କରୋନା ଅପଡେଟ୍ : 17 ହଜାର ଟପିଲା ଦୈନିକ ସଂକ୍ରମଣ
ଦିନକରେ 17 ହଜାର ଡେଇଁଲା କରୋନା ସଂକ୍ରମଣ । ଗତ 24 ଘଣ୍ଟା ମଧ୍ୟରେ ଦେଶବ୍ୟାପୀ ମୋଟ୍ 17,336 ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏପରି ଭାବେ ହୁ ହୁ ହୋଇ ସଂକ୍ରମଣ ବଢିବା ଏବେ ଲୋକଙ୍କ ଚିନ୍ତା ବଢାଇଛି ।
ନୂଆଦିଲ୍ଲୀ : ଦିନକରେ 17 ହଜାର ଡେଇଁଲା କରୋନା ସଂକ୍ରମଣ । ଗତ 24 ଘଣ୍ଟା ମଧ୍ୟରେ ଦେଶବ୍ୟାପୀ ମୋଟ୍ 17,336 ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏପରି ଭାବେ ହୁ ହୁ ହୋଇ ସଂକ୍ରମଣ ବଢିବା ଏବେ ଲୋକଙ୍କ ଚିନ୍ତା ବଢାଇଛି ।

ମାତ୍ର ଆଶ୍ବସ୍ତିକର ବିଷୟ ହେଉଛି ଯେ, ସଂକ୍ରମଣ ବଢୁଥିଲେ ହେଁ ମୃତ୍ୟୁସଂଖ୍ୟା ଦେଶରେ କମ୍ ରହିଛି । ଦିନକରେ ମାତ୍ର 13 ଜଣଙ୍କର ମୁଣ୍ତ ନେଇଛି ମହାମାରୀ ଏବଂ 13,029 ଜଣ କୋରୋନାରୁ ସୁସ୍ଥ ହୋଇଛନ୍ତି । ଏନେଇ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି ।
ଦେଶବ୍ୟାପୀ କୋଭିଡ-19 ଟିକାକରଣ ଅଭିଯାନ ଅଧୀନରେ ଏପର୍ଯ୍ୟନ୍ତ ଦେଶରେ 196.77 କୋଟି ଟିକା ଡୋଜ୍ ଦିଆଯାଇଛି। ଭାରତର କୋଭିଡ-19 ସଂକ୍ରମଣ ସଂଖ୍ୟା ଅଗଷ୍ଟ 7, 2020, ଅଗଷ୍ଟ 23 ରେ 30 ଲକ୍ଷ, ସେପ୍ଟେମ୍ବର 5 ରେ 40 ଲକ୍ଷ, ସେପ୍ଟେମ୍ବର 16 ରେ 50 ଲକ୍ଷ, ସେପ୍ଟେମ୍ବର 28 ରେ 60 ଲକ୍ଷ, ଅକ୍ଟୋବର 11 ରେ 70 ଲକ୍ଷ, ଅକ୍ଟୋବର 29 ରେ 80 ଲକ୍ଷ, ନଭେମ୍ବର 20 ରେ 90 ଲକ୍ଷ ଏବଂ ଡିସେମ୍ବର 19 ରେ ଏକ କୋଟି ଅତିକ୍ରମ କରିଥିଲା ।












Click it and Unblock the Notifications