Get Updates
Get notified of breaking news, exclusive insights, and must-see stories!

ଦେଶରେ ପୁଣି ଚିନ୍ତା ବଢାଇଲା କରୋନା: ୧୪୮ ପଜିଟିଭ୍ ଚିହ୍ନଟ

India Covid Update: ସାରା ବିଶ୍ୱରେ ହଜାର ହଜାର ଲୋକଙ୍କ ମୃତ୍ୟର କାରଣ ସାଜିଥିବା କରୋନା ଭାଇରସ ପୁଣି ଚିନ୍ତା ବଢାଉଛି । ଶୀତଦିନ ଆରମ୍ଭ ହେବା ସହିତ ଭାରତରେ କରୋନା ଭାଇରସ ସଂକ୍ରମଣର ନୂଆ ମାମଲା ଦେଖାଦେଇଛି । ଭାରତରେ ପୁଣି ବୃଦ୍ଧି ପାଉଛି କରୋନା ମାମଲା ।

ପିଟିଆଇର ରିପୋର୍ଟ ଅନୁସାରେ, ଗୋଟିଏ ଦିନରେ ଭାରତରେ 148ଟି ନୂଆ କରୋନା ମାମଲା ଚିହ୍ନଟ ହୋଇଛି । ଶନିବାର (9 ଡିସେମ୍ବର) କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଏହି ସୂଚନା ଜାରି କରାଯାଇଛି । ସକାଳ 8 ଟାରେ ଅପଡେଟ୍ ହୋଇଥିବା ତଥ୍ୟ ଅନୁଯାୟୀ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇବା ପରେ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ରୋଗୀଙ୍କ ସଂଖ୍ୟା 808 କୁ ବୃଦ୍ଧି ପାଇଛି ଯାହା ଚିନ୍ତାଜନକ ।

Covid

ସ୍ୱାସ୍ଥ୍ୟ ବିଭାଗର ରିପୋର୍ଟ ଅନୁସାରେ, ବର୍ତ୍ତମାନ ପର୍ଯ୍ୟନ୍ତ କରୋନା ଜୀବାଣୁ ସଂକ୍ରମଣର ମୋଟ ସଂଖ୍ୟା 4 କୋଟି 50 ଲକ୍ଷ 2 ହଜାର 889 । ସେହିପରି ମୃତକଙ୍କ ସଂଖ୍ୟା 5 ଲକ୍ଷ 33 ହଜାର 306କୁ ବୃଦ୍ଧି ପାଇଛି ।

ସେହିପରି କରୋନାରୁ ସୁସ୍ଥ ହୋଇଛନ୍ତି ପରେ 4 କୋଟି 44 ଲକ୍ଷ 68 ହଜାର 775 ଜଣ । 98.81 ପ୍ରତିଶତ ଲୋକ କରୋନାରୁ ସୁସ୍ଥ ହେଉଥିବା ବେଳେ ମୃତ୍ୟୁ ହାର ମାତ୍ର 1.19 ପ୍ରତିଶତ ରହିଛି । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ୱେବସାଇଟ୍ ଅନୁଯାୟୀ, ବର୍ତ୍ତମାନ ପର୍ଯ୍ୟନ୍ତ ସାରା ଦେଶରେ 220.67 କୋଟି ଆଣ୍ଟି-କୋଭିଡ ଟିକା ଦିଆଯାଇଛି। ଅନ୍ୟପଟେ ଚାଇନାରେ ଏକ ରହସ୍ୟମୟ ନିମୋନିଆ ସଂକ୍ରମଣ ବ୍ୟାପିବାରେ ଲାଗିଛି ଏବଂ ଦେଶରେ ମଧ୍ୟ ଏହାକ ଅନେକ ମାମଲା ମଧ୍ୟ ଦେଖିବାକୁ ମିଳିଛି ଏନେଇ କେନ୍ଦ୍ର ପକ୍ଷରୁ ପୂର୍ବରୁ ଏକ ସତର୍କ ସୂଚନା ଜାରି କରିଛି ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+