ଆଜି ଦେଶରେ ୧୩୪ଟି ନୂଆ କରୋନା ମାମଲା , ୩ ହଜାର ତଳେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା

ଆଜି ଦେଶରେ ୧୩୪ଟି ନୂଆ କରୋନା ମାମଲା , ୩ ହଜାର ତଳେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା

Corona Case In India:ପୁଣି ଚିନ୍ତା ବଢାଉଛି କରୋନା । ଚୀନ୍ ସମେତ ଅନେକ ଦେଶରେ ଏବେ କରୋନା ସ୍ଥିତି ଦିନକୁ ଦିନ ବଗିଡିବାରେ ଲାଗିଛି । ଭାରତରେ ମଧ୍ୟ କରୋନା ମାମଲା ବଢିବାରେ ଲାଗିଛି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ରିପୋର୍ଟ ଅନୁସାରେ ମଙ୍ଗଳବାର ଦିନ କୋଭିଡ -19 ର 134 ଟି ନୂଆ ମାମଲା ସାମ୍ନାକୁ ଆସିଥିବା ବେଳେ ବର୍ତ୍ତମାନ ସକ୍ରିୟ ମାମଲା 2582ଟି ରହିଛି ।

ଗତ 24 ଘଣ୍ଟା ମଧ୍ୟରେ କୋଭିଡଙ୍କ ବିରୋଧରେ ଦେଶବ୍ୟାପୀ ଟୀକାକରଣ ଅଭିଯାନ ଅଧୀନରେ 45,769 ଡୋଜ ଦିଆଯାଇଛି । ଏହି ଅଭିଯାନ ଅଧୀନରେ ଏପର୍ଯ୍ୟନ୍ତ ମୋଟ୍ 220.11 କୋଟି ଟିକା ଡୋଜ ଦିଆସରିଛି, ଯେଉଁଥିରେ 95.13 କୋଟି ଦ୍ୱିତୀୟ ଡୋଜ ଏବଂ 22.41 କୋଟି ବୁଷ୍ଟର ଡୋଜ ଦିଆଯାଇଛି ।

Covid Case In India
24 ଘଣ୍ଟା ମଧ୍ୟରେ ସୁସ୍ଥ ହେଲେ 222 ଲୋକ

ଭାରତରେ ଗତ 24 ଘଣ୍ଟା ମଧ୍ୟରେ 222 ଜଣ ଲୋକ ସୁସ୍ଥ ହୋଇଛନ୍ତି, ଦେଶର ମୋଟ କରୋନା ସୁସ୍ଥ ସଂଖ୍ୟା 4,41,45,667 । ସେହିପରି 98.8% ଲୋକ ବର୍ତ୍ତମାନ ସୁସ୍ଥ ହୋଇଛନ୍ତି । ସୂଚନାନୁସାରେ, ଦେଶରେ ମୋଟ 91.12 କୋଟି ଟେଷ୍ଟିଂ କରାଯାଇ ସାରିଛି । ଗତ 24 ଘଣ୍ଟା ମଧ୍ୟରେ 1,51,186 ଟେଷ୍ଟିଂ କରାଯାଇଛି ।

ଦେଶରେ କୋଭିଡ୍ ପାଇଁ କେନ୍ଦ୍ର ସରକାର ନୂଆ ଗାଇଡଲାଇନ୍ ଜାରି କରିଛନ୍ତି । ନୂଆ ନିୟମ ଅନୁସାରେ, କୋଭିଡ୍ ବାାପିଥିବା ୬ଟି ହାଇରିସ୍କ ଦେଶରୁ ଭାରତକୁ ଆସୁଥିଲେ ପୂର୍ବରୁ ଟେଷ୍ଟିଂ କରିବା ବାଧ୍ୟତାମୂଳକ । ଏହି ୬ଟି ଦେଶ ହେଲା, ଚୀନ୍, ସିଙ୍ଗାପୁର, ହଂକଂ, କୋରିଆ, ଥାଇଲାଣ୍ତ ଏବଂ ଜାପାନ । ଏହି ସମସ୍ତ ଦେଶରୁ ଭାରତକୁ ଆସିବାର ୭୨ ଘଣ୍ଟା ପୂର୍ବରୁ RT-PCR ଟେଷ୍ଟ ମଧ୍ୟତାମୂଳକ କରିଦିଆଯାଇଛି । ଦେଶର ସମସ୍ତ ଏୟାରପୋର୍ଟରେ ହେବ ଯାଞ୍ଚ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+