ଦେଶରେ ବଢୁଛି କରୋନା , ଗୋଟାଏ ସପ୍ତାହରେ ନେଲାଣି ୭ ଜୀବନ
ଦେଶରେ କୋଭିଡ-୧୯ ମାମଲା ଲଗାତାର ବଢିବାରେ ଲାଗିଛି । ଖାସ୍ କରି ମହାନଗରରେ କରୋନା ଭାଇରସ ମାମଲା ବଢିବାରେ ଲାଗିଛି । ଦିଲ୍ଲୀ, ମୁମ୍ବାଇ, ବେଙ୍ଗାଲୁରୁ, ତିରୁଅନନ୍ତପୁରମ ଭଳି କରୋନା ମାମଲା ଦେଖିବାକୁ ମିଳିଛି । ଦକ୍ଷିଣ ଭାରତୀୟ ରାଜ୍ୟ କେରଳ, ତାମିଲନାଡୁ, କର୍ଣ୍ଣାଟକ, ମହାରାଷ୍ଟ୍ର, ଦିଲ୍ଲୀରେ କରୋନା ଚିନ୍ତା ବଢାଇ ଦେଇଛି ।

INSACOG ଅନୁସାରେ, ନୂଆ ଭାରିଆଣ୍ଟର ଲକ୍ଷଣ ମାରାତ୍ମକ ନୁହେଁ । ଅଧିକାଂଶ ରୋଗୀ ଘରେ ଆଇସୋଲେସନରେ ରହି ସୁସ୍ଥ ହେଉଛନ୍ତି । ତେବେ ଗତ ସପ୍ତାହେ ମଧ୍ୟରେ କରୋନାରେ ୬ ଜଣଙ୍କ ଜୀବନ ମୃତ୍ୟୁ ହୋଇଛି । ଏଥିରେ କେରଳରେ ୨, ମହାରାଷ୍ଟ୍ରରେ ୪ ଜଣ ରହିଛନ୍ତି ।
କରୋନା ଏବେ ଦେଶରେ ୨୦ଟି ରାଜ୍ୟରେ ବଢିଚାଲିଛି । ଦେଶରେ କୋଭିଡ ଆକ୍ଟିଭ କେସ୍ ୧୦୧୦ ରହିଛି । ସପ୍ତାହରେ ଦିଲ୍ଲୀରେ ସାମନାକୁ ଆସିଛି ୯୯ଟି ନୂଆ ମାମଲା । ଏକ ହଜାର ୯ ଜଣ ସଂକ୍ରମିତ ହୋଇଥିବା ଜଣାପଡିଛି । ୨୦ ରାଜ୍ୟରୁ ପଜିଟିଭ ଚିହ୍ନଟ ହୋଇଛନ୍ତି ।
ଭାରତରେ କୋଭିଡ ଭାରିଆଣ୍ଟର NB.1.8.1ର ଗୋଟିଏ ଏବଂ LF.7 ଭାରିଆଣ୍ଟ ମାଡ଼ି ଚାଲିଛି । ପରିସ୍ଥିତିକୁ ନଜରରେ ରଖି ଆଇସିୟୁ ବେଡ, ଅକ୍ସିଜେନ ସିଲିଣ୍ଡର ଓ ଅନ୍ୟ ଜରୁରୀ ଉପକରଣ ମହଜୁଦ ରଖିବାକୁ ସମସ୍ତ ହସ୍ପିଟାଲକୁ ପରାମର୍ଶ ଦିଆଯାଇଛି । କୋଭିଡକୁ ନେଇ ଏଯାଏ କୌଣସି ଆଡଭାଇଜରି ଜାରି କରିନାହାଁନ୍ତି କେନ୍ଦ୍ର ସରକାର । ଏହା ଓମିକ୍ରନର ଏକ ଉପ-ଭାରିଆଣ୍ଟ ମୁଖ୍ୟ ଭୂମିକା ଗ୍ରହଣ କରୁଥିବା ବୋଲି ବିଶେଷଜ୍ଞମାନେ କହିଛନ୍ତି । ତେବେ, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲୁଏଚଓ) ଏହି ଭାରିଆଣ୍ଟକୁ ଏପର୍ଯ୍ୟନ୍ତ 'ଚିନ୍ତାଜନକ ଭାରିଆଣ୍ଟ ଭାବେ ବୋଲି କୁହାଯାଇନାହିଁ । ଏହାର ଲକ୍ଷଣ ସାଧାରଣତଃ ହାଲୁକା ରହିଛି, ଯେପରିକି ଜ୍ୱର, ନାକ ବହିବା, ଗଳା ଯନ୍ତ୍ରଣା, ମୁଣ୍ଡବିନ୍ଧା, ଥକ୍କା ଏବଂ ଅବସାଦ। ଅଧିକାଂଶ ସଂକ୍ରମିତ ବ୍ୟକ୍ତି ଚାରି ଦିନ ମଧ୍ୟରେ ସୁସ୍ଥ ହୋଇଉଠୁଛନ୍ତି।












Click it and Unblock the Notifications