Get Updates
Get notified of breaking news, exclusive insights, and must-see stories!

ବଢି ଚାଲିଛି କରୋନା ସଂକ୍ରମଣ ; ଏହି ଲକ୍ଷଣ ଦେଖାଯିବା ମାତ୍ରେ ହୋଇ ଯାଆନ୍ତୁ ସାବଧାନ

କରୋନା ମାମଲା ପୁଣି ଥରେ ଭାରତରେ ମୁଣ୍ଡ ବିନ୍ଧାର କାରଣ ପାଲଟିଛି । କିଛି ଦିନରେ କରୋନାର ସକ୍ରିୟ ମାମଲା ୫୩୦୦ରୁ ଅଧିକ ହୋଇ ସାରିଛି । ଦେଶରେ ପୁଣି ଥରେ କରୋନା ବୃଦ୍ଧି ପାଉଥିବା ଦେଖାଯାଉଛି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ତଥ୍ୟ ଅନୁସାରେ ଗତ ୨୪ ଘଣ୍ଟାରେ ପ୍ରାୟ ୫୦୦ରୁ ଅଧିକ ମାମଲା ସାମ୍ନାକୁ ଆସିଛି । ୫ ଜୁନ୍‌ ପର୍ଯ୍ୟନ୍ତ କରୋନାର ମାମଲା ୪,୮୬୬ ଥିଲା । ୧୫ ଦିନରେ କରୋନାର ସକ୍ରିୟ ମାମଲା ୨୦ ଗୁଣରୁ ଅଧିକ ବୃଦ୍ଧି ପାଇଛି । ୨୨ ମେ'ରେ କରୋନାର ସକ୍ରିୟ ମାମଲା ୨୫୭ ଥିଲା ।

କରୋନା ଭୂତାଣୁର ନୂଆ ଭାରିଆଣ୍ଟ ଅନେକ ରାଜ୍ୟରେ ଦ୍ରୁତ ଗତିରେ ମାଡି ଚାଲିଛି । ସୂଚନାନୁସାରେ କେରଳରେ କରୋନାର ସବୁଠାରୁ ଅଧିକ ସକ୍ରିୟ ମାମଲା ଦେଖାଯାଇଛି । ପ୍ରାୟ ୧୬୭୯ ମାମଲା ରହିଛି । ଗୁଜରାଟରେ ୬୧୫, ପଶ୍ଚିମବଙ୍ଗରେ ୫୯୬, ଦିଲ୍ଲୀରେ ୫୬୨ ଓ ମହାରାଷ୍ଟ୍ରରେ ୫୪୮ର ସକ୍ରିୟ ମାମଲା ରହିଛି । ସିଙ୍ଗାପୁର, ହଂକଂ ଓ ଚୀନରେ କରେନାର ଅଧିକ ମାମଲା ଦେଖାଯାଉଛି ।

Corona infection is spreading

ଡାକ୍ତରଙ୍କ କହିବାନୁସାରେ କରୋନାର ଏହି ଭାରିଆଣ୍ଟ ଘାତକ ନୁହେଁ । ମାତ୍ର ଏହା ଦ୍ରୁତ ଗତିରେ ମାଡି ଚାଲୁଛି । ଜରୁରୀ ନହେଲେ ଶିଶୁ ଓ ବୟସ୍କଙ୍କୁ ଘରୁ ବାହାରକୁ ଯିବାକୁ ବାରଣ କରାଯାଇଛି । ସାନିଟାଇଜରର ବ୍ୟବହାର, ଭିଡ ସ୍ଥାନରୁ ଦୂରେଇ ରହିବା, ମାସ୍କ ବ୍ୟବହାର କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ଏସବୁ ଲକ୍ଷଣକୁ କରନ୍ତୁ ନାହିଁ ଅଣଦେଖା..
ଶରୀରରେ ବ୍ୟଥା ହେବା, କାଶ, ଜ୍ୱର ହେଲେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ ।
ବାହାର ସ୍ଥାନକୁ ଯାତ୍ରା କଲେ ସାବଧାନତା ଅବଲମ୍ବନ କରନ୍ତୁ ।
ସଠିକ୍‌ ଚିକିତ୍ସା କରାନ୍ତୁ ।
କରୋନାର ମାମଲା ଏବେ ନିୟନ୍ତ୍ରଣରେ ରହିଛି, ମାତ୍ର ସ୍ୱାସ୍ଥ୍ୟ ଅଧିକାରୀ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି । ଭିଡ ସ୍ଥାନରେ ମାସ୍କ ବ୍ୟବହାର କରିବା, ହାତ ଧୋଇବା, କରୋନା ଲକ୍ଷଣ ଦେଖାଯିବା ମାତ୍ରେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+