ଚିନ୍ତା ବଢାଉଛି କରୋନା ନୂଆ ଭ୍ୟାରିଏଣ୍ଟ JN.1', ପୁଣି ୩ ମୃତ
Corona: ଦେଶରେ ଦିନକୁ ଦିନ କରୋନାର ନୂଆ ଭ୍ୟାରିଏଣ୍ଟ 'ଜେଏନ.୧'ର ମାମଲା ବଢିବାରେ ଲାଗିଛି । ଗତ ୨୪ ଘଣ୍ଟାରେ ଦେଶରେ ୬୨୮ ନୂଆ ସଂକ୍ରମଣ ଚିହ୍ନଟ ହୋଇଛନ୍ତି । ଯାହା ପରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୪ ହଜାର ପାର ହୋଇଛି । ସେହିପରି କର୍ଣ୍ଣାଟକରେ ୩ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଜାରି କରାଯାଇଛି ।

ସୂଚନା ଅନୁସାରେ, କରୋନାର ନୂଆ ଭ୍ୟାରିଏଣ୍ଟ JN.1ର କର୍ଣ୍ଣାଟକରେ ୩୪,ଗୋଆରେ ୩୪, ମହାରାଷ୍ଟ୍ରରେ ୯ଟି ମିଶାଇ ମୋଟ୍ ୮୯ ମାମଲା ଚିହ୍ନଟ ହୋଇଛି । ବଢୁଥିବା କରୋନା ସଂକ୍ରମଣ ଦେଖି ଭୟଭୀତ ନ ହୋଇ ସତର୍କ ରହିବା ପାଇଁ ଲୋକଙ୍କୁ ପରାମର୍ଶ ଦେଇଛନ୍ତି କେନ୍ଦ୍ର ସରକାର ।
କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସୋମବାର କହିଛି ଯେ ଭାରତରେ କରୋନା ଭାଇରସ ସଂକ୍ରମଣର ୬୨୮ ଟି ମାମଲା ଚିହ୍ନଟ ହୋଇଛି ଏବଂ ଚିକିତ୍ସିତ ହେଉଥିବା ରୋଗୀଙ୍କ ସଂଖ୍ୟା ହେଉଛି ୪,୦୫୪ । ସୋମବାର ସକାଳ ୮ ଟାରେ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ, ଦେଶରେ କୋଭିଡ -୧୯ ଯୋଗୁଁ ମୃତ୍ୟୁ ସଂଖ୍ୟା ୫,୩୩,୩୩୪ ରେ ପହଞ୍ଚିଛି । ଗତ ୨୪ ଘଣ୍ଟା ମଧ୍ୟରେ କେରଳରେ ଜଣେ ରୋଗୀଙ୍କ ମୃତ୍ୟୁ ହୋଇଥିବା ରେକର୍ଡ ହୋଇଛି ।












Click it and Unblock the Notifications