ପୁଣି କାୟା ବିସ୍ତାର କରୁଛି କରୋନା, ୨୪ ଘଣ୍ଟା ମଧ୍ୟରେ ୧୮୯୦ଟି ନୂଆ ଆକ୍ରାନ୍ତ ଚିହ୍ନଟ

Corona_india

Corona: ପୁଣି ଦେଶରେ କାୟା ବିସ୍ତାର କରୁଛି କରୋନା । ଦିନକୁ ଦିନ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଗତ ୨୪ ଘଣ୍ଟା ମଧ୍ୟରେ ୧୮୯୦ଟି ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ବର୍ତ୍ତମାନ ଦେଶରେ ସକ୍ରିୟ କରୋନା ମାମଲା ସଂଖ୍ୟା ୯,୪୩୩କୁ ବୃଦ୍ଧି ପାଇଛି ।

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସୂଚନା ଅନୁସାରେ, ଏହା ୧୪୯ ଦିନରେ ସର୍ବାଧିକ ସଂଖ୍ୟକ ମାମଲା । ୨୪ ଘଣ୍ଟାରେ ଚିହ୍ନଟ ହୋଇଥିବା ୧,୮୯୦ ନୂତନ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୪,୪୭,୦୪,୧୪୭ରେ ପହଞ୍ଚିଛି ।

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସୂଚନା ଅନୁସାରେ, ଗତ ୨୪ ଘଣ୍ଟା ମଧ୍ୟରେ କରୋନାରେ ୭ ଜଣଙ୍କର ମୃତ୍ୟୁ ହୋଇଛି। ଏଥିମଧ୍ୟରୁ ମହାରାଷ୍ଟ୍ର ଏବଂ ଗୁଜରାଟରୁ ୨ଟି ଲେଖାଏଁ ମୃତ୍ୟୁ ରେକର୍ଡ ହୋଇଥିବା ବେଳେ କେରଳରେ ୩ ଜଣଙ୍କର ମୃତ୍ୟୁ ହୋଇଛି । ଫଳରେ ଦେଶରେ କୋଭିଡ୍-୧୯ ଜନିତ ମୃତ୍ୟୁସଂଖ୍ୟା ୫,୩୦,୮୩୧କୁ ବୃଦ୍ଧି ପାଇଛି । ସେହିପରି ଗତକାଲି ସଂଧ୍ୟାରେ ୬ଟା ସୁଦ୍ଧା ମୋଟ୍ ୨,୨୦,୬୫,୫୨,୨୭୯ ହିତାଧିକାରୀଙ୍କୁ ଟିକା ଦିଆଯାଇଛି ।

ଏହା ସହିତ ସଂକ୍ରମଣରୁ ମୁକ୍ତି ପାଇଥିବା ଲୋକଙ୍କ ସଂଖ୍ୟା ୪,୪୧,୬୩,୮୮୨ କୁ ବୃଦ୍ଧି ପାଇଛି । ଦେଶର ସୁସ୍ଥତା ହାର ୯୮.୭୯% ରହିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+