ଡୋଡା ଆକ୍ରମଣ: ୪ ଆତଙ୍କବାଦୀଙ୍କ ସ୍କେଚ୍‌ ଜାରି, ଆତଙ୍କବାଦୀଙ୍କୁ ଧରାଇଲେ ପୁଲିସ ଦେବ ୨୦ଲକ୍ଷ

ଜମ୍ମୁ : ଜମ୍ମୁ-କାଶ୍ମୀରର ରିୟାସୀ, କଠୁଆ ଏବଂ ଡୋଡାରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ଘଟଣାରେ ଜମ୍ମୁ ପୋଲିସ ୪ ଆତଙ୍କୀଙ୍କ ସ୍କେଚ୍ ଜାରି କରିଛି । କୁହାଯାଉଛି ଯେ ଏହି ଆତଙ୍କବାଦୀମାନେ ଡୋଡା ଜିଲ୍ଲାର ଭଦ୍ରଔହ, ଥାଥରି ଓ ଗଣ୍ଡୋହର ଉପର ଅଞ୍ଚଳରେ ସକ୍ରିୟ ରହିଛନ୍ତି ।

ଜମ୍ମୁ-କାଶ୍ମୀର ପୋଲିସ ଏହି ଆତଙ୍କବାଦୀଙ୍କ ବିଷୟରେ ସୂଚନା ପ୍ରଦାନକାରୀଙ୍କ ପାଇଁ ପୁରସ୍କାର ରାଶି ଘୋଷଣା କରିଛି । ସୂଚନା ଦେଇଥିବା ବ୍ୟକ୍ତିଙ୍କ ପରିଚୟ ଗୁପ୍ତ ରଖାଯିବ । ଜମ୍ମୁ-କାଶ୍ମୀର ପୋଲିସ ନିଜ 'ଏକ୍ସ' ଆକାଉଣ୍ଡରେ ଏହି ୪ ଆତଙ୍କବାଦୀଙ୍କ ସ୍କେଚ୍ ଜାରି କରିଛି । ପ୍ରତ୍ୟେକ ଆତଙ୍କବାଦୀଙ୍କ ପିଛା ୫ ଲକ୍ଷ ଟଙ୍କା ଲେଖାଏ ପୁରସ୍କାର ରାଶି ଦିଆଯିବ । ଏହାର ଅର୍ଥ ହେଉଛି, ଯଦି ୪ ଆତଙ୍କୀଙ୍କ ବିଷୟରେ କେହି ଜଣେ ପୋଲିସକୁ ସୂଚନା ଦିଅନ୍ତି, ତେବେ ତାଙ୍କୁ ୨୦ ଲକ୍ଷ ଟଙ୍କା ପୁରସ୍କାର ରାଶି ଦିଆଯିବ ।

ସୁଚନାନୁସାରେ ମଙ୍ଗଳବାର ଦିନ ଏହି ଆତଙ୍କବାଦୀମାନେ ଭଦ୍ରୱାସ୍ଥିତ ଚତରଗଲ୍ଲା ଠାରେ ୪ଟି ରାଷ୍ଟ୍ରୀୟ ରାଇଫଲ ଓ ପୁଲିସର ମିଳିତ ପୋଷ୍ଟରେ ଗୁଳି ଚଳାଇଥିଲେ । ଏହାସହିତ ଜିଲାର ଗଣ୍ଡୋହ ଅଞ୍ଚଳରେ ଏକ ସର୍ଚ୍ଚ ଅପରେସନ ଟିମ୍ ଉପରେ ଆକ୍ରମଣ କରିଥିଲେ । ଫଳରେ ଜଣେ ପୁଲିସ କର୍ମୀଙ୍କ ସହିତ ସାତ ଜଣ ସୁରକ୍ଷାକର୍ମୀ ଆହତ ହୋଇଥିଲେ ।

Cops Release Sketches Of 4 Terrorists

ପୁଲିସ ମୁଖପାତ୍ର ସୂଚନା ଦେଇ କହିଛନ୍ତି ଯେ ଜାମ୍ମୁ-କାଶ୍ମୀର ପୁଲିସ ୪ଜଣ ଆତଙ୍କବାଦୀଙ୍କ ସ୍କେଚ୍ ଜାରି କରିଛି । ଏହି ୪ଜଣ ଭଦ୍ରୱାହ, ଥାଥରୀ, ଗଣ୍ଡୋହ ଅଂଚଳରେ ଆତଙ୍କବାଦୀ କାର୍ଯ୍ୟକଳାପରେ ଲିପ୍ତ ରହିଛନ୍ତି । ଏମାନଙ୍କ ନାଁରେ ମୋଟ ୨୦ଲକ୍ଷ ପୁରସ୍କାର ରାଶି ଘୋଷଣା କରାଯାଇଛି । କହିରଖୁ ଯେ, ଗତ ୪ ଦିନ ଭିତରେ ଜମ୍ମୁର ସମ୍ଭାବର ଭିନ୍ନ ଭିନ୍ନ ଅଞ୍ଚଳରେ ଆତଙ୍କବାଦୀ ଓ ସୁରକ୍ଷାବାହିନୀ ମଧ୍ୟରେ ଏନ୍‌କାଉଣ୍ଟର ମାମଲା ସାମ୍ନାକୁ ଆସିଛି ।

ଆତଙ୍କବାଦୀମାନେ କାଠୁଆର ହୀରାନଗରରେ ସୁରକ୍ଷା ବାହିନୀ ଉପରେ ଗୁଳି ମାଡ କରିଛନ୍ତି । ବୁଧବାର ସନ୍ଧ୍ୟାରେ ଜମ୍ମୁର ଡୋଡା ଜିଲ୍ଲାର କୋଟା ଟପ୍ ଠାରେ ଆତଙ୍କବାଦୀ ଏବଂ ସୁରକ୍ଷା ବାହିନୀ ମଧ୍ୟରେ ଏନକାଉଣ୍ଟର ହୋଇଥିଲା । ଏହି ଏନକାଉଣ୍ଟରରେ କନଷ୍ଟେବଳ ଫରିଦ ଅହମ୍ମଦ ଆହତ ହୋଇଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+