ଦେଶରେ ବୃଦ୍ଧି ପାଉଛି କରୋନା ମାମଲା, ଆଜି ସମୀକ୍ଷା ବୈଠକ କରିବେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଅପରାହ୍ନ ୪.୩୦ ସମୟରେ କୋଭିଡ -୧୯ ପରିସ୍ଥିତି ଏବଂ ଜନସ୍ୱାସ୍ଥ୍ୟ କ୍ଷେତ୍ରର ପ୍ରସ୍ତୁତି ଉପରେ ଏକ ଉଚ୍ଚ ସ୍ତରୀୟ ବୈଠକ ଡାକିଛନ୍ତି ।

pm modi

ନୂଆଦିଲ୍ଲୀ: ପୁଣି ଚିନ୍ତା ବଢାଉଛି କରୋନା । ଦେଶର ଦୈନିକ ସଂକ୍ରମଣ ସଂଖ୍ୟା ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି । ଯାହା ବର୍ତ୍ତମାନ ଚିନ୍ତାର କାରଣ ପାଲଟିଛି । ଏନେଇ ଆଜି ସ୍ଥିତି ସମୀକ୍ଷା କରିବେ ପ୍ରଧାନମନ୍ତ୍ରୀ । ଅପରାହ୍ନ ୪ଟା ୩୦ରେ ସମୀକ୍ଷା ବୈଠକ କରିବେ ପ୍ରଧାନମନ୍ତ୍ରୀ ମୋଦୀ ।

ବୁଧବାର ସକାଳେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ପ୍ରକାଶିତ ତଥ୍ୟ ଅନୁଯାୟୀ, ୧୧୩୪ଟି ନୂଆ ମାମଲା ରେକର୍ଡ ହୋଇଛି । ଏହା ପରେ ଦେଶରେ ସକ୍ରିୟ ମାମଲା ୭୦୨୬କୁ ବୃଦ୍ଧି ପାଇଛି ।

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସୂଚନା ଅନୁସାରେ, ଦେଶରେ କୋଭିଡ-୧୯ର ୪ କୋଟି ୪୬ ଲକ୍ଷ ୯୮ ହଜାର ୧୧୮ ମାମଲା ପଞ୍ଜିକୃତ ହୋଇଛି। ମଙ୍ଗଳବାର ଦିନ ଦିଲ୍ଲୀ, ମହାରାଷ୍ଟ୍ର, ଗୁଜୁରାଟ, ଛତିଶଗଡ ଏବଂ ଦକ୍ଷିଣ କେରଳ ପରି ରାଜ୍ୟରେ କରୋନାରେ ଆକ୍ରାନ୍ତ ଥିବା ଜଣେ ଜଣେ ରୋଗୀଙ୍କର ମୃତ୍ୟୁ ହୋଇଛି । ଯାହା ପରେ ଦେଶରେ ବର୍ତ୍ତମାନ କରୋନା ମୃତ୍ୟୁ ସଂଖ୍ୟା ୫ ଲକ୍ଷ ୩୦ ହଜାର ୮୧୩ରେ ପହଞ୍ଚିଛି ।

ରିପୋର୍ଟ ଅନୁସାରେ ଭାରତରେ ଦୈନିକ ସଂକ୍ରମଣ ହାର ୧.୦୯ ପ୍ରତିଶତ ଏବଂ ସାପ୍ତାହିକ ହାର ୦.୯୮ ପ୍ରତିଶତ ରହିଛି । ସେହିପରି ଦେଶରେ ବର୍ତ୍ତମାନ ୭.୦୨୬ ଲୋକ ଚିକିତ୍ସିତ ହେଉଛନ୍ତି । ଏପର୍ଯ୍ୟନ୍ତ ମୋଟ୍ ୪,୪୧,୬୦,୨୭୯ ଲୋକ ସଂକ୍ରମଣମୁକ୍ତ ହୋଇଥିବାବେଳେ କୋଭିଡ -୧୯ର ମୃତ୍ୟୁ ହାର ୧.୧୯ ପ୍ରତିଶତ ରହିଛି ସୂଚନାଅନୁସାରେ,ଗତକାଲି ସଂଧ୍ୟା ୬ଟା ସୁଦ୍ଧା ମୋଟ୍ ୨.୨୦.୬୫.୧୮୦ ହିତାଧିକାରୀଙ୍କୁ ଟିକା ଦିଆଯାଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+