights, and must-see stories!

ଚିନ୍ତା ବଢାଇଲା କରୋନା: ଆଲର୍ଟ ରହିବାକୁ ସମସ୍ତ ରାଜ୍ୟକୁ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ପରାମର୍ଶ

ନୂଆଦିଲ୍ଲୀ: ବଢୁଛି କରୋନା ସଂକ୍ରମଣ । ଆଲର୍ଟ ଏବଂ କୋଭିଡ୍ ମୁକାବିଲା ପାଇଁ ପ୍ରସ୍ତୁତ ରହିବା ପାଇଁ ପରାମର୍ଶ ଦେଲେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ । ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସହ ସମୀକ୍ଷା ବୈଠକରେ ଦେଲେ ନିର୍ଦ୍ଦେଶ । ୧୦ ଓ ୧୧ ତାରିଖରେ ମକ୍ ଡ୍ରିଲ୍ କରିବା ପାଇଁ ରାଜ୍ୟଗୁଡ଼ିକୁ କେନ୍ଦ୍ର ପକ୍ଷରୁ ଦିଆଗଲା ନିର୍ଦ୍ଦେଶ । ସେହିପରି ୮ ଏବଂ ୯ ତାରିଖରେ ଜିଲ୍ଲାସ୍ତରରେ ଅଧିକାରୀଙ୍କ ସହ ସମୀକ୍ଷା କରିବା ପାଇଁ ଦେଲେ ନିର୍ଦ୍ଦେଶ ।

ପୁଣି ଦେଶରେ ବୃଦ୍ଧି ପାଉଛି କରୋନା ମାମଲା । ଏଭଳି ପରିସ୍ଥିତିରେ କେନ୍ଦ୍ର ସରକାର ସମସ୍ତ ରାଜ୍ୟକୁ ସତର୍କ ରହିବା ପାଇଁ ଦେଲେ ପରାମର୍ଶ । ଶୁକ୍ରବାର ଦିନ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମାନସୁଖ ମାଣ୍ଡଭିଆ କରୋନାରେ ସ୍ଥିତି ସମ୍ପର୍କରେ ଏକ ଉଚ୍ଚ ସ୍ତରୀୟ ବୈଠକ କରିଥିଲେ। ଯେଉଁଥିରେ ସମସ୍ତ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳର ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସହ ସମୀକ୍ଷା କରାଯାଇଥିଲା ।

corona

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ମାନସୁଖ ମାଣ୍ଡଭିଆ ଡାକ୍ତରଖାନାଗୁଡ଼ିକରେ ମକ୍ ଡ୍ରିଲ୍ ସମୀକ୍ଷା ଏବଂ ଟେଷ୍ଟିଂ ବୃଦ୍ଧି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ସ୍ୱାସ୍ଥ୍ୟମନ୍ତ୍ରୀ ଏବଂ ସମସ୍ତ ରାଜ୍ୟର ମୁଖ୍ୟ ସଚିବ, ଅତିରିକ୍ତ ମୁଖ୍ୟ ସଚିବଙ୍କ ସହ ସ୍ୱାସ୍ଥ୍ୟମନ୍ତ୍ରୀ ଏକ ଭର୍ଚୁଆଲ୍ ବୈଠକ କରିଥିଲେ, ଯେଉଁଥିରେ ସେ ରାଜ୍ୟମାନଙ୍କୁ ସତର୍କ ରହିବାକୁ ଏବଂ COVID-19 ପରିଚାଳନା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିବାକୁ ପରାମର୍ଶ ଦେଇଛନ୍ତି ।


ଏପ୍ରିଲ ୧୦ ଏବଂ ୧୧ ରେ ସମସ୍ତ ଡାକ୍ତରଖାନାର ମକ୍ ଡ୍ରିଲ୍ ଏବଂ ଏପ୍ରିଲ ୮ ଏବଂ ୯ ରେ ଜିଲ୍ଲା ପ୍ରଶାସନ ଏବଂ ସ୍ୱାସ୍ଥ୍ୟ ଅଧିକାରୀଙ୍କ ସହ ସ୍ୱାସ୍ଥ୍ୟ ପ୍ରସ୍ତୁତି ସମୀକ୍ଷା କରିବା ପାଇଁ କେନ୍ଦ୍ର ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ପରାମର୍ଶ ଦେଇଛନ୍ତି । ସେହିପରି ସମସ୍ତ ରାଜ୍ୟର ସ୍ୱାସ୍ଥ୍ୟମନ୍ତ୍ରୀ ରାଜ୍ୟର ଡାକ୍ତରଖାନାର ସ୍ଥିତି ବାବଦରେ ସମ୍ପୁର୍ଣ୍ଣ ତଥ୍ୟ ଯୋଗାଡ କରିବା ପାଇଁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ନିର୍ଦ୍ଦେଶ ଦେଇଥନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+