ଦେଶରେ ପୁଣି କରୋନା ମାମଲା ବୃଦ୍ଧି ପାଇବାରେ ଲାଗିଛି, ସତର୍କ କରାଇଲା ସ୍ୱାସ୍ଥ୍ୟ ବିଭାଗ
ଦେଶର ରାଜଧାନୀ ଦିଲ୍ଲୀ ସମେତ ବିଭିନ୍ନ ରାଜ୍ୟରେ କରୋନା ମାମଲା ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି । ରିପୋର୍ଟ ଅନୁସାରେ, ମହାରାଷ୍ଟ୍ରରେ ମଙ୍ଗଳବାର ଦିନ ୧୫୫ ନୂତନ କୋଭିଡ ମାମଲା ରେକର୍ଡ କରାଯାଇଛି ।

India Corona: ଦେଶରେ ପୁଣି କରୋନା ମାମଲା ବୃଦ୍ଧି ପାଇବାରେ ଲାଗିଛି । ଦେଶର ରାଜଧାନୀ ଦିଲ୍ଲୀ ସମେତ ବିଭିନ୍ନ ରାଜ୍ୟରେ କରୋନା ମାମଲା ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି । ରିପୋର୍ଟ ଅନୁସାରେ, ମହାରାଷ୍ଟ୍ରରେ ମଙ୍ଗଳବାର ଦିନ ୧୫୫ ନୂତନ କୋଭିଡ ମାମଲା ରେକର୍ଡ କରାଯାଇଛି, ଯାହା ପୂର୍ବ ଦିନ ରେକର୍ଡ ହୋଇଥିବା ମାମଲାର ଦୁଇଗୁଣରୁ ଅଧିକ । ସେହିପିରି ରାଜ୍ୟରେ କରୋନାରେ ଦୁଇଙ୍କ ମୃତ୍ୟୁ ହୋଇଛି । ସେହିପରି ଦିଲ୍ଲୀରେ H3N2 ମାମଲା ସହ କରୋନା ମାମଲା ମଧ୍ୟ ବଢିବାରେ ଲାଗିଛି ।
ମଧ୍ୟପ୍ରଦେଶରେ ମଧ୍ୟ ପାଗ ପରିବର୍ତ୍ତନ ହେବା ଯୋଗୁଁ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିଛି । ବର୍ତ୍ତମାନ ପର୍ଯ୍ୟନ୍ତ ମଧ୍ୟପ୍ରଦେଶର ୩ଟି ସହରରେ ୨ ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ଇନ୍ଦୋରରେ କରୋନା ପଜିଟିଭଙ୍କ ସଂଖ୍ୟା ଦୃତ ଗତିରେ ବୃଦ୍ଧି ପାଉଛି । ଦେଶରେ କରୋନା ଏବଂ H2N3 ରୋଗୀଙ୍କ ସଂଖ୍ୟା ବଢୁଥିବାରୁ ସ୍ୱାସ୍ଥ୍ୟ ବିଭାଗ ସତର୍କ ରହିବା ପାଇଁ ନିର୍ଦ୍ଦେଶ ଦେଇଛି ।
ଦିଲ୍ଲୀର ସ୍ୱାସ୍ଥ୍ୟ ବିଭାଗ ସୂଚନା ଅନୁସାରେ, ସୋମବାର ଅର୍ଥାତ୍ ମାର୍ଚ୍ଚ ୧୩ ତାରିଖରେ ୧୩ଟି ନୂଆ କରୋନା ମାମଲା ରେକର୍ଡ ହୋଇଛି । ଏହା ଚଳିତ ବର୍ଷର ସର୍ବାଧିକ ସଂଖ୍ୟା ବୋଲି କୁହାଯାଇଛି । ଏହାପୂର୍ବରୁ ଡିସେମ୍ବର ୨୯ରେ ୧୧ଟି ମାମଲା ରେକର୍ଡ ହୋଇ ହୋଇଥିଲା । ହେଲେ ବର୍ତ୍ତମାନ ସୁଦ୍ଧା ଦିଲ୍ଲୀରେ କରୋନା କାରଣରୁ କାହାରୀ ମୃତ୍ୟୁ ହୋଇନାହିଁ ।
ମହାରାଷ୍ଟ୍ରର ପୁଣେରେ ସର୍ବାଧିକ ୭୫ଟିନୂତନ କରୋନା ମାମଲା ରେକର୍ଡ କରାଯାଇଛି । ଏହା ପରେ ମୁମ୍ବାଇରେ ୪୯, ନାଶିକରେ ୧୩, ନାଗପୁରରେ ୮ଟି ମାମଲା ଗତ ୨୪ ଘଣ୍ଟା ମଧ୍ୟରେ ରେକର୍ଡ ହୋଇଛି । ରାଜ୍ୟରେ କରୋନା ସଂକ୍ରମିତ ରୋଗୀଙ୍କ ସଂଖ୍ୟା ୮୧,୩୮,୬୫୩ରେ ପହଞ୍ଚିଛି। ମୃତ୍ୟୁସଂଖ୍ୟା ୧,୪୮,୪୨୬କୁ ବୃଦ୍ଧି ପାଇଛି। ସେହିପରି ସମଗ୍ର ଦେଶରେ କରୋନା ମାମଲା କ୍ରମାଗତ ଭାବେ ବୃଦ୍ଧି ପାଇବାରେ ଲାଗିଛି । ଗତ ୨୪ଘଣ୍ଟା ମଧ୍ୟରେ ୪୦୨ଟି କରୋନା ରୋଗ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହା ସହିତ ସକ୍ରିୟ ମାମଲା ୩୯୦୩କୁ ବୃଦ୍ଧି ପାଇଛି ।












Click it and Unblock the Notifications